-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

ରିଙ୍ଗାପଡ଼ା ଗାୟତ୍ରୀ ପ୍ରଜ୍ଞାପୀଠର ବାର୍ଷିକ ଉତ୍ସବ   ଉପଲକ୍ଷେ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଉଦଯାପିତ    (29-Mar-2024)       ||      ୫୦ କେଜି ଗଞ୍ଜେଇ ଓ କାର ସହ ୨ ଅଭିଯୁକ୍ତ ଗିରଫ   (29-Mar-2024)       ||      ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   (29-Mar-2024)       ||      ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   (29-Mar-2024)       ||      ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   (29-Mar-2024)       ||      ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   (29-Mar-2024)       ||      ୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||     

HOME   ରାଜ୍ୟ

କୁକୁସିଂ-ଜିଲ୍ଲାପାଳ ମୁହାଁମୁହିଁ ପ୍ରସଙ୍ଗ... ହଜାର ହଜାର ସମର୍ଥକଙ୍କୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କୁକୁସିଂ ଦୁର୍ନୀତିଗ୍ରସ୍ତଙ୍କ ସପକ୍ଷରେ ପ୍ରଶାସନ ଧଳାବ୍ୟାଚ ପିନ୍ଧନ୍ତୁ

18-Jan-2023



ବଲାଙ୍ଗୀର(ପ୍ରେରଣା ଖବର)ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା ଗତ ଜିଲ୍ଲାପରିଷଦ ବୈଠକରେ ପାଣ୍ଠି ଆବଣ୍ଟନକୁ ନେଇ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ବିଧାୟକ ଶ୍ରୀ ସାଲୁଜା ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ କରି ଜିଲ୍ଲା ଓଏଏସ ସଂଘ.ରାଜସ୍ୱଅମଲା ସଂଘ ୩ଦିନ ଧରି କଳାବ୍ୟାଚ ଲଗାଇ ପ୍ରତିବାଦ କରିଥିଲେ । ସେପଟେ ବିଧାୟକ ସନ୍ତୋସିଂ ସାଲୁଜା ଗତ ୧୬ ତାରିଖରୁ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ବ୍ଲକଗୁଡିକୁ ଘେରାଉ କରି ପ୍ରତିବାଦ କରିଥିଲେ । ଫଳରେ ଜିଲ୍ଲାରେ ବିଧାୟକ ବନାମ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଲଢେଇ ଚାଲିଥିଲା । ଆଜି ମଧ୍ୟ ଅଧିକାରୀ ଓ କର୍ମଚାରୀମାନେ କଳାବ୍ୟାଚ ପିନ୍ଧିଥିବା ବେଳେ ବିଧାୟକ କୁକୁ ସିଂ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ନେଇ ବଲାଙ୍ଗୀରଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ବିଧାୟକ ସନ୍ତୋଷସିଂ ସାଲୁଜା(କୁକୁସିଂ),କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟାମସିଂ ସାଲୁଜା,ଯୁବନେତା ସେଜି ସିଂସାଲୁଜା,ତୁରେକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା,ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଂଜୁବାଳା ବେହେରା,ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ବିଧୁଭୂଷଣ ତ୍ରୀପାଠୀ,ଯୁବନେତା ଆକାଶ ମିଶ୍ର,ଜିଲ୍ଲାପରିଷଦ ସଭ୍ୟ କୌସିକ ମେହେର,ଓମପ୍ରକାଶ କୁମ୍ଭାର,ଗୋପିନାଥ ପାଣିଗ୍ରାହୀ,ମୁରିବାହାଲ ବ୍ଲକକଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର,ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଗୁରୁଚରଣ ବେହେରା,ତୁରେକେଲା ବ୍ଲକ ସଭାପତି ବାଳକୃଷ୍ଣ ସେଲମା,ଯୁବନେତା ଅମିତ ନାୟକ ନେତୃତ୍ୱରେ ୩ହଜାରରୁ ଅଧିକ ସଂଖ୍ୟାରେ କଂଗ୍ରେସକର୍ମି ସ୍ଥାନୀୟ ଯାଦବ ଭବନଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଚେରୀଛକରେ ପହଞ୍ଚି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସେଠାରେ ବିଧାୟକ ଶ୍ରୀ ସାଲୁଜା ଓ ଅନ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟକଳାପକୁ ତୀବ୍ରନିନ୍ଦା କରିଥିଲେ । ବିଧାୟକ ସାଲୁଜା ଅଭିଯୋଗ କରିଥିଲେ ଯେ,ବଲାଙ୍ଗୀର ଜିଲ୍ଲା ସମେତ ଓଡିଶାର ପଛୁଆଅଞ୍ଚଳ ଭାବରେ ଜଣାଶୁଣା ଥିବା ଗରୀବ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ୟାକେଜ ପାଇଁ ଦାବି କରୁଥିଲୁ । ତତକାଳିନ ସାଂସଦ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦିଲ୍ଲୀରେ ଆନ୍ଦୋଳନ କରି ସେ ସମୟର ପ୍ରଧାନମନ୍ତ୍ରୀଙ୍କଠାରୁ କେବିକେ ଯୋଜନା ଆରମ୍ଭ କରାଇଲୁ । ଆଜି ତାହାକୁ ରାଜ୍ୟସରକାର ବିଜୁକେବିକେ ଯୋଜନା କରିଛନ୍ତି । ସେହି ଯୋଜନାରେ ନୀୟମ ରହିଛି କେବିକେ ଅଞ୍ଚଳର ପ୍ରତ୍ୟେକ ବ୍ଲକକୁ ୧କୋଟିର ଅନୁଦାନ ଦିଆଯିବ । କିନ୍ତୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ନୀୟମର ଉଲଂଘନ କରି ନିଜ ମନଇଚ୍ଛା ପାଣ୍ଠି ଆବଣ୍ଟନ କରୁଛନ୍ତି । ଗତ ଦୁଇବର୍ଷ ହେଲେ ବ୍ଲକମାନଙ୍କୁ ଅନୁଦାନ ଦିଆଯାଇ ନାହିଁ । ଷ୍ଟେଟ ସେୟାରକୁ ଦାଦନ ପ୍ରବଣ ବ୍ଲକରୁ ଅଣାଯାଇ ଅଣଦାଦନ ପ୍ରବଣ ବ୍ଲକରେ ବେଆଇନ ଭାବରେ ଖର୍ଚ୍ଚ କରାଯାଇଛି । ଗତ ୨୦୨୦-୨୧ ଓ ୨୦୨୧-୨୨ ମସିହାର ଅନୁଦାନକୁ ରିଲିଜ କରାଯାଇ ନାହିଁ । ନୀୟମ ରହିଛି ବିଜୁକେବିକେ ଅନୁଦାନର ପ୍ରକଲ୍ପର ମୁଲ୍ୟ ଅନ୍ୟୁନ ୫ଲକ୍ଷ ଟଙ୍କାର ହେବ କିନ୍ତୁ ଏହି ନୀୟମକୁ ଉଲଂଘନ କରାଯାଇଛି । ତେନୁ ଯେଉଁ ପ୍ରକଲ୍ପ ୫ଲକ୍ଷ ଭିତରେ ରହିଛି ତାକୁ ବାତିଲ କରାଯାଉ ବୋଲି ଦାବି କରାଯାଇଛି । ଠିକ ସେହିପରି ୫ଟି ଯୋଜନାରେ କରାଯାଇଥିବା

ସ୍କୁଲକାମଗୁଡିକର ବିଲ ମେମେଣ୍ଟ ଦିଆଯାଉନାହିଁ । ବର୍ଷ ବର୍ଷ ପର୍ଯ୍ୟନ୍ତ ବିଲ ପେମେଣ୍ଟ ଦିଆଯାଉନାହିଁ ବୋଲି ଅଭିଯୋଗ କରାଯାଇଛି ।  ତେବେ ଗତ ଜିଲ୍ଲାପରିଷଦ ବୈଠକରେ ସେ ତାଙ୍କ ଅଞ୍ଚଳର ଲୋକଙ୍କ ନ୍ୟାର୍ଯ୍ୟଦାବି ମାଗିଥିଲେ । ଜିଲ୍ଲାପାଳଙ୍କ ମନମାନୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଲୋକପ୍ରତିନିଧିଙ୍କୁ ଅଣଦେଖା କଲେ ତାକୁ ବରଦାସ୍ତ କରାଯିବ ନାହିଁ । ଅଧିକାରୀ ଓ କର୍ମଚାରୀମାନେ କଳାବ୍ୟାଚ ପିନ୍ଧିବାକୁ ନେଇ ବିଧାୟକ ଶ୍ରୀ ସାଲୁଜା କହିଥିଲେ ଯେ, ଏହି ଜିଲ୍ଲାପାଳଙ୍କ ସମୟରେ ଜିଲ୍ଲାର ବିଡିଓମାନେ ଲକ୍ଷାଧିକ ଟଙ୍କା ଲାଞ୍ଚନେବା ବେଳେ ଧରାପଡୁଛନ୍ତି । ଅନେକ କର୍ମଚାରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ବାହାରିଛି । ଖପ୍ରାଖୋଲ ବ୍ଲକ,ବେଲପଡା ବ୍ଲକରେ ଲୋକମାନେ ମନରେଗାର ମଜୁରି ନପାଇ ବ୍ଲକ ଘେରାଉ ଓ ଧାରଣା ଦେଉଛନ୍ତି । ତଥାପି ଜିଲ୍ଲାପାଳ ସ୍ୱଚ୍ଛ ହେଲେ କିପରି ବିଲି ପ୍ରଶ୍ନ କରୁଛନ୍ତୁ । ବିଡିଓମାନଙ୍କୁ ଭିଜିଲାନ୍ସ ଧରିବା ମାମଲାରେ ଓଏଏସ ସଂଘ ଓ ଅଧିକାରୀମାନେ ଧଳାବ୍ୟାଚ ପିନ୍ଧିଛନ୍ତି କି ବୋଲି ଶ୍ରଜ୍ଞୀ ସାଲୁଜା ଓଲଟା ପ୍ରଶ୍ନ କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ମନମାନୀ ଘଟଣାରେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଓ କୋସଲରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ଦେଇଥିବା ମନ୍ତବ୍ୟକୁ ସ୍ୱାଗତ କରିବା ସହିତ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ସାଲୁଜା ଓ ତିନିଟି ବ୍ଲକ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ଜରିଆରେ ଏକ ଦାବିପତ୍ର ପ୍ରେରଣ କରାଯାଇଥିଲା । 
 

ଆନ୍ଦୋଳନରୁ ଦୂରେଇ ରହିଲେ ଜିଲ୍ଲାକଂଗ୍ରେସ ସଭାପତି 
ବଲାଙ୍ଗୀର(ପ୍ରେରଣା ଖବର)-ଆଜି କଣ୍ଟାବାଞ୍ଜି କଂଗ୍ରେସପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଏହି ଘେରାଉରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଯୋଗଦେବେ ବୋଲି ଲିଫଲେଟରେ ଲେଖାଯାଇଥିଲା । କିନ୍ତୁ ଘେରାଉର ଶେଷ ପର୍ଯ୍ୟନ୍ତ ଦିଲିପ ବେହେରା ପହଞ୍ଚି ନଥିଲେ । ଏପରିକି ନରସିଂହ ଗୋଷ୍ଠିର କେହି ଜଣେ ମଧ୍ୟ ଏହି ଘେରାଉରେ ସାମିଲ ହୋଇନଥିଲେ । ବଲାଙ୍ଗୀର ସହରରେ ଜିଲ୍ଲା ଯୁବକଂଗ୍ରେସ,ସେବାଦଳ,ମହିଳା କଂଗ୍ରେସ ଭଳି ଅନେକ ସଭାପତି ରହିଛନ୍ତି । କିନ୍ତୁ କଂଗ୍ରେସର ଏହି ଘେରାଉରେ ଜଣେ ହେଲେ କେହି ସାମିଲ ହୋଇନଥିଲେ । ଏହି ଘଟଣାରେ କଣ୍ଟାବାଞ୍ଜି ବିଧାୟକ ଜିଲ୍ଲାପାଳଙ୍କୁ ଟାର୍ଗେଟ କରୁଥିବା ବେଳେ  ଅନ୍ୟପଟେ ଅନେକ ମିଟିଂରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଜିଲ୍ଲାପାଳଙ୍କୁ ଭଲ କାମ କରୁଥିବା ନେଇ ପ୍ରଶଂସା କରୁଛନ୍ତି । ଫଳରେ ଜିଲ୍ଲାପାଳଙ୍କ ମନମାନୀ ଘଟଣାରେ କଂଗ୍ରେସଦଳ ଦୁଇଭାଗ ହୋଇଥିବା ଆଲୋଚନା ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଙ୍ଗାପଡ଼ା ଗାୟତ୍ରୀ ପ୍ରଜ୍ଞାପୀଠର ବାର୍ଷିକ ଉତ୍ସବ   ଉପଲକ୍ଷେ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଉଦଯାପିତ    29-Mar-2024
  ଜିଲ୍ଲା  
୫୦ କେଜି ଗଞ୍ଜେଇ ଓ କାର ସହ ୨ ଅଭିଯୁକ୍ତ ଗିରଫ   29-Mar-2024
  ଜିଲ୍ଲା  
ନାଟ୍ୟଚକ୍ର ଅନୁଷ୍ଠାନ ପକ୍ଷରୁ ବିଶ୍ବନାଟ୍ୟ ଦିବସ ୨୦୨୪ ପାଳିତ   29-Mar-2024
  ଜିଲ୍ଲା  
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି   29-Mar-2024
  ଜିଲ୍ଲା  
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?   29-Mar-2024
  ଜିଲ୍ଲା  
ନିଖୋଜ ନାବାଳକ କୁ ରେଲୱେ ଟ୍ରାକ ରୁ ଉଦ୍ଧାର କଲା ସୋନପୁର ପୋଲିସ୍   29-Mar-2024
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024

You Might Also Like