-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
24-Jan-2023
ତୁଷୁରା(ପଞ୍ଚାନନ ନାଏକ) ୨୩ ଜାନୁଆରୀ ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମଜୟନ୍ତୀ ଉପଲକ୍ଷେ ପେନ୍ଦିମୁଣ୍ଡା ତୁଷୁରା ସ୍ଥିତି ତେଲ ନଦୀରେ ବାଳୁକା ଶିଳ୍ପୀ ଶ୍ରୀ ଓମ୍ ପ୍ରକାଶ ସାହୁଙ୍କ ନିର୍ମିତ ୩୬ ଫୁଟ୍ ଉଚ୍ଚତା ବିଶିଷ୍ଟ ନେତାଜୀଙ୍କ ବାଳୁକା ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଅନେକ ବିଦ୍ୟାଳୟ ତଥା ପଡୋଶୀ ଜିଲ୍ଲା କଳାହାଣ୍ଡିର କର୍ଲlମୁଣ୍ଡା ବ୍ଲକର ବିଭିନ୍ନ ସ୍କୁଲ କଲେଜରୁ ହଜାର ହଜାର ଛାତ୍ର ଛାତ୍ରୀ ଉକ୍ତ ସମାରୋହରେ ଯୋଗଦେଇ ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ନୃତ୍ୟ, ସଂଗୀତ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଗିରିଶ୍ ଚନ୍ଦ୍ର ସା ଙ୍କ ଅଧ୍ୟକ୍ଷତାରେ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁଡଭେଲା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ବାଳୁକା କଳାର ଭୂୟଶୀ ପ୍ରଶଂସା କରିଥିଲେ ଓ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ସମାଜସେବୀ ଶ୍ରୀ ଅଶୋକ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଗୃଦା ନନ୍ଦ, ଗାଁ ର ମୁଖ୍ୟ ଆଦି ମାଝୀ,ପିତ ରଣା , ଆଶୁକବି ହେମନ୍ତ ଦାଶ, ସମାଜ ସେବୀ ଡ଼ଃ ଶଶୀଭୁଷଣ ସାହୁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ । ମଞ୍ଚାସୀନ ଅତିଥି ଙ୍କ ସମେତ ଗ୍ରାମର ପ୍ରତିଭା ଧାରୀ ଯୁବକ ତହସିଲ ଭୋଇ, ବୈଷ୍ଣବ ରଣା, ସୁନୀଲ ଭୋଇ , ଶିକ୍ଷକ ପ୍ରହଲ୍ଲାଦ ଦଣ୍ଡସେନା ରୁଷି ବୁଡ଼େକ, ଲିଙ୍ଗରାଜ ରଣା, ଧନଞ୍ଜୟ କୁଅଁରଙ୍କୁ ମେଁମେଣ୍ଟ ଦେଇ ଶିଳ୍ପୀ ଓମ ପ୍ରକାଶ ସାହୁ ସମ୍ବର୍ଦ୍ଧିନା ଜ୍ଞାପନ କରିଥିଲେ l ଶେଷରେ ସରପଞ୍ଚ ଶ୍ରୀ ନନ୍ଦ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l