-+91-9937148622 |
prerana_bgr@rediffmail.com |
Thursday 28th March 2024 |
R.N.I. Regd No. ODIODI/2010/46693
Breaking News
24-Jan-2023
ବଲାଙ୍ଗିର ପ୍ରେରଣା ଖବର) ଅଖିଳଭାରତୀୟ ଅଘରିଆ ସମାଜ ଓଡିଶା ପ୍ରାଦେଶିକ କମିଟିର ସଭାପତି ହେଲେ ବଲାଙ୍ଗୀର ଜିଲ୍ଲା ଭାଲେର ନିବାସୀ ଦୀନବନ୍ଧୁ ନାଏକ l ସେ ବଲାଙ୍ଗୀର ୮୪ଘର ଅଘରିଆ ସମାଜ କେନ୍ଦ୍ର କାର୍ଯ୍ୟକାରୀ କମିଟିର ସଭାପତି, ଅଖିଳ ଭାରତୀୟ ଅଘରିଆ ସମାଜ ପ୍ରାଦେଶିକ କମିଟିର ଉପସଭାପତି, ଭାଲେର ଧନୁଯାତ୍ରା ର ସଭାପତି ଦାୟିତ୍ୱ ଅତି ସୁନ୍ଦର ଭାବରେ ନିର୍ବାହ କରି ସୁନାମ ଅର୍ଜନ କରିଥିଲେ l ଗତକାଲି ଝାରସୁଗୁଡା ଜିଲ୍ଲା ସ୍ଥିତ କଣ୍ଟାପାଲି ଗ୍ରାମର କଲ୍ୟାଣମଣ୍ଡପ ଠାରେ ଆୟୋଜିତ କେନ୍ଦ୍ର କମିଟି ସଭାରେ ସଭାପତି ଭାବେ ମନୋନୀତ ହୋଇଥିବାରୁ ରାଜ୍ୟ ଅଘରିଆ ସମାଜ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l