-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
04-Jan-2023
ବଲାଙ୍ଗିର(ପ୍ରେରଣା ଖବର) ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମ ଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ମିଲିତ ଆନୁକୁଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେନ୍ଟ ଦ୍ୱିତୀୟ ସେମିଫାଇନାଲରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଫରେଷ୍ଟର ବ୍ୟାସଦେବ ସାହୁ ଯୋଗ ଦେଇ ଥିଲେ । ସମ୍ମାନିତ ଅତିଥି ବରିଷ୍ଠ ଆଇନଜିବୀ କୃଷ୍ଣ ପ୍ରସାଦ ମିଶ୍ର ଓ କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । କମିଟି ସଭାପତି ନାରାୟଣ ବିଶ୍ୱାଲଙ୍କ ଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଏହି ଖେଳରେ ଖଲିଆପାଲି ବନାମ ନକଟାସର ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ଡ୍ର ରହିଥିଲେ । ଟ୍ରାଇବ୍ରେକର ଖଲିଆପାଲି ଜେଏସ୍ସି ୪-୨ ଗୋଲରେ ନକଟାସରକୁ ହରାଇ ଦ୍ୱିତୀୟ ଦଳ ଭାବରେ ଫାଇନାଲକୁ ଉନ୍ନିତ ହୋଇଛି । ଖେଳକୁ ସଂଜିବ ମହାରଣା, ପ୍ରଫୁଲ୍ଲ ବଗର୍ତ୍ତି, ଶ୍ରବଣ କୁମାର ବାଗ ଓ ବିଜୟ କୁମାର ରଣା ପରିଚାଳନା କରିଥିଲେ । ଆଜିର ଖେଳରେ ଖଲିଆପାଲି ଦଳର ଗୋଲକିପର ସରୋଜ ପ୍ରଧାନ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ । କମିଟିର ବିଶ୍ୱନାଥ ସୁନା, ଜନାର୍ଦ୍ଦନ ପାଣ୍ଡେ, କହ୍ନାଇ ଗଡତିଆ, ପ୍ରସାନ୍ତ ପଧାନ, ସୁର୍ଯ୍ୟମଣୀ ସୁନା, ସଚ୍ଚିଦାନନ୍ଦ ଭୁକ୍ତା, ଅନୁପ କୁମାର ସାଏ, ସୁକଦେବ ସାହୁ, ଚିତ୍ତ ବିଶ୍ୱାଲ, ବିକାଶ ପ୍ରଧାନ, ପ୍ରଦୀପ ବାଗ ଏବଂ ମନ ବିଶ୍ୱାଲ ପ୍ରମୁଖ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ୫ ତାରିଖ ଗୁରୁବାର ଦିନ ଜେଏସ୍ସି ଖଲିଆପାଲି ବନାମ ତେନ୍ତେଲଖୁଣ୍ଟି ମଧ୍ୟରେ ଫାଇନାଲ ଖେଳ ହେବ ବୋଲି କମିଟି ସଂପାଦକ ଅଭିମନ୍ୟୁ ପାଣ୍ଡେ ସୂଚନା ଦେଇଛନ୍ତି ।