-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
11-Jan-2023
ବଲାଙ୍ଗିର, ତିନି ଦିବସୀୟ ଟୁର୍ଣ୍ଣାମେଣ୍ଟ ଆଠ ଗୋଟି ଦଳ ବାରପୁଡୁଗିଆ, ହର୍ଡାଟାଲ, ସକମା, ଗେର୍ଡି, ଉଲବା, ଚନ୍ଦନଭାଟି, ବାନ୍ଧନଘୋର, ତମିଆ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଖେଳିଥିଲେ ବାରପୁଡୁଗିଆ ଏବଂ ସକମା ଦଳ । ସକମା ଦଳ ୨-୧ ଗୋଲ ଦେଇ ବିଜୟୀ ହୋଇଥିଲେ । ମୁଖ୍ୟ ଅତିଥି ଭାବରେ ଯୁବ ସଂଗଠକ ଜୟକୃଷ୍ଣ ମିଶ୍ର, ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ହୋତା, ପ୍ରଶାନ୍ତ ଦଣ୍ଡସେନା, ଶମ୍ଭୁ ଭୂଷଣ ମିଶ୍ର ଯୋଗ ଦେଇ ଉଭୟ ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସଭାପତି ପ୍ରମୋଦ ପଟେଲ, ପ୍ରମୋଦ ବେହେରା, ସମ୍ପାଦକ ଆଶୁତୋଷ ପଧାନ, ଟେକଧର ସା, ଜୟରାମ ଭୋଇ, ପିଣ୍ଟୁ, ଡୁଲେ, ସଙ୍କୀର୍ତ୍ତନ, କରୁଣା, ଆଦି, ମନୋଜ, ଅଙ୍ଗଦ, ବବୁଲ ସହଯୋଗ କରିଥିଲେ । ଖେଳ ପରିଚାଳନା କରିଥିଲେ ରେଫରି ରମେଶ ଭୋଇ, ପିଙ୍କୁ ଭୋଇ, ରିଙ୍କୁ ଓ ପିଙ୍କୁ ନାଗ ।