-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   (29-Mar-2023)       ||      ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||     

HOME   ରାଜ୍ୟ

ଉଦଯାପିତ ହେଲା ମିନି, ସବଜୁନିଅର ର‌୍ୟାଙ୍କିଂ ପ୍ରତିଯୋଗିତା- କାଲିଠୁ ଆରମ୍ଭ ରାଜ୍ୟ ସିନିଅର ଚମ୍ପିଆନସିପ ୧୭ ବର୍ଷ ବର୍ଗରେ ଜ୍ୟୋତିସୂର୍ଯ୍ୟ ଓ ଗୀତାଶ୍ରୀ, ୧୫ ବର୍ଷ ବର୍ଗରେ ବାପୁନ ଓ ଅଂଶିକା ଚମ୍ପିଆନ

14-Jan-2023



ବଲାଙ୍ଗୀର(ପ୍ରେରଣା ଖବର) ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ରାଜ୍ୟ ମିନି ଓ ସବ ଜୁନିଅର ବ୍ୟଡମିନ୍ଟନ ର‌୍ୟାଙ୍କିଂ ପ୍ରତିଯୋଗିତା  ଆଜି ଉଦଯାପିତ ହୋଇଯାଇଛି ।  ସାରା ରାଜ୍ୟ ୯୬ ଜଣ ପ୍ରତିଯୋଗୀ ତଥା ୧୧୫ ଗୋଟି ପ୍ରତିଯୋଗିତା ପାଇଁ ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଶେଷ ଦିନରେ  ସେମି ଓ ଫାଇନାଲ ଅନୁଷ୍ଠିତ ହୋଇଥିଲା । ୯ ବର୍ଷ ବର୍ଗରେ ବିହାନ, ୧୧ ବର୍ଷ ବାଳକ ବର୍ଗରେ ଆଇ.ଏମ.ସାହୁ, ବାଳିକା ବର୍ଗରେ ସାନଭି, ୧୫ ବର୍ଷ ବାଳକ ଏକକ ବିଭାଗରେ ବାପୁନ ରାଉତ, ବାଳିକା ବିଭାଗରେ ଅଂଶିକା ବିରୋତ, ୧୭ବର୍ଷ ବାଳକ ଏକକ ବିଭାଗରେ ଜ୍ୟୋତିସୁର୍ଯ୍ୟ ପରମାଣୀକ ଓ ବାଳିକା ବିଭାଗରେ ଗୀତାଶ୍ରୀ ଦେ ଫାଇନାଲ ମ୍ୟାଚରେ ବିଜୟ ମୁକୁଟ ଲାଭ କରିଛନ୍ତି । 
ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ତଥା ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଯୋଗ ଦେଇ ନିଜ ବକ୍ତବ୍ୟରେ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଏଭଳି ଉଚ୍ଚମାନର ଖେଳ ଜାରି ରହିଲେ ଅଗାମୀ ଦିନରେ ବଲାଙ୍ଗିର ଓ ଓଡିଶା ଜାତୀୟ ସ୍ତରରେ ଉଚ୍ଚତମ ସ୍ଥାନ ହାସଲ କରିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ବର୍ଷିୟାନ  ବ୍ୟାଡମିନ୍ଟନ ଖେଳାଳି ପ୍ରକାଶ ପଟ୍ଟନାୟକ, ଶିକ୍ଷାବିତ ତଥା ଲେଖକ ପ୍ରହଲ୍ଲାଦ ଦର୍ଜୀ ଉଭୟ ଖେଳାଳି ଓ ଆୟୋଜକଙ୍କ

