-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
05-Jan-2023
କୋଲକାତା: ଡିଜେ ବଜାଇବାକୁ ମନା କରିବାରୁ ଟିଏମ୍ସି ନେତାଙ୍କୁ ଅତି ନିଷ୍ଠୁର ଭାବେ ପିଟିପିଟି ମାରିଦେଲେ କିଛି ଯୁବକ ପଶ୍ଚିମବଙ୍ଗ ମାଲଦାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଟିଏମ୍ସି ଡେପୁଟି ଚିଫ୍ ଅଫଜଲ ମୋମୀନଙ୍କୁ ପିଟିପିଟି ମାରିଦେଇଛନ୍ତି ଉଦ୍ଭ୍ରାନ୍ତ ଯୁବକମାନେ। ମୋଥା ବାରି ପୁଲିସ ଷ୍ଟେସନ୍ରେ ଏଭଳି ଘଟଣା ଘଟିଛି।
ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଆଇନ ଶୃଙ୍ଖଳା ବଜାଇ ରଖିବାକୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବହୁସଂଖ୍ୟାର ପୁଲିସ ମୁତୟନ କରାଯାଇଛି।
ଖବର ଅନୁସାରେ, କୈଳାଶୀଜୀବ୍ଲକ୍ର ରଥ ବାରୀ ଗ୍ରାମ ପଞ୍ଚାୟତର ଟିଏମ୍ସି ଡେପୁଟି ଚିଫ୍ ହେଉଛନ୍ତି ଅଫଜଲ ମୋମିନୀ। ଗାଁରେ କିଛି ଯୁବକ ବାରମ୍ବାର ଡିଜେ ବଜାଇ ହୋହାଲ୍ଲା କରୁଥିଲେ। ଏଥିରେ ଗ୍ରାମବାସୀ ଅସନ୍ତୁଷ୍ଟ ଥିଲେ। ମଙ୍ଗବାର ସକାଳେ ଯୁବକମାନେ ଡିଜେ ବଜାଇ ନାଚଗୀତ କରିବାରୁ ଗ୍ରାମବାସୀ ଏହାକୁ ବନ୍ଦ କରିବାକୁ କହିଥିଲେ। ଏଥିରେ ଯୁବକମାନେ ଡିଜେ ବନ୍ଦ କରି ଚାଲିଯାଇଥିଲେ।
ହେଲେ ରାତିରେ ପୁଣିଥରେ ଆହୁରି ଅଧିକ ଯୁବକ ଆସି ଡିଜେ ବଜାଇ ନାଚଗୀତ ଆରମ୍ଭ କରିଥିଲେ। ଫଳରେ ଗ୍ରାମବାସୀ ଓ ଯୁବକମାନଙ୍କ ମଧ୍ୟରେ ମାର୍ପିଟ ଆରମ୍ଭ ହୋଇଥିଲା। ଏଥିରେ ଅଫଜଲ ମୋମିନୀ ମଧ୍ୟ ସାମିଲ୍ ଥିଲେ। ଡିଜେ ବଜାଇବାକୁ ମନା କରିବାରୁ ତାଙ୍କୁ ଯୁବକମାନେ ପିଟିପିଟି ଗୁରୁତର କରିଦେଇଥିଲେ।ଏହାପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମାମଲାରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି। ତା ସହ ପୁଲିସ ୧୪ ଜଣଙ୍କୁ ଥାନାରେ ଅଟକ ରଖି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।