-+91-9937148622 |

prerana_bgr@rediffmail.com |

  Friday 26th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      (25-Apr-2024)       ||      କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   (25-Apr-2024)       ||      ଖଣିଜ ସମ୍ପଦ ରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   (25-Apr-2024)       ||      ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   (25-Apr-2024)       ||      ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   (25-Apr-2024)       ||      ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   (25-Apr-2024)       ||      ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ    (25-Apr-2024)       ||      କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||      ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||      ୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    (24-Apr-2024)       ||     

HOME   ଜିଲ୍ଲା

ସମ୍ବଲପୁରୀ ନାଚ ଗୀତର ତାଳେତାଳେ ଉଦଯାପିତ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ- ଯାଦୁ ଦେଖାଇଲେ ଏଡିଏମ, ବ୍ରହ୍ମପୁରର ପ୍ରିନ୍ସ କଳାକାରଙ୍କ ନାଚ ଥିଲା  ଆକର୍ଷଣ

18-Jan-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) :  ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଆଜି ଉଦଯାପିତ ହୋଇ ଯାଇଛି l ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ  ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ଶ୍ରୀ ରାମେଶ୍ୱର ଷ୍ଟାଡିଅମ ଠାରେ  ବର୍ଣ୍ଣlଢ୍ୟ  ପରିବେଶରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ  ମୁଖ୍ୟ ଅତିଥି ଭାବେ ଯୋଗ 

 ଦେଇ ଲୋକ କଳାକୁ ଆଗକୁ ବଢାଇବା ପାଇଁ ସବୁ ପ୍ରୟାସ ସହିତ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରିବୁ ବୋଲି ମତ ରଖି ହକି ଉତ୍ସବ ଓ ସୁବର୍ଣ୍ଣ ମହୋତ୍ସବକୁ ସଫଳ କରିଥିବା ସମସ୍ତ ଜନସାଧାରଣଙ୍କ ଅବଦାନ ଅତୁଳନୀୟ ବୋଲି ମତ ରଖିଥିଲେ l  ସମ୍ମାନୀତ ଅତିଥି ଭାବରେ ଏସପି ଅମରେଶ ପଣ୍ଡା, ଅତିରିକ୍ତ ଜ଼ିଲ୍ଲାପାଳ  (ରାଜସ୍ବ) ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ) ନିଶି ପୁନମ ମିଞ୍ଜ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଅଁର, ସୋନପୁର ଉପ ଜ଼ିଲ୍ଲାପାଳ ଡ. ଈପସିତା ପ୍ରିୟଦର୍ଶନୀ ମିଶ୍ର, ଯୋଗ ଦେଇ ଏଠାକାର  କଳା, ସଂସ୍କୃତି, ପର୍ଯ୍ୟଟନକୁ ଲୋକଙ୍କ ଆଚାର ବ୍ୟବହାରକୁ ଭୁୟସୀ ପ୍ରଶଂସା କରିଥିଲେ l ମହୋତ୍ସବ ପଡିଆ ର ଭିତ୍ତିଭୂମି, ବିକାଶ ଓ  ଏହାର ସଜାସଜ୍ଜା ପ୍ରଥମେ ଦର୍ଶକ ଓ ପର୍ୟ୍ୟଟକଙ୍କୁ ନିଶ୍ଚିତ ଆକୃଷ୍ଟ କରିବ ବୋଲି ମତ ରଖିଥିଲେ l କଟକ ଓଡିଶୀ, ସମ୍ବଲପୁର ଆଦିବାସୀ ନୃତ୍ୟ, ବରଗଡ଼ କଳାଜୀବୀ, ସୁନ୍ଦରଗଡ଼ ମୟୂରୀ, ସୋନପୁର ପଏଁରି, କରମା, ଓ ଓଏ ଭି ଛାତ୍ରଛାତ୍ରୀ, ତରଭା, ଉଲୁଣ୍ଡା ବ୍ଲକର କଳାକାରଙ୍କ ସମ୍ବଲପୁରୀ ନାଚ ଗୀତ, ବ୍ରହ୍ମପୁରର ପ୍ରିନ୍ସରେ  ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଖୁବ ମଜା ନେଇଥିଲେ l ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ସଭା ସଂଯୋଜନା କରିଥିଲେ l  ଏସପି ଶ୍ରୀ ଅମରେଶ ପଣ୍ଡା,ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ଉପଜିଲ୍ଲାପାଳ ଡ଼ଃ ଈପସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ବିଡ଼ିଓ ସୋମ୍ୟ ରଞ୍ଜନ ସ୍ୱାଇଁ, କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ସଂସ୍କୃତି ଅଧିକାରୀ ଯମୁନା ପ୍ରାଧାନ, ବିଭାଗର  ଦୁଃଖିଶ୍ୟାମ ସେଠି, ନିରାକାର ଦେହେରି, ଓ ସାଂସ୍କୃତିକ କମିଟିର ଲଡ଼ୁ କିଶୋର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ପୁରୁଷୋତ୍ତମ ପାଣିଗ୍ରାହୀ, ଦିଲ୍ଲୀପ ପାତ୍ର, ପ୍ରମୁଖ ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ  କାର୍ଯ୍ୟକ୍ରମକୁ ସଫଳ କରାଯାଇଛି l ସାଂସ୍କୃତିକ କାର୍ଯ୍ୟକ୍ରମକୁ ମାନଭଞ୍ଜନ ମିଶ୍ର ପରିଚାଳନା କରିଥିଲେ l ବିରାଟ ଏଲ ଇ ଡି   ସ୍କ୍ରିନ ରେ ମହୋତ୍ସବ ପଡିଆରେ ହଜାର ଦର୍ଶକ  ବିଶ୍ୱ କପ ହକି ଖେଳ କୁ ଉପଭୋଗ କରୁଥିବା ବେଳେ ମହୋତ୍ସବରେ ପ୍ରତିଦିନ ପନ୍ଦର କୋଡିଏ ହଜାର ଜନସମାଗମ ହେଉଛି l ପଲ୍ଲିଶ୍ରୀ ମେଳା, ଜ଼ିଲ୍ଲା ଉନ୍ନୟନ  ପ୍ରଦର୍ଶନୀ ମେଳା, ହକି ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ  ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗି

ରହୁଛି l ସବୁଠି ଅସମ୍ଭାଳ ଭିଡ଼  l ଯେଉଁଥି ପାଇଁ କି ଜ଼ିଲ୍ଲା ପୋଲିସ ପ୍ରଶାସନକୁ ଦିନ ରାତି କଠିନ ପରିଶ୍ରମ କରିବାକୁ ପଡୁଛି l ମହୋତ୍ସବ ପଡିଆର ବାଟେଘାଟେ ପ୍ରତ୍ୟକ କାର୍ଯ୍ୟକ୍ରମ ରେ ଭିଡ଼କୁ ନିୟନ୍ତ୍ରଣ କରିବା ଓ କୌଣସି ଜାଗାରେ ଯେମିତି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ଏସପି ଶ୍ରୀ ଅମରେଶ ପଣ୍ଡାଙ୍କ ପରାମର୍ଶ ଓ ତତ୍ୱାବଧାନରେ ଏସଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀଙ୍କ ଉପସ୍ଥିତିରେ ଜ଼ିଲ୍ଲା ପୋଲିସ ବିଭାଗ ଷ୍ଟାଡିଅମର ଚାରି ପାଖରେ କଡା ସୁରକ୍ଷା ବ୍ୟବସ୍ଥା କରିଛି l ଏବଂ  ଜ଼ିଲ୍ଲା ପୋଲିସର ଏଇ ସୁ ପରିଚାଳନା ଓ ଦକ୍ଷତାକୁ ସବୁଆଡେ ପ୍ରଶଂସା କରାଯାଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      25-Apr-2024
  ଜିଲ୍ଲା  
କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   25-Apr-2024
  ଜିଲ୍ଲା  
ଖଣିଜ ସମ୍ପଦ ରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   25-Apr-2024
  ରାଜନୀତି  
ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   25-Apr-2024
  ଜିଲ୍ଲା  
ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   25-Apr-2024
  ଜିଲ୍ଲା  
ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   25-Apr-2024
  ଜିଲ୍ଲା  
ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   24-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ   25-Apr-2024
  ଜିଲ୍ଲା  
କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   25-Apr-2024
  ଜିଲ୍ଲା  
ଅଂଶୁଘାତ ସଚେତନ କର୍ମଶାଳା   25-Apr-2024
  ଜିଲ୍ଲା  
ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    25-Apr-2024
  ଜିଲ୍ଲା  
ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   25-Apr-2024

You Might Also Like