-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
25-Jan-2023
ଟିଟିଲାଗଡ଼(ସନ୍ତୋଷ କୁମାର ନାଏକ) : ଦିନକୁ ଦିନ ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଟିଟିଲାଗଡ ଶାଖା ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଆଲୋକ ନାୟକଙ୍କ ସଭାପତିତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା । ଗୋଟିଏ ପରିବାର ପାଇଁ ୨ ସନ୍ତାନ ଆଇନକୁ ସର୍ବସମ୍ମତି କ୍ରମେ ପାର୍ଲିଆମେଣ୍ଟରେ ଆଇନ ସ୍ଵୀକୃତି ଦିଆଯାଉ ବୋଲି ଦାବି କରାଯାଇଛି । ଏନେଇ ସଭାପତି ଆଲୋକ ନାୟକ କହିଥିଲେଯେ ପ୍ରତ୍ୟେକ ଦିନ ଆମ ଦେଶରେ ୬୮,୭୦୦ ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି । ସେଥି ମଧ୍ୟରୁ ସଂଖ୍ୟା ଲଘୁ ସମ୍ପ୍ରଦାୟର ୫୬,୫୦୦ ଶିଶୁ ଏବଂ ୩,୭୦୦ ଶିଶୁ ସଂଖ୍ୟା ଗରିଷ୍ଠ ସମ୍ପ୍ରଦାୟର । ଏହି ସଂଖ୍ୟାକୁ ଦେଖିଲେ ଆଗାମୀ ଦିନରେ ବହୁତ ଶୀଘ୍ର ଧାର୍ମିକ ସନ୍ତୁଳନ ହରାଇବ । ଆସନ୍ତା ୨୦ ବର୍ଷ ମଧ୍ୟରେ ସଂଖ୍ୟା ଗରିଷ୍ଠ ସଂଖ୍ୟା ଲଘୁ ହୋଇଯିବେ ।
ଏହାକୁ ଆଖି ଆଗରେ ରଖି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଦେଶବ୍ୟାପୀ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତି ନିଆଯାଇଛି । ଆଗାମୀ ଦିନରେ ଟିଟିଲାଗଡ଼ରେ ୫୦୦୦ ରୁ ୧୦,୦୦୦ ଲୋକଙ୍କୁ ଦସ୍ତଖତ ଅଭିଯାନରେ ସାମିଲ କରାଯିବ । ସେହି ପତ୍ରକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ସମ୍ମିଳନୀରେ ଫାଉଣ୍ଡେସନର ଜିଲ୍ଲା ଉପଦେଷ୍ଟା ପ୍ରଶାନ୍ତ ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ଲିଙ୍ଗରାଜ ନାୟକ, ଜିଲ୍ଲା ସମ୍ପାଦକ ଜୟରାଜ୍ ସାହୁ, ଜିଲ୍ଲା କୋର୍ଡିନେଟର ଆଶିଷ ସାହୁ, ୨ଟି ଜିଲ୍ଲା ସମ୍ପାଦକ ନରସିଂହ ସିଂ, ଉପ ସଭାପତି ସୁନ୍ଦରଲାଲ ଶର୍ମା, ମୁଖ୍ୟ ବ୍ୟବସ୍ଥାପକ ଜନେକ୍ କୁମ୍ଭାର, ମିହିର ପଟ୍ଟନାୟକ, ନାଗେଶ୍ୱର ଶିକ୍କା ଓ ଅଚ୍ୟୁତ ସିକ୍କା ପ୍ରମୁଖ ଉପସ୍ଥିତ ଥିଲେ