ପ୍ରଶଂସା କରିଥିଲଏ । ସିଏସି ଅଧ୍ୟକ୍ଷ  ମନୋରଞ୍ଜନ ଦାସ, ରେଫରି ଲଖ୍ୟପତି ନନ୍ଦ, ଡେପୁଟି ରେଫରି ଜୟନ୍ତ ମିଶ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ । ଅତିଥିମାନଙ୍କ ସହ ଜିଲ୍ଲା ସଭାପତି ଗୋପାଲ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା ଓ ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ସୁରୁଲାଲ ମାଟାରୀ ଖେଳାଳିମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । 
 ପ୍ରଥମ ଦିନ ସମୁଦାୟ ୮୫ ଗୋଟି ମ୍ୟାଚ କରାଯିବା ପରେ ଆଜି ବିଭିନ୍ନ ବିଭାଗର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୯ବର୍ଷ ବାଳକ ଏକକ ବର୍ଗରେ ବିହାନ ସାମନ୍ତ ରାଏ ଓ ସାଇ ଆଶିଷ ମଧ୍ୟରେ ଫାଇନାଲ ମ୍ୟାଚରେ ବିହାନ ବିଜୟ ଲାଭ କରିଥିଲେ । ୧୧ ବର୍ଷ ବାଳକ ଏକକ ବର୍ଗରେ ଆଇ ଏମ ସାହୁ ଓ ପ୍ରଦୁମ୍ନ ସାମଲ ମଧ୍ୟରେ ରୋମାଞ୍ଚକର ଫାଇନାଲରେ ଆଇ.ଏମ ସାହୁ ବିଜୟୀ ହୋଇଥିଲେ । ୧୧ ବର୍ଷ ବାଳିକା ଏକକ ବର୍ଗରେ ଲକ୍ଷ୍ମିପ୍ରୀୟା ଓ ସାନଭି ମଧ୍ୟରେ ଫାଇନାଲ ଦଙ୍ଗଲରେ ସାନଭି ବିଜୟ ଲାଭ କରିଥିଲେ । ୧୫ବର୍ଷ ବାଳକ ଏକକ ବିଭାଗର ଫାଇନାଲ ମ୍ୟାଚ ବାପୁନ ରାଉତ ଓ ସମ୍ୟଜିତ ସାହୁ ମଧ୍ୟରେ ହୋଇଥିବାବେଳେ ବାପୁନ ବିଜୟ ମୁକୁଟ ପିନ୍ଧିଥିଲେ । ୧୫ବର୍ଷ ବାଳିକା ଏକକ ବିଭାଗର ଫାଇନାଲ ମ୍ୟାଚ ରେ ଅଂଶିକା ବିରୋତ ଓ ମିନିଷା ଓଝା କଡା ଟକ୍କରରେ ଅଂଶିକା ବିରୋତ ବାଜି ଜିତି ଯାଇଥିଲେ । ୧୫ ବର୍ଷ ବାଳିକା ଯୁଗଳ ବିଭାଗରେ ନିମିଷା - ସ୍ୱାତୀ ଓ ଅଂଶିକା- ଇପ୍ସିତା ଙ୍କ ଯୋଡି ମଧ୍ୟରେ ହୋଇଥିବା ଫାଇନାଲ ମ୍ୟାଚରେ ନିମିଷା- ସ୍ୱାତୀ ଯୋଡି ଫାଇନାଲ ଜିତି ଯାଇଥିଲେ । ୧୫ ବର୍ଷ ବାଳକ ଯୁଗଳ ବିଭାଗ ଫାଇନାଲରେ ନାଥାନିଏଲ- ଓଜୋଜୀତ ଓ ହ୍ରୀଆନ-ଜୟକୃଷ୍ଣ ମଧ୍ୟରେ ହୋଇଥିବା ଟକ୍କରରେ ହ୍ରୀଆନ-ଜୟକୃଷ୍ଣଙ୍କ ଯୋଡି ବିଜେତା ହୋଇଥିଲେ । ୧୭ବର୍ଷ ବାଳକ ଏକକ ବିଭାଗର ଫାଇନାଲକୁ ଜ୍ୟୋତିସୁର୍ଯ୍ୟ  ଓ ବଲାଙ୍ଗିର ର ଦିବ୍ୟମ କେଜ୍ରିୱାଲ ପହଞ୍ଚିଥିବା ବେଳେ ଜ୍ୟୋତିସୁଯ୍ୟ ପରମାଣିକ ବିଜୟ ଲାଭ କରିଥିଲେ । ୧୭ ବର୍ଷ ବାଳକ ଯୁଗଳ ବିଭାଗରେ ଶ୍ରୀୟାଂଶ-ଶୁଭ୍ରକେତନ ଙ୍କ ଯୋଡିକୁ ବାପୁନ- ଦିବ୍ୟକେତନଙ୍କ ଯୋଡି ଫାଇନାଲରେ ମାତ ଦେଇଥିଲେ । ୧୭ ବର୍ଷ ବାଳିକା ଏକକ ବର୍ଗର ଫାଇନାଲ ମ୍ୟାଚରେ ଗୀତାଶ୍ରୀ ଦେ , ଅଶ୍ୱିକା ମିଶ୍ରଙ୍କୁ ମାତ ଦେଇଥିଲେ । ସେହିପରି ମିକ୍ସ ଡବଲ କେଟାଗୋରିରେ ଶ୍ରୀଜିତ ବେନାର୍ଜି - ଗୀତାଶ୍ରୀ ଦେ ଙ୍କ ଯୋଡି କୁ ଶୁଭ୍ରକେତନ ମଲ୍ଲିକ ଓ ସ୍ୱିଟି ପ୍ରଧାନ ପରାଜିତ କରି ଫାଇନାଲ ବିଜୟ ଲାଭ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   29-Mar-2023
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023

You Might Also Like