-+91-9937148622 |

prerana_bgr@rediffmail.com |

  Thursday 25th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||      ୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    (24-Apr-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ଆଧିରାଜ ମୋହନ ପାଣିଗ୍ରାହୀଙ୍କ ନାମାଙ୍କନ ପାତ୍ର ଦାଖଲ,   (24-Apr-2024)       ||      ଦାଦନ ଶ୍ରମିକ ଙ୍କ ଅଂଶୁଘାତ ରେ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି   (24-Apr-2024)       ||      ନୂଆପଡ଼ା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସଚେତନ ପଦଯାତ୍ରା, ନିର୍ବାଚନ ମହା ପର୍ବ ରେ ସାମିଲ ହୋଇ ନିଜ ମତ ସାବ୍ୟସ୍ତ ପାଇଁ ଆହ୍ବାନ   (24-Apr-2024)       ||      ପଲଶାଗୋରା କଲେଜ ରେ ଭୋଟର ସଚେତନତା ଶିବିର   (24-Apr-2024)       ||      ଓଡିଶା ରାଜ୍ୟ ଉଷୁ  କ୍ୟାମ୍ପ ଅନୁଷ୍ଠିତ ହଇଯାଇଛି    (24-Apr-2024)       ||      କାମରେ ଆସୁନି ୩୮ କୋଟି ର ମେଗା ପାନୀୟଜଳ ପ୍ରୋଜେକ୍ଟ   ପିଇବା ପାଣି ପାଇଁ ୨୫ ଖଣ୍ଡ ଗାଁ ର ଲୋକେ ହନ୍ତସନ୍ତ    (24-Apr-2024)       ||      ଚିଲିକା ନିର୍ବାଚନ ମଣ୍ଡଳୀରେ ଵି ଜେ ଡି ର ଶୋଭାଯାତ୍ରା   (24-Apr-2024)       ||      ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ କରିବେ ସମାବେଶ ।   (24-Apr-2024)       ||      ତରଭା ଏନ ଏ ସି କୁ ମୁନସିପାଲଟିକରିବା ମୋର ନିର୍ବାଚନୀ ପ୍ରତିଶୃତି : ନିରଞ୍ଜନ ପୂଜାରୀ    (24-Apr-2024)       ||      ଦ୍ବିତୀୟ ପର୍ଯ୍ୟାୟ ବୃତ୍ତିଗତ ବିକାଶ ତାଲିମ ଶିବିର ଅନୁଷ୍ଠିତ,୧୦୦ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ଅଂଶ ଗ୍ରହଣ   (24-Apr-2024)       ||      ରୁଷୁଡା ଓ ଚିଞ୍ଜେଡ ଗ୍ରାମପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର, ମିଶ୍ରଣ ପର୍ବ ଅନୁଷ୍ଠିତ   (24-Apr-2024)       ||     

HOME   ରାଜ୍ୟ

ବଲାଙ୍ଗୀର ଲୋକଉତ୍ସବ-୨୦୨୩ର ଚତୁର୍ଥ ସଂଧ୍ୟା.... କୋସଲକଳାମଣ୍ଡଳର ଲୋକଉତ୍ସବ ମଞ୍ଚରୁ ରାଜନୀତି କରାନଯାଉ, ଆଜି ଷ୍ଟାର୍ ନାଇଟ୍ କୁ ଉପଭୋଗ କରିବେ ଦେଖଣାହାରୀ 

24-Jan-2023



ବଲାଙ୍ଗିର(ପ୍ରେରଣା ଖବର),-ବଲାଙ୍ଗୀର ସହରର ମଧ୍ୟଭାଗରେ ଥିବା ଐତିହାସିକ କୋସଳକଳାମଣ୍ଡଳ ପଡିଆର ସୁରକ୍ଷା ଆମସମସ୍ତଙ୍କର ଦାୟୀତ୍ୱ । ଲୋକଉତ୍ସବର ମଞ୍ଚରେ ସମସ୍ତେ ବିକାଶ ପାଇଁ ଏକ ହୁଅନ୍ତୁ କିନ୍ତୁ ମଞ୍ଚରୁ ରାଜନୀତି କରାନଯାଉ ବୋଲି ବଲାଙ୍ଗୀର ଲୋକଉତ୍ସବ-୨୦୨୩ର ୪ର୍ଥ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ,ଜିଲ୍ଲାପାଳ ଲୋମହୋତ୍ସବକୁ ସଫଳତାର ସହିତ କରିଛନ୍ତି । ରାଜ୍ୟସରକାର ଜିଲ୍ଲାକୁ ଅନେକ ଅନୁଦାନ ଦେଇଛନ୍ତି କିନ୍ତୁ ତାହା ଖର୍ଚ୍ଚ ନହୋଇ ପଡିରହିଛି । ଜିଲ୍ଲାର ବିକାଶପ୍ରକଲ୍ପକୁ ଅଟକାନଯାଉ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଜିଲ୍ଲା ଉନ୍ନୟନଅଧିକାରୀ ସୁଶାନ୍ତ ସିଂଙ୍କ ସଭାପତିତ୍ୱ ଓ ଅଭ୍ୟର୍ଥନା କମିଟିର ସହଅଧ୍ୟକ୍ଷ ଚିତ୍ତରଂଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ  ୧୮୯ ସିଆରପିଏଫ ବାଟାଲିଅନର କମାଣ୍ଡାଣ୍ଟ ପୱନ ତିୱାରୀ,ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର,ଅତିଥି କଳାକାର ଭାବରେ ଲୋକଗିତିକାର ଭୀକାରୀଚରଣ ମିଶ୍ର ଯୋଗଦେଇଥିଲେ । ନାଟ୍ୟକାର ବ୍ରଜମୋହନ କୋସଳକଳାମଣ୍ଡଳ ପଡିଆର ଆଇନଗତ

