-+91-9937148622 |

prerana_bgr@rediffmail.com |

  Friday 29th March 2024 |

| | | |

R.N.I. Regd No. ODIODI/2010/46693

Breaking News

୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||     

HOME   ଜିଲ୍ଲା

ସମ୍ବଲପୁର ପରିକ୍ରମା କଲା ହକି ବିଶ୍ବକପ୍‌ ଟ୍ରଫି I

05-Jan-2023



ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
 ଭୁବନେଶ୍ବର ଓ ରାଉରକେଲା ସହରରେ ଆସନ୍ତା ୧୩ ତାରିଖ ଠାରୁ ହକି ବିଶ୍ବକପ୍‌ ଆରମ୍ଭ ହେବ । ଏହି ଅବସରରେ ହକି ବିଶ୍ବକପ୍‌ ଟ୍ରଫି ସବୁ ଜିଲ୍ଲା ଭ୍ରମଣ କରୁଛି। ମଙ୍ଗଳବାର ଏହି ଟ୍ରଫି ସମ୍ବଲପୁର ବୁର୍ଲା ପହଞ୍ଚିଥିବା ବେଳେ ବୁଧବାର ସମ୍ବଲପୁର ସହରରେ ଏହାକୁ ଭବ୍ୟ ସ୍ବାଗତ କରାଯାଇଛି। ବୁଧବାର ସକାଳ ସାଢ଼େ ୭ଟାରେ ମନ୍ଦଲିଆ ପଡ଼ିଆରେ ସହସ୍ରାଧିକ ସହରବାସୀ ଉପସ୍ଥିତ ରହି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରିଥିଲେ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ ଏସ୍‌ପି ବି. ଗଙ୍ଗାଧର, ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ ସାହୁ, ଆରଟିଓ ରାମଦାସ ଟୁଡୁ, ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲ୍ଲୀପ ବଳ ପ୍ରମୁଖ ଉପସ୍ଥିତ ରହି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରିଥିଲେ। ମନ୍ଦଲିଆରୁ ୪ସି ପଡ଼ିଆ ପର୍ଯ୍ୟନ୍ତ ମିନି ମାରାଥନ୍‌ ଆରମ୍ଭ ହୋଇଥିଲା। ୭ଟା ୪୦ରେ ଜିଲ୍ଲାପାଳ ଓ ଏସ୍‌ପି ପତାକା ଦେଖାଇ ମାରାଥନ୍‌ର ଶୁଭାରମ୍ଭ କରିଥିଲେ। ପ୍ରଥମେ ପୁରୁଷ ଓ ତାପରେ ମହିଳାଙ୍କୁ ସବୁଜ ପତାକା ଦେଖାଇ ମାରାଥନ୍‌ ଶୁଭାରମ୍ଭ କରାଯାଇଥିଲା। ପୁରୁଷ ବର୍ଗରେ ଆକାଶ ମିର୍ଦ୍ଧା ବିଜେତା ହୋଇଥିବା ବେଳେ ଆନସେଲେନ୍‌ ଲୁଗୁନ ପ୍ରଥମ ରନର୍ସଅପ୍‌ ଓ ରୋସନ ବେହେରା ଦ୍ବିତୀୟ ରନର୍ସଅପ୍‌ ହୋଇଥିଲେ। ସୁମନ୍ତ ମିର୍ଦ୍ଧା, ପଵନ ଯାଦବ ଓ ସମିତ ମିର୍ଦ୍ଧା ସାନ୍ତ୍ବନା ମୂଳକ ପୁରସ୍କାର ପାଇଥିଲେ। ସେଭଳି ମହିଳା ବର୍ଗରେ ଅମ୍ବିକା ଡିଲା ବିଜେତା ହୋଇଥିବା ବେଳେ ସୋନିଆ କୁଜୁର ଓ ସାଇନା ପରବିନ୍‌ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସଅପ୍‌ ହୋଇଥିଲେ। ରିନ୍‌ଶା ଯାଦବ, ନିତୁ କେଵତ ଓ ଜାନକୀ ଓରାମ ସାନ୍ତ୍ବନା ମୂଳକ ପୁରସ୍କାର ପାଇଥିଲେ। ପୁରଷ ବିଜେତାଙ୍କ ମଧ୍ୟରୁ ୫ ଜଣ (ଆନ୍‌ସେଲେନ୍‌ଙ୍କ ବ୍ୟତୀତ) ଓ ମହିଳା ବିଜେତାଙ୍କ ମଧ୍ୟରୁ ସାଇନା ପରବିନ୍ ଏବଂ ନିତୁ କେୱତ ସମ୍ବଲପୁର ଆଥ୍‌ଲେଟିକ୍‌ କ୍ଲବ୍‌ର ସଦସ୍ୟ ହୋଇଥିବାରୁ ଏହାର ପ୍ରତିଷ୍ଠାତା ସୁନ୍ଦରମଣି ବାରିକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟପକ୍ଷରେ ମନ୍ଦଲିଆ ପଡ଼ିଆରୁ ହକି ବିଶ୍ବକପ୍‌ ଟ୍ରଫି ମା’ ସମଲେଶ୍ବରୀଙ୍କ ମନ୍ଦିରକୁ ଆସିଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ଟ୍ରଫିକୁ ସ୍ବାଗତ କରିଥିଲେ। ମା’ ସମଲେଶ୍ବରୀଙ୍କ ମନ୍ଦିର ନିକଟରେ ଟ୍ରଫିକୁ ପୂଜାର୍ଚ୍ଚନା କରାଯାଇଥିଲା। ମା’ ସମଲେଶ୍ବରୀଙ୍କ ମନ୍ଦିରରୁ ଟ୍ରଫି କମିସନର୍‌ କଲୋନି ପଡ଼ିଆକୁ ଆସିଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସେଠାରେ ଏକ ହକି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ମାରାଥନ୍‌ ବିଜେତାଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପଡ଼ିଆରେ ଏକ ଦସ୍ତଖତ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଶ୍ବକପ୍‌ ଟ୍ରଫି ସହ ଫଟୋ ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା।ହକି ବିଶ୍ବ କପ୍‌ ଟ୍ରଫିର ସମ୍ବଲପୁର ପରିକ୍ରମା ସମୟରେ ଜିଲ୍ଲାର ଦୁଇ ପ୍ରତିଭାବାନ ହକି ଖେଳାଳି ରଜତ ମିଞ୍ଜ ଓ ସୁନିତା ଲୁଗୁନ୍‌ଙ୍କୁ କମିସନର୍‌ ‌କଲୋନି ପଡ଼ିଆଠାରେ ମଞ୍ଚକୁ ଡକା ଯାଇଥିଲା। ସମ୍ବଲପୁର ଜିଲ୍ଲାର ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ରଜତ ମିଞ୍ଜ ବର୍ତ୍ତମାନ ଦିଲ୍ଲୀଠାରେ ସାଇର ଜାତୀୟ ତାଲିମ ଶିବିରରେ ଅଛନ୍ତି ଓ ନିକଟରେ ଦାଦନରୁ ଫେରି ଅଧିନାୟିକା ପାଲଟିଥିବା ସୁନିତା ଲୁଗୁନ ଜାତୀୟସ୍ତରର ହକି ଖେଳିଥିଲେ ବୋଲି ସହିଦ ମାଧୋ ସିଂହ ହକି ଏକାଡେମିର ସଂପାଦକ ଲକ୍ଷ୍ମୀଧର ମହାନ୍ତି ପରିଚିତ କରାଇଥିଲେ। କମିସନର୍‌ କଲୋନି ପଡ଼ିଆରୁ ଡ. ପ୍ରଦୋଷ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଏକ ସାଇକେଲ୍‌ ରାଲି ସହ ବିଶ୍ବକପ୍‌ ଟ୍ରଫି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ (ଜିଏମ୍‌ୟୁ)ରେ ଦିନ ୧୦ଟା ୨୫ରେ ପହଞ୍ଚିଥିଲା। ଏହାପରେ ଜିଏମ୍‌ୟୁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଜିଏମ୍‌ୟୁର କୁଳପତି ପ୍ର. ଏନ୍‌ ନାଗରାଜୁ, କୁଳସଚିବ ଯୁଗଳେଶ୍ବରୀ ଦାଶ, ଉପ କୁଳସଚିବ ଡ. ଉମାଚରଣ ପତିଙ୍କ ସମେତ ସହସ୍ରାଧିକ ଛାତ୍ରଛାତ୍ରୀ ୨ଟି ଲମ୍ବା ଧାଡ଼ିରେ ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରିଥିଲେ। ଏହି ଅବସରରେ ଜିଏମ୍‌ୟୁ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତା’ପରେ ବିଶ୍ବକପ୍‌ ଟ୍ରଫି ରମ୍ପେଲାକୁ ଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024
  ଜିଲ୍ଲା  
ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   28-Mar-2024
  ଜିଲ୍ଲା  
କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    27-Mar-2024
  ଜିଲ୍ଲା  
ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   27-Mar-2024

You Might Also Like