-+91-9937148622 |

prerana_bgr@rediffmail.com |

  Thursday 25th April 2024 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   (25-Apr-2024)       ||      ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ    (25-Apr-2024)       ||      କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||      ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||      ୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର  ବାର୍ଷିକ ଉତ୍ସବ    (24-Apr-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀ ରୂପେ ଆଧିରାଜ ମୋହନ ପାଣିଗ୍ରାହୀଙ୍କ ନାମାଙ୍କନ ପାତ୍ର ଦାଖଲ,   (24-Apr-2024)       ||      ଦାଦନ ଶ୍ରମିକ ଙ୍କ ଅଂଶୁଘାତ ରେ ଶୋଚନୀୟ ମୃତ୍ୟୁ,ଚାରୋଟି ଅସହାୟ ଛୋଟ ସନ୍ତାନ ଙ୍କୁ ସହାୟତା ଦାବି   (24-Apr-2024)       ||      ନୂଆପଡ଼ା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସଚେତନ ପଦଯାତ୍ରା, ନିର୍ବାଚନ ମହା ପର୍ବ ରେ ସାମିଲ ହୋଇ ନିଜ ମତ ସାବ୍ୟସ୍ତ ପାଇଁ ଆହ୍ବାନ   (24-Apr-2024)       ||      ପଲଶାଗୋରା କଲେଜ ରେ ଭୋଟର ସଚେତନତା ଶିବିର   (24-Apr-2024)       ||      ଓଡିଶା ରାଜ୍ୟ ଉଷୁ  କ୍ୟାମ୍ପ ଅନୁଷ୍ଠିତ ହଇଯାଇଛି    (24-Apr-2024)       ||     

HOME   ଜିଲ୍ଲା

ଦୁର୍ଗମ ଅଞ୍ଚଳରେ ଜିଲାପ୍ରଶାସନ ପହଞ୍ଚି ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ, ଗ୍ରାମ ଚଟାଣରେ ବସି ଗ୍ରାମବାସୀଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

16-Dec-2022



ବୌଦ୍ଧ ; ବୌଦ୍ଧଜିଲ୍ଳାରେ ଜିଲା ପ୍ରଶାସନ ପକ୍ଷରୁ ଗ୍ରାମକୁ ଚାଲ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅନୁଯାୟୀ ଜିଲାପାଳଙ୍କ ନେତୃତ୍ୱରେ ଜିଲାସ୍ତରୀୟ ଅଧିକାରୀମାନେ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଗାଁ ଦାଣ୍ଡରେ ବସି ସିଧାସଳଖ ଲୋକଙ୍କ ଆପତି ଅଭିଯୋଗ ଶୁଣିବା ସହିତ ଅଞ୍ଚଳର ବିକାଶ ପାଇଁ ଜିଲା ପ୍ରଶାସନ ପକ୍ଷରୁ କଣସବୁ ପଦକ୍ଷେପ ନିଆଯିବ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷିରେ ଗୁରୁବାର ଦିନ ଅପରାହ୍ନରେ ବୌଦ୍ଧବ୍ଲକ ଟିକରପଡା ପଞ୍ଚାୟତର ଉପାନ୍ତ ଗ୍ରାମ ବରପଦର ଗ୍ରାମରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଅନ୍ୟ ଅଧିକାରୀମାନଙ୍କ ସହିତ ପହଞ୍ଚିଥିଲେ । ଗ୍ରାମ ମଝିରେ ମଣ୍ଡପ ଚଟାଣରେ ବସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ସୁବିଧା ଅସୁବିଧା ଓ ସମସ୍ୟା ପଚାରି ବୁଝିଥିଲେ । ଗ୍ରାମବାସୀମାନେ ନିକଟରେ ଜିଲ୍ଲା ପ୍ରଶାସନର ମୁଖ୍ୟଙ୍କୁ ପାଇ ଆନନ୍ଦିତ ହେବା ସହିତ ଖୋଲାଖୋଲି ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ଗ୍ରାମକୁ ସବୁଦିନିଆଁ ରାସ୍ତା ନଥିବାବେଳେ ସ୍ୱାସ୍ଥ୍ୟସେବା ଭଳି ଜରୂରୀ ସମୟରେ  ଗ୍ରାମକୁ ଆମ୍ବୁଲାନ୍ସ  ପହଞ୍ଚି ପାରୁନଥିବା,ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ନାଳ ପାର ହୋଇ ପାଠ ପଢିବାକୁ  ଯାଉଥିବା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବର୍ଷା ଦିନରେ ବିଶେଷ ଭାବରେ ଏହି ଗ୍ରାମବାସୀମାନେ ଅତ୍ୟନ୍ତ କଷ୍ଟରେ ଜୀବନ ଯାପନ କରୁଥିବା ଜଣାଇଥିଲେ । ଲୋକଙ୍କ ମୁଖ୍ୟ ଫସଲ ଧାନ ହୋଇଥିବାବେଳେ ବନ୍ୟଜନ୍ତୁ ଅନ୍ୟ ସବୁ ପନିପରିବା ଚାଷ ନଷ୍ଟ କରିଦେଉଥିବା ଅଭିଯୋଗ କରିଥିଲେ । ଗ୍ରାମରେ ଥିବା ଏକମାତ୍ର ପୋଖରୀର ହୁଡା ଭାଙ୍ଗି ଯାଇଥିବାବେଳେ ତାହାର ମରାମତି କରାଯିବା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ନଥିବା,ପାନୀୟଜଳର ବିଶେଷ ସୁବିଧା ନାହିଁ,ବିଦ୍ୟାଳୟ ଶ୍ରେଣୀଗୃହରେ ପାଣି ଗଳୁଛି,ଛାତ୍ରଛାତ୍ରୀମାନେ ତଳେ ବସି ପାଠ ପଢୁଥିବା ଜିଲାପାଳଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀସାହୁ ତୁରନ୍ତ ବିଦ୍ୟାଳୟକୁ ୧୦ ଗୋଟି ଟେବୁଲ ଚେୟାର ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟକୁ ଯିବା ରାସ୍ତାରେ ପୋଲ ନିର୍ମାଣ,ବିଦ୍ୟାଳୟ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ଭାବରେ ସିଂହାସନୀ ଠାକୁରାଣୀ ଓ ମାହେଶ୍ୱରୀଙ୍କ ମନ୍ଦିର ରହିଥିବାବେଳେ ମନ୍ଦିରର ମରାମତି ଏବଂ ଏକ ଭାଗବତ ଟୁଙ୍ଗି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଦେବାକୁ ଗ୍ରାମବାସୀମାନେ ନିବଦେନ କରିଥିଲେ । ଏହି ଅବସରରେ ଜିଲାପାଳ ଶ୍ରୀସାହୁ ବାୟୋଫ୍ଲକ ଜରିଆରେ ମାଛଚାଷ,କିଚେନ ଗାର୍ଡେନ ନିର୍ମାଣ ପାଇଁ ପରାମର୍ଶ ଦେବା ସହିତ ଗ୍ରାମୀଣ ଆବାସ ଯୋଜନାରେ ଯେଉଁ ଗ୍ରାମବାସୀମାନେ ଘର ପାଇନାହାନ୍ତି ତାହାର ଏକ ତାଲିକା ପ୍ରସ୍ତୁତି କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଦୁଇଗୋଷ୍ଠୀ ସ୍ୱୟଂ ସହାୟିକା ଗୋଷ୍ଠୀ ଥିବାବେଳେ ଅନ୍ୟ ଏକ ନୂତନ ଗୋଷ୍ଠୀ ଗଠନ କରିବା ପାଇଁ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଅବସରରେ ଜିଲା ରେଡକ୍ରସ ପାଣ୍ଠିରୁ ଗ୍ରାମର ସୁଭଦ୍ରା ଦେହୁରୀ,ଅକ୍ରୁର ଦେହୁରୀ ଓ ଉମା ମଲ୍ଲିକଙ୍କୁ ୧ ହଜାର ଟଙ୍କା ସହାୟତା ଓ କମ୍ବଳ ପ୍ରଦାନ କରାଯାଇଥିବାବଳେ ସୁମିତ୍ରା ମାଝି ଓ ଅନନ୍ତ ପଲିଆଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା । ଗ୍ରାମର ଅରୁନ୍ଧତୀ ସାହୁ ଓ ବାସନ୍ତୀ ସାହୁଙ୍କ ବୟସାଧିକ୍ୟ ଯୋଗୁଁ ଭତା ପରିମାଣ ବୃଦ୍ଧି ଏବଂ ଦିବ୍ୟାଙ୍ଗ ଜୁଲେଇ ଦେହୁରୀଙ୍କୁ ଭତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।  ଏହି ଗସ୍ତ ପରିପ୍ରେକ୍ଷିରେ ବୁରୋଗୋରା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲାପାଳ ପରିଦର୍ଶନ କରିବା ସହିତ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ତହସିଲଦାର ଦେବୀ ପ୍ରସାଦ ଦାଶ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ,ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ବିଶ୍ୱାଳ,ସହକାରୀ ଯନ୍ତ୍ରୀ ଶିଶିର କୁମାର ଦାଶ,ଜିଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ,ସଂଯୋଜକ ଜିଲା ପ୍ରକଳ୍ପ ଅଧିକାରୀ (ଜରୂରୀ ବିଭାଗ) ସଂଜୟ କୁମାର ଝା,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ସିଡିପିଓ ମିନତୀ ଦେଓ,ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   25-Apr-2024
  ଜିଲ୍ଲା  
ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   24-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ   25-Apr-2024
  ଜିଲ୍ଲା  
କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   25-Apr-2024
  ଜିଲ୍ଲା  
ଅଂଶୁଘାତ ସଚେତନ କର୍ମଶାଳା   25-Apr-2024
  ଜିଲ୍ଲା  
ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    25-Apr-2024
  ଜିଲ୍ଲା  
ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   25-Apr-2024
  ଜିଲ୍ଲା  
ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   25-Apr-2024
  ଜିଲ୍ଲା  
ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   24-Apr-2024
  ଜିଲ୍ଲା  
ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   24-Apr-2024
  ଜିଲ୍ଲା  
ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   24-Apr-2024
  ଜିଲ୍ଲା  
ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   24-Apr-2024

You Might Also Like