ଲଢେଇରେ ସ୍ୱର୍ଗତ ଶରତଚନ୍ଦ୍ର ପାଣିଗ୍ରାହୀ ନେଇଥିବା ଭୂମୀକାକୁ ସ୍ମରଣ କରାଇଥିଲେ । ସେହିପରି ସିଆରପିଏଫ କମାଣ୍ଡାଣ୍ଟ ଶ୍ରୀ ତିୱାରୀ ତାଙ୍କ ବକ୍ତବ୍ୟରେ ବଲାଙ୍ଗୀରର କଳାସଂସ୍କୃତିକୁ ମହାନ ବୋଲି କହିଥିଲେ । ଲୋକସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା ରହିଛି ବୋଲି ଅଧ୍ୟକ୍ଷତା କରୁଥିବା ଜିଲ୍ଲା ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ କହିଥିଲେ । ଏହି ଅବସରରେ ବିଶିଷ୍ଟ ବଂଶୀବାଦକ ରଞ୍ଜନ ପଟ୍ଟନାୟକଙ୍କୁ ଲୋକଉତ୍ସବ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ହକି ବିଶ୍ୱକପ ପାଇଁ କରାଯାଇଥିବା ବିଭିନ୍ନ ପ୍ରତି ଯୋଗୀତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।  ଲୋକମହୋତ୍ସବ କମିଟିର ସଂଗୀତା ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପୂର୍ବରୁ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ ବିଚିତ୍ର କାର୍ଯ୍ୟକ୍ରମ କରାଯାଇଥିଲା ।

ରାତି ୮ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଯୋଗଦେଇଥିଲେ । ଏଥିରେ ବଲାଙ୍ଗୀରର ନଟରାଜ କଳାପରିଷଦ,ଦୁଲଦୁଲି କଳାପରିଷଦ,ଜୟ ଦୁର୍ଗା କଳାପରିଷଦ,କଳାଧାମ,ରାଜସ୍ଥାନର ଫଗ ନୃତ୍ୟ,ଆସାମର ତିଆ,ପଞ୍ଜାବର ଭାଙ୍ଗଡା,ପାଟଣାଗଡର ସାତକୁଆଁରି,ତୁଷୁରାର କୃଷ୍ଣପ୍ରୀୟା କଳାପରିଷଦ,ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁରର କଳାକାର ଯୋଗଦେଇ ତାଙ୍କର କଳାପ୍ରଦର୍ଶନ କରିଥିଲେ ।

ଆଜି ଅର୍ଥାତ ୨୪ ତାରିଖ ଦିନ କଳାମଣ୍ଡଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଷ୍ଟାର୍ ନାଇଟ୍‌କୁ ଦର୍ଶକ ଉପଭୋଗ କରିବେ ବୋଲି ଆଶା କରାଯାଉଛି । କଣ୍ଠ ଶିଳ୍ପି ଅସୀମା ପଣ୍ଡା ଓ ପଙ୍କଜ ଜାଲଙ୍କ ଗୀତ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ସଂଧ୍ୟାର ମୁଖ୍ୟ ଆକର୍ଷଣ ହେବ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   25-Apr-2024
  ଜିଲ୍ଲା  
ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   25-Apr-2024
  ଜିଲ୍ଲା  
ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   24-Apr-2024
  ଜିଲ୍ଲା  
ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   24-Apr-2024
  ଜିଲ୍ଲା  
ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   24-Apr-2024
  ଜିଲ୍ଲା  
ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   24-Apr-2024
  ଜିଲ୍ଲା  
ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ   24-Apr-2024
  ଜିଲ୍ଲା  
ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     24-Apr-2024
  ଜିଲ୍ଲା  
୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    24-Apr-2024
  ଜିଲ୍ଲା  
ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ଆଧିରାଜ ମୋହନ ପାଣିଗ୍ରାହୀଙ୍କ ନାମାଙ୍କନ ପାତ୍ର ଦାଖଲ,   24-Apr-2024
  ଜିଲ୍ଲା  
ଦାଦନ ଶ୍ରମିକ ଙ୍କ ଅଂଶୁଘାତ ରେ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି   24-Apr-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସଚେତନ ପଦଯାତ୍ରା, ନିର୍ବାଚନ ମହା ପର୍ବ ରେ ସାମିଲ ହୋଇ ନିଜ ମତ ସାବ୍ୟସ୍ତ ପାଇଁ ଆହ୍ବାନ   24-Apr-2024

You Might Also Like