-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା, ପୁସ୍ତକ ପଠନର ଭାବ ଲୋକଙ୍କୁ ଜୀବନାନ୍ବେଷୀ କରୁ   (27-Mar-2023)       ||     

HOME   ରାଜ୍ୟ

ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ-ବିଧାୟକ ମୁହାଁମୁହିଁ :  ଜିଲ୍ଲାପାଳଙ୍କ ବିରୋଧରେ ମନୋମୁଖୀ ଉନ୍ନୟନପାଣ୍ଠି ବଣ୍ଟନ ଓ ଯଥେଚ୍ଛାଚାର ଅଭିଯୋଗ  !

12-Jan-2023



ବଲାଙ୍ଗୀର-(ମଳୟ ମିଶ୍ରଙ୍କ ରିପୋର୍ଟ ) ଆଜି ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ପରିଷଦ ବୈଠକରେ ମୁଖ୍ୟତଃ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରେକେଲା , ମୁରିବାହାଲ ଓ ବଙ୍ଗୋମୁଣ୍ଡା ଇତ୍ୟାଦି ବ୍ଲକ୍ ରେ ବିଜୁ କେବିକେ ଯୋଜନାର ସରକାରୀ ଅନୁଦାନ ବଣ୍ଟନରେ ଜିଲ୍ଲାପାଳଙ୍କ ପାଣ୍ଠିକାଟ୍ ଓ ମନୋମୁଖୀ ବଣ୍ଟନ ଏବଂ ଫାଇଭ୍-ଟି ସ୍କୁଲ୍ ଗୁଡିକର ଖର୍ଚ୍ଚରେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ୟୟ ଅଟକଳରେ ଗାଇଡ୍ ଲାଇନ୍ ଉଲଙ୍ଘନ ପୂର୍ବକ ସୀମାଲଙ୍ଘନ ସହ ନିମ୍ନମାନର କାମ ଆଳରେ  ଭାଙ୍ଗି ଦିଆଯାଉଥିବା ପରି ଯଥେଚ୍ଛାଚାରର ଅଭିଯୋଗ କରି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଉଚ୍ଚବାଚ ହେବା ସହ ହଠାତ୍ ରାଗି 

ଯାଇ ତାଙ୍କ ଆସନରୁ ଉଠିଯାଇ ଜିଲ୍ଲାପାଳଙ୍କ ଆଡକୁ ମାଡିଯାଇଥିଲେ । ସେ ଜିଲ୍ଲାପାଳ ସରକାରୀ ଆଇନର ନିର୍ଦ୍ଦେଶାବଳିର ଉଲଙ୍ଘନ କରିବା ସହ ତାଙ୍କ ଲୋକପ୍ରତିନିଧିର ଉତ୍ତରଦାୟିତ୍ଵକୁ ଜିଲ୍ଲାପାଳ ମନମାନି କରି ସରକାରୀ ପାଣ୍ଠିକୁ ତାଙ୍କ ସୁହାଇଲା ଢଙ୍ଗରେ ବଣ୍ଟନ କରୁଥିବା ଅଭିଯୋଗରେ 'ଏହା କରିବାକୁ ସେ କିଏ ?' ବୋଲି ପ୍ରଶ୍ନ ଉଠାଇ ସେ ଏହାକୁ ଆଳ କରି  ସମ୍ଭବତଃ ଜିଲ୍ଲାପାଳଙ୍କ ପ୍ରତ୍ୟୁତ୍ତରରେ ସେ ମଧ୍ୟ ଚରମ ସୀମାକୁ ଯାଇପାରନ୍ତି ବୋଲି ଧମକ ଦେଇ ଜିଲ୍ଲାପାଳଙ୍କର ଅତି ନିକଟକୁ ଯାଇ ସାମ୍ନାରେ ଠିଆହୋଇଯାଇ ଆକ୍ରମଣାତ୍ମକ ଢଙ୍ଗରେ  'ବଲାଙ୍ଗୀରରେ ବହୁତ ଜିଲ୍ଲାପାଳ ମାଡ ଖାଇଛନ୍ତି' ବୋଲି ଚେତାଇଦେଲା ଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଟିଟିଲାଗଡ ବିଧାୟିକା ତଥା ମହିଳାମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦର ମହିଳା ଅଧ୍ୟକ୍ଷା ଦେବକୀ ସାହୁ ଓ ଅନ୍ୟାନ୍ୟ ମହିଳା ପ୍ରତିନିଧିଙ୍କ ଉପସ୍ଥିତିରେ  ଜଣେ ବରିଷ୍ଠ ବିଧାୟକଙ୍କର ଏତାଦୃଶ ଅଶାଳୀନ ବାକ୍ୟପ୍ରୟୋଗ ପୂର୍ବକ ଆକ୍ରମଣୋଦ୍ୟତ ଧମକ ଓ  ଆଚରଣ  ସମସ୍ତଙ୍କୁ ବିସ୍ମିତ କରିଛି ।  ଜିଲ୍ଲାପାଳଙ୍କ ପ୍ରତି ସେ ତାଙ୍କର ଉକ୍ତ ଆରୋପ ବା ଅଭିଯୋଗକୁ ଆଲୋଚନା ମାଧ୍ୟମରେ ଉପସ୍ଥାପିତ କରିପାରିଥା'ନ୍ତେ ବୋଲି ମତବ୍ୟକ୍ତ କରି ଅନେକେ ତାଙ୍କର ଏପରି ଅନିୟନ୍ତ୍ରିତ ଆଚରଣକୁ ନାପସନ୍ଦ କରିଛନ୍ତି । 

ଉଲ୍ଲେଖନୀୟ ଯେ, ଆଗରୁ ମଧ୍ୟ ଶ୍ରୀ ସାଲୁଜା ଏକାଧିକବାର ସରକାରୀ ଅଧିକାରୀଙ୍କୁ ମାଡପିଟ କରି  ଗିରଫ ହୋଇଥିବାର  ରେକର୍ଡ ରହିଛି । 

ଅପରପକ୍ଷରେ ଯୁବ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିରୋଧରେ ଦୁର୍ବ୍ଯବହାର କରୁଥିବାର ଅଭିଯୋଗର ଚର୍ଚ୍ଚା ରହିଥିବାରୁ ବିଧାୟକଙ୍କର ତାଙ୍କ ପ୍ରତି ଏତାଦୃଶ ବ୍ୟବହାରକୁ କେତେକ ତାଙ୍କୁ 'ପାନେ ଦେଲେ' ବୋଲି ମଧ୍ୟ ମତପ୍ରକାଶ କରିଛନ୍ତି ! କିଛିଦିନତଳେ ଲୋକଉତ୍ସବ ପ୍ରସ୍ତୁତି ବୈଠକରେ ଆସିଥିବା ଲୋକଙ୍କୁ ପ୍ରସ୍ତାବ ଦେଲାବେଳେ, ବାହାରିଯିବାକୁ କହିବା ,ଏକ ବ୍ଲକ୍ ର ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜଣେ ଭତ୍ତା ପାଇ ନଥିବା ଗରିବ ହିତାଧିକାରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ଧମକାଇବା ଓ ବିଭିନ୍ନସମୟରେ ଅଧସ୍ତନ କର୍ମଚାରୀଙ୍କ ସମେତ ସାଧାରଣଲୋକଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ ଇତ୍ୟାଦି ତାଙ୍କ ବିରୋଧରେ ଅଗଣତାନ୍ତ୍ରିକ ଅସୌଜନ୍ୟମୂଳକ ମାତ୍ରାଧିକ  କ୍ଷମତା ପ୍ରଦର୍ଶନର ଅଭିଯୋଗ ବା ଓଭରସ୍ମାର୍ଟର ଆରୋପ ରହିଆସିଛି ।

ସର୍ବୋପରି ଜିଲ୍ଲାର ବିଭିନ୍ନ ଉନ୍ନୟନରେ ଲୋକପ୍ରତିନିଧିଙ୍କୁ ଅଣଦେଖା କରାଯାଇ ସମ୍ପୂର୍ଣ୍ଣ ପ୍ରଶାସନିକ ନିୟନ୍ତ୍ରଣରେ ଯୋଜନା ଓ ପ୍ରକଳ୍ପଗୁଡିକ ଚାଲୁଥିବାର ପାଟଣାଗଡ ଓ ଅନ୍ୟକେତେକ ବ୍ଲକରେ ସରପଞ୍ଚି ବା ନିର୍ବାଚିତ ଲୋକପ୍ରତିନିଧି ମାନେ ଧାରଣା ଦେବାକୁ ଚେତାବନୀ ଦେଇଥିବା ପ୍ରକାଶ । ସେହିପରି ବନବିଭାଗ, ଯୋଗାଣବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଶ୍ରମବିଭାଗ, ବ୍ଲକ୍ ଓ ପଞ୍ଚାୟତ ଇତ୍ୟାଦି ଜିଲ୍ଲାର ବିଭିନ୍ନ ବିଭାଗର ଗୁରୁତର ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଜନମତ ପ୍ରକାଶ ପାଉଥିଲେ ହେଁ, ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଇଆସୁଛି । ଉଚ୍ଚ୍ଛେଦ, ଦାଦନ ସମସ୍ୟା, ମିଛଶ୍ରମିକର ମଷ୍ଷରରୋଲ୍, ମିଥ୍ୟା ଶ୍ରମଦିବସରେ ଜିଲ୍ଲାରେ ମନରେଗା ଇତ୍ୟାଦି ସରକାରୀ ଯୋଜନା ସମେତ ଉନ୍ନୟନଯୋଜନାରେ ଦୁର୍ନୀତି ସୀମାଲଙ୍ଘନ କଲାଣି । ଫାଇଭ୍-ଟି ସ୍କୁଲ୍ ସ୍ବତନ୍ତ୍ର ଯୋଜନାରେ ବ୍ୟାପକ ମନମୁଖୀ କାର୍ଯ୍ୟକଳାପ ଓ ରାଜନେତାଙ୍କ ଠିକାଦାର ପୋଷଣ ଏପରିସ୍ଥିତିକୁ ସ୍ପର୍ଶ କଲାଣି ଯେ କିଛିମାସ ତଳେ ପାଟଣାଗଡ

ବ୍ଲକର ଜଣେ ସଚ୍ଚୋଟ ଜେଇଙ୍କୁ ସ୍ପଷ୍ଟଦିବାଲୋକରେ ରାଜନୈତିକ ସଂରକ୍ଷଣପ୍ରାପ୍ତ ଠିକାଦାରଙ୍କ ଦ୍ବାରା ସନ୍ଦିଗ୍ଧ ହତ୍ୟାକାଣ୍ଡର ତଦନ୍ତ ବାଟବଣା ହୋଇଗଲା । ଅପରାଧ କ୍ଷେତ୍ରରେ କଣ୍ଟାବାଞ୍ଜିରେ ଦାଦନସେଠଙ୍କ ଅଧାକୋଟି ଟଙ୍କା ହଡପ କରି ଜଣେ ଡିଏସପିଙ୍କ ନିଲମ୍ବନ ବା କଣ୍ଟାବାଞ୍ଜି ଉପକାରାଗାରରେ ବହୁଚର୍ଚ୍ଚିତ ଗୋବିନ୍ଦସାହୁ ଆତ୍ମହତ୍ୟା ଘଟଣା ଅଦ୍ୟାପି ସନ୍ଦେହଘେରରେ ରହିଛି ଓ ଏଥିରେ ଜିଲ୍ଲାପାଳଙ୍କ ଦ୍ବାରା ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶର କଣ ହେଲା , ରହସ୍ୟରେ ରହିଯାଇଛି  ! ତେବେ ବିଧାୟକଙ୍କର ବିଜୁ କେବିକେ ଯୋଜନାର ପାଣ୍ଠି ବା ଫାଇଭ୍-ଟି ସ୍କୁଲ୍ ନିର୍ମାଣାଦି ଅଟକଳ ଓ ଖର୍ଚ୍ଚରେ ଅନିୟମିତତାର ଅଭିଯୋଗର ଯଥାର୍ଥତା ଯେ ନାହିଁ, ଏହା ନୁହେଁ  !  କିନ୍ତୁ  ଜିଲ୍ଲା ପରିଷଦ ବୈଠକରେ ବିଧାୟକଙ୍କର ଜିଲ୍ଲାପାଳଙ୍କୁ ଏତାଦୃଶ ଅଶୋଭନୀୟ ବ୍ୟବହାରକୁ ବୁଦ୍ଧିଜୀବୀ ମହଲ ନିନ୍ଦନୀୟ ବୋଲି ମତପ୍ରକାଶ କରି ଏହା ବଲାଙ୍ଗୀର ଜିଲ୍ଲାର ମାନସମ୍ମାନ ପ୍ରତି ଆଞ୍ଚ୍ ଆଣିଛି । ଏହା ଆପାତତଃ ପ୍ରକାଶିତ ଖବରଗୁଡିକର ଏକ ତର୍ଜମା ସହ ସଂଗୃହୀତ ଜନମତର ପ୍ରତିଫଳନ ମାତ୍ର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023
  ଜିଲ୍ଲା  
ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି   28-Mar-2023

You Might Also Like