-+91-9937148622 |
prerana_bgr@rediffmail.com |
Tuesday 19th March 2024 |
R.N.I. Regd No. ODIODI/2010/46693
Breaking News
09-Dec-2022
ଭୁବନେଶ୍ୱର : କମେଣ୍ଟ ମାରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଆଇନକୁ ହାତକୁ ନେଲେ ଗ୍ରାମବାସୀ । ୨ପୁଅ ସହ ବାପାକୁ ଉଠବସ୍ କରାଇଲେ ଗାଁ ଲୋକେ । ସୋଶିଆଲ ମିଡିଆରେ ଭିଡିଓ କଲେ ଭାଇରାଲ । ତେବେ ଏଭଳି ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ପାଲା ମଣ୍ଡପଠାରେ ।ତେବେ ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କମେଣ୍ଟମରା ଅଭିଯୋଗ ନେଇ ୨ପୁଅ ସହ ବାପାକୁ ରାଜଧାନୀର ପାଲାମଣ୍ଡପ ଠାରେ କିଛି ଲୋକ ଆଣ୍ଠେଇ ଦେଇଥିଲେ । ଏଥିସହ ନିଆଁ ପାଣି ବାସନ୍ଦ କରିବାକୁ ଚେତାବନୀ ମଧ୍ୟ ଦେଇଥିଲେ । ଯାହାର ଭିଡିଓ ସୋଶିଆଲ ମିଡିଆରେ ଘୂରି ବୁଲୁଥିଲା । ଫଳରେ ଲଜ୍ଜ୍ୟା ଅନୁଭବ କରି ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏନେଇ ଖଣ୍ଡଗିରି ପୋଲିସ ୨ ଜଣଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି ।