-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
11-Jan-2023
ସାଲେପୁର (କଟକ) ଫାଣ୍ଡି ରୁ ଥାନା କୁ ପରିବର୍ତ୍ତନ ର ଦୁଇ ଦିନ ନପୁରୁଣୁ ରୁ ଆଉ ଠିକ୍ ନୂତନ ଥାନାର ନାକ ତଳେ ପୋଲିସ ର ଆଖିରେ ଆଙ୍ଗୁଳି ଗେଞ୍ଜି ଲୁଟେରା ଲୁଟିଲେ ୫ ଦୋକାନ। ପୋଲିସ ଶୋଇଥିଲା କାଳେ ନିଘୋଡ଼ ନିଦରେ।
ବିଳମ୍ବିତ ରାତିରେ କଟକ ଜିଲ୍ଲା ଭଦ୍ରେଶ୍ବର ଥାନା ର ନାକତଳେ ଥିବା ହର ଗୌରୀ ବଜାର ରୁ ପାଞ୍ଚୋଟି ଦୋକାନ ର ତାଲା ଭାଙ୍ଗି ଦୋକାନ ରେ ଥିବା ବିଭିନ୍ନ ସାମଗ୍ରୀ ସହ ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଛି। ଔଷଧ ଦୋକାନ,ଟେଲରିଂ ଦୋକାନ,ସେଲୁନ ଓ ଇଲେକ୍ଟ୍ରିକାଲ ଦୋକାନ ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ର ଠିକ୍ ଢଙ୍ଗରେ ପେଟ୍ରୋଲିଂ ବ୍ୟବସ୍ଥା ହେଉନଥିବାରୁ ଏଭଳି ଘଟଣା ଏଠାରେ ବାରଂବାର ହେଉଅଛି ବୋଲି ରୁ ଦୋକାନୀ ଓ ଅଂଚଳବାସୀ ମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଂଚଳବାସୀ ମାନେ ସ୍ଥାନୀୟ ଫାଣ୍ଡି ରୁ ଥାନା ପରିବର୍ତ୍ତନ ହେବାରୁ ବହୁତ ଖୁସି ହେଉଥିବା ବେଳେ ଥାନା ଉଦଘାଟନ ହେବାର ଦୁଇ ଦିନ ପରେ ଚୋରି ହେବାରୁ ଲୋକମାନଙ୍କ ମଧ୍ୟରେ ଏବେ ଏହି ଥାନା ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଭଦ୍ରେଶ୍ବର ଥାନା ପୋଲିସ କେବେ ନିଜ ଡ୍ୟାମେଜ୍ ଇମେଜ୍ କୁ ଅଂଚଳବାସୀ ମନରୁ ଲିଭାଉଛି, ଏବେ ତାକୁହିଁ ରହିବ ନଜର ୧୦ ଟି ପଂଚାୟତବାସୀ ଙ୍କର।
(କଟକ ରୁ ନାରାୟଣ ଭୂୟାଁ ଙ୍କ ରିପୋର୍ଟ)