-+91-9937148622 |
prerana_bgr@rediffmail.com |
Thursday 25th April 2024 |
R.N.I. Regd No. ODIODI/2010/46693
Breaking News
14-Jan-2023
ଢେଙ୍କାନାଳ / ଢେଙ୍କାନାଳ ଠାରେ ଆଗାମୀ ଫେବୃଆରୀ ମାସ ତିନି ଏଵଂ ଚାରି ତାରିଖ ଦିନ ହେବାକୁ ଥିବା ଓଡିଶା ରାଜସ୍ଵ ଅମଲା ସଂଘର ଚତୁର୍ଥ ତ୍ରୟବାର୍ଷିକ ସମ୍ମିଳନୀ ପରିପେକ୍ଷୀରେ ଆଜି ଏକ ପୂର୍ବ ପ୍ରସ୍ତୁତି ବୈଠକ ଢେଙ୍କାନାଳ ORMAS ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ କିପରି ଅଧିକରୁ ଅଧିକ ରାଜସ୍ଵ ଅମଲା ମାନେ ଅଂଶଗ୍ରହଣ କରିପାରିବେ, ତାହା ବିଷୟରେ ଆଲୋଚନା କରାଯାଇଥିଲା। ତାହା ବ୍ୟତିତ ରାଜସ୍ଵ ଅମଲା ସଭ୍ୟା ମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସମ୍ମିଳନୀ ରେ ପ୍ରାୟ ନଅ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି। ଆଗାମୀ ଜାନୁୟାରୀ ମାସ ଚବିଶ ତାରିଖ ସୁଦ୍ଧା ନିଜ ନିଜର ଦେୟ ଢେଙ୍କାନାଳ ଜିଲ୍ଲା ଶାଖା ନିକଟର ପୈଠ କରିବା ପାଇଁ ଅନୁରୋଧ କରାଗଲା। ସତର ଜାନୁୟାରୀ ସୁଦ୍ଧା ବ୍ୟାଙ୍କ
ଆକାଉଣ୍ଟ ନମ୍ବର ସମସ୍ତ ଜିଲ୍ଲା ଶାଖା ମାନଙ୍କୁ ଅବଗତ କରାଇବା ପାଇଁ ଢେଙ୍କାନାଳ ଜିଲ୍ଲା ସଭାପତି ଙ୍କୁ ଅନୁରୋଧ କରାଗଲା। ପ୍ରତ୍ୟେକ କାର୍ଯ୍ୟାଳୟରେ ପୋଷ୍ଟର ଲଗାଇବା ପାଇଁ କେଉଁ ଜିଲ୍ଲାକୁ କେତେ ପୋଷ୍ଟର ଆବଶ୍ୟକ what's app ମାଧ୍ୟମରେ ଜଣାଇବା ପାଇଁ ଅନୁରୋଧ କରାଗଲା। ରାଜ୍ୟ ସଂଘର ଚତୁର୍ଥ ତ୍ରୟବାର୍ଷିକ ସମ୍ମିଳନୀ ର ସଫଳତା ପାଇଁ ସମସ୍ତ ରାଜସ୍ଵ ଅମଲା ମାନଙ୍କ ସହଯୋଗ କାମନା କରାଗଲା।