-+91-9937148622 |
prerana_bgr@rediffmail.com |
Tuesday 19th March 2024 |
R.N.I. Regd No. ODIODI/2010/46693
Breaking News
09-Dec-2022
ଧର୍ମଗଡ (କ୍ରିଷ୍ଣା ଦାସ ନାଏକ) ଧର୍ମଗଡଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ଆଜି ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଉତ୍ସବ କମିଟି ମଞ୍ଚ ସଞ୍ଚାଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କମିଟି, ମା ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା କମିଟି ଓ ଘୁମୁରା କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମଞ୍ଚ ସଞ୍ଚାଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କମିଟିର ସହ ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ରାଜେନ୍ଦ୍ର ମୁନି, ଲିଙ୍ଗରାଜ ବେହେରା, ଘନଶ୍ୟାମ ମେହେର,ମାଧବ ଲହଜଲ, ମାନସ ମୁଣ୍ଡ, ପ୍ରଶାନ୍ତ ପଣ୍ଡା, ଘୁମୁରା କମିଟିର କମିଟି ର ଅଧ୍ୟକ୍ଷ ରମଣୀ ରଞ୍ଜନ ଜାଲ, କଳସ ଯାତ୍ରା କମିଟି ର ଅଧ୍ୟକ୍ଷ ଅଜୟ କୁମାର ନାଏକ, ପ୍ରଚାର ଓ ପ୍ରସାର କମିଟି ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ସୌମ୍ୟ ରଞ୍ଜନ ନାଏକ, କ୍ରିଷ୍ଣା ଦାସ ନାଏକ, ନରେଶ ସୂନାନି, ରୋହିତ ବାଗ ,ପ୍ରଣାମ କଳାହାଣ୍ଡି ର ଅଧ୍ୟକ୍ଷ ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ରହି ଉତ୍ସବ ସଂପର୍କିତ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ।ସଭା ଶେଷରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ସିଂଗ ଧନ୍ୟବାଦ୍ ଅର୍ପଣ କରିଥିଲେ।