-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
19-Jan-2023
ବଲାଙ୍ଗିର(ପ୍ରେରଣା ଖବର)- ମାରକୋନା, ବାଲେଶ୍ୱରରେ ଚାଲିଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ଖୋ ଖୋ ଓ ଟେନିକଏଟ ଦଳ ୧୪ ଓ ୧୭ ବର୍ଷରୁ କମ ବାଳକ ବାଳିକା ବିଭାଗରେ ଭାଗନେଇଥିଲେ । ଖୋ ଖୋ ର ଚାରୋଟି ବିଭାଗରୁ ତିନୋଟି ବିଭାଗରେ ବଲାଙ୍ଗିର ଦଳ ଚମ୍ପିଅନ ହୋଇଛନ୍ତି । ୧୭ ବର୍ଷରୁ କମ ଫାଇନାଲରେ ଉଭୟ ବାଳକ ଓ ବାଳିକା ବିଭାଗରେ ଭୁବନେଶ୍ୱର କୁ ପରାଜିତ କରି ଚମ୍ପିଅନ ହୋଇଥିବାବେଳେ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ପୁରୀ ଜିଲ୍ଲାକୁ ପରାଜିତ କରି ଚମ୍ପିଅନ ହୋଇଛନ୍ତି । ସେହିପରି ଟେନିକଏଟରେ ୧୭ ବର୍ଷରୁ କମ ବାଳକ ବିଭାଗରେ ସୁନ୍ଦରଗଡ ଜିଲ୍ଲା ଠାରୁ ପରାଜିତ ହୋଇ ଉପବିଜେତା ହୋଇଛନ୍ତି । ଖୋ ଖୋ ଦଳରେ ହଳଦୀ, ଶିବତଲା, ମହିମୁଣ୍ଡା, ନଅଗାଁ (ଖ), ଉପରବାହାଲ, ଗଇନ୍ତଲା, କେଜିବଭିପି , ମୁରିବାହାଲ ଉଚ୍ଚ ବିଦ୍ୟାଳୟ ଓ ବଙ୍ଗୋମୁଣ୍ଡା, ମହିମୁଣ୍ଡା ଓ ମରିବାହାଲ କଲେଜର ଖେଳାଳି ଭାଗ ନେଇଥିବା ବେଳେ, ରାଜୀବ ଲୋଚନ ବେହେରା, ପୁଷ୍ପାଞ୍ଜଳି କିଷାନ, ଅଞ୍ଜନ କୁମାର ବେହେରା, ବ୍ରାହ୍ମଣି ଦୀପ ଓ ସତ୍ୟପ୍ରିୟା ନନ୍ଦ ମେନେଜର ଥିଲେ । ସେହିପରି ଟେନିକଏଟ ରେ କୁଟୁରାପାଳି, ଗଇଁନ୍ତଲା ଉଚ୍ଚ ବିଦ୍ୟାଳୟ, ସଇଁନ୍ତଲା କଲେଜ, ଶିଶୁ ମନ୍ଦିର ପାଟଣାଗଡ ଖେଳାଳି ଭାଗ ନେଇଥିବା ବେଳେ, ରାସବିହାରୀ ବନଛୋର, ବଦ୍ରି ସାହୁ ଓ ନିର୍ମଳା ରଥ ମେନେଜର ଭାବରେ ଯାଇଥିଲେ ।
ଜିଲ୍ଲା ବିଦ୍ୟାଳୟ କ୍ରିଡା ର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଜିଲ୍ଲା ଶାରୀରିକ ନିରିକ୍ଷକ ଅନ୍ତର୍ଯ୍ୟମି ବିଶ୍ୱାଳ, ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ସୁଦାମ ଚରଣ ମଲ୍ଲିକ, ଶୁଭେନ୍ଦୁ ପ୍ରଧାନ, ପୂର୍ବତନ କ୍ରିଡା ଶିକ୍ଷକ ପଦ୍ମ ଚରଣ ଦାସ, ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଖେଳାଳିମାନଙ୍କୁ ସ୍ୱାଗତ କରି ଶୁଭେଚ୍ଛା ଜଣାଇଥିଲେ ।