-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
09-Dec-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ସଂସ୍କୃତ ବିଭାଗ ପକ୍ଷରୁ ଶ୍ରୀମଦ୍