-+91-9937148622 |
prerana_bgr@rediffmail.com |
Thursday 18th April 2024 |
R.N.I. Regd No. ODIODI/2010/46693
Breaking News
07-Jan-2023
ଉନ୍ନତିକରଣ ର ଭିତ୍ତିପ୍ରସ୍ତର ଦେବା ଠିକ୍ ବର୍ଷେ ପୁରିଯାଇଥିଲେ ମଧ୍ୟ ତାର କାମ ଆରମ୍ଭ ହୋଇ ନ ଥିବାର ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ ଏବଂ ଉପସ୍ଥିତ ଥିବା ସହରୀ ବିକାଶ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ କଲ୍ୟାଣ କୁମାର ରଥ ଏହା ଉପରେ ଉତ୍ତର ରଖନ୍ତୁ ବୋଲି କହିଥିଲେ । ଗତ ମାସ ବଲାଙ୍ଗିର ରେ ହୋଇଥିବା ବୈଠକରେ ସଚିବ ଶ୍ରୀ ରଥ ୭ ଦିନ ଭିତରେ ଏହି ପ୍ରକଳ୍ପର ବୈଷୟିକ ମଞ୍ଜୁରୀ ମିଳିଯିବା ପ୍ରତିଶୃତି ଦେଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ସହ ଉପସ୍ଥିତ ଥିବା ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ । ସହରରେ ଥିବା ସମସ୍ତ ୧୬ଟି ବନ୍ଧ କଟାର ପାଣି ଆଉ ବ୍ୟବହାର ଉପଯୋଗୀ ନାହିଁ ବୋଲି ଆଜି ବିଭିନ୍ନ ବନ୍ଧକଟାକୁ ଗୃହ କମିଟି ର କ୍ଷେତ୍ର ପରିଦର୍ଶନ ସମୟରେ ପ୍ରମାଣିତ ହୋଇଯାଇଥିଲା । ରାଣି ବନ୍ଧ, ଗେଟସରୋବର, ବେହେରାପାଲି, ଲକ୍ଷ୍ମୀଯୋର, ଦେଉଲବନ୍ଧ, କରଙ୍ଗାକଟା ଏବଂ କନ୍ଧପାଲି ବନ୍ଧ ପ୍ରାୟତଃ ଡମ୍ପିଂୟାଡରେ ପରିଣିତ ହୋଇସାରିଥିବାର ସଭ୍ୟମାନେ ହୃଦବୋଧ କରିଥିଲେ । ରାଣୀବନ୍ଧ ଏବଂ କରଙ୍ଗାକଟା କାମକୁ ବହୁକୋଟି ଟଙ୍କାର କାମକୁ କେବଳ ଉପରଠାଉରିଆ ଭାବରେ କଂକ୍ରିଟ ଦ୍ୱାରା ସୌନ୍ଦର୍ଯିକରଣ କାମରେ ସୀମିତ କରାଯାଉଥିବାରୁ ଏହା ବନ୍ଦ କରି ପ୍ରଥମେ ପଙ୍କ ଉଦ୍ଧାର, ପାଣିଧାରଣ କ୍ଷମତା ବଢାଇବା ସହ ସମ୍ପୁର୍ଣ୍ଣ ପୁନରୁର୍ଦ୍ଧାର ବ୍ୟବସ୍ଥା କରନ୍ତୁ ତାପରେ ଯାଇ ସୌନ୍ଦର୍ଯିକରଣ କରନ୍ତୁ ବୋଲି ଅଧ୍ୟକ୍ଷ ନରସିଂହ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଠିକ୍ ସେହିପରି ଛତାମଖନାର ମିଶ୍ର କଟାର ପାଣି ବ୍ୟବହାରଯୋଗ୍ୟ ନ ଥିବା ଦେଖାଯାଇଥିଲା ଏବଂ ପ୍ରଦୂଷଣ ବିଭାଗର ଅଧିକାରୀ ଏଠାରୁ ପାଣି ନେଇ ବିଜ୍ଞାନଗାରରେ ଏହାର ମାନ ପରୀକ୍ଷା କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ଥିବା ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ସହର ମଧ୍ୟରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ପର୍ଯ୍ୟଟନ ସ୍ଥଳି ଭୀମଡୁଙ୍ଗୁରି ରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ହେଉଥିବାରୁ ସେଠାକାର ପୋଖରୀ ପାଣି, ଜଙ୍ଗଲ ଯେପରି ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ ଦ୍ୱାରା ପରିବେଶ ପ୍ରଦୂଷଣ ନ ହେବ ସେ ଉପରେ ଶିଘ୍ର ପଦକ୍ଷେପ ନେବାକୁ ଜଙ୍ଗଲ ବିଭାଗକୁ
ନିର୍ଦ୍ଦେଶ ଦିଆଯାଇଥିଲା । ଲକ୍ଷ୍ମୀଯୋର ରେ ଥିବା ପ୍ରଦୂଷଣକୁ ମ୍ୟୁନିସିପାଲିଟି ଏବଂ କ୍ଷୁଦ୍ର ଜଳସେଚନ ନିଜ ଭିତରେ ସମନ୍ୱୟ ରଖି ଯେତେ ଶିଘ୍ର ହେବ ତାକୁ ପ୍ରଦୂଷଣ ମୁକ୍ତ କରନ୍ତୁ ବୋଲି କହିଥିଲେ । କରଙ୍ଗାକଟାରେ ୨୦୧୪ ମସିହା ପୂର୍ବରୁ ଅନେକ ଅନୁଦାନ ବାଟମାରଣା ହୋଇଥିବା ଅଭିଯୋଗ କ୍ରମେ ଏହାର ତଦନ୍ତ କରିବା ପାଇଁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ । ବେହେରାପାଲି ବନ୍ଧକୁ ରେଳ ବିଭାଗ ଦ୍ୱାରା ମଇଳା ପାଣି ଛାଡି ପ୍ରଦୂଷିତ କରୁଥିବାରୁ ବିଭାଗ ବିରୁଦ୍ଧରେ ପ୍ରଦୂଷଣ ବୋର୍ଡ ନୋଟିସ ଜାରି କରୁ ଏବଂ ଦରକାର ପଡିଲେ ଗ୍ରୀନ ଟ୍ରିବୁନାଲକୁ ସୁପାରିଶ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ପୋଲିସ ଅଧିକ୍ଷକ ବିଭାଗ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବାର ପ୍ରତିଶୃତି ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଦେଇଥିଲେ । ଆଜିର ଆଲୋଚନା ତଥା କ୍ଷେତ୍ର ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ସଚିବ ଜାଗା ମିଶନ ସୌମେନ୍ଦ୍ର ରାଉତରାୟ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତି ସିଂହ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଶ୍ରୀ ସାମି ରେଡି, ଜଙ୍ଗଲ ବିଭାଗ, ଜଳସେଚନ, କ୍ଷୁଦ୍ରଜଳସେଚନ ବିଭାଗ ଅଧିକାରୀ ଏବଂ ଗୃହ କମିଟି ସହ ଆସିଥିବା ବିଧାନସଭାର ଅଧିକାରୀମାନେ ଉପସ୍ଥିତ ଥିଲେ ।