-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
06-Jan-2023
ବଲାଙ୍ଗିର(ପ୍ରେରଣା ଖବର):ପୂର୍ବ ଶତୃତାକୁ କେନ୍ଦ୍ର କରି ଆଜି ଗୋଟିଏ ପରିବାରର ୩ଜଣ ସଦସ୍ୟ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ବଲାଙ୍ଗୀର ଜିଲ୍ଲା ସଦର ଥାନା ଅର୍ନ୍ତଗତ ଉପରଉଡାର ଗାଁ ର ମେଘ ବାଘ(୫୫) ନିଜ କ୍ଷେତ କାମ ସାରି ଘରକୁ ଫେରୁଥିବା ସମୟରେ ଉପରଉଡାର ଗାଁ ର ଗୋଟିଏ ପରିବାରର ତିନି ଭାଇ ଡୁଙ୍ଗୁରୁ ଚିରଗୁନ୍, ବିମାଚର ଚିରଗୁନ୍ ଓ ଦସରି ଚିରଗୁନ ସଂଘବଦ୍ଧ ଭାବରେ ମେଘ ବାଘକୁ ଡାଙ୍ଗିଆରେ ଆକ୍ରମଣ କରିଥିଲେ । ଆକ୍ରମଣରେ ମେଘ ଲହୁଲୁହାଣ ହୋଇଯାଇଥିଲେ । ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ୧ଠ୮ ଆମ୍ବଲାନ୍ସ ଯୋଗେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ଅଣାଯାଇଥିଲା । ବର୍ତ୍ତମାନ ମେଘ ବାଘ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ମେଘ ବାଘର ପରିବାର ବଲାଙ୍ଗୀର ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରିନାହିଁ ।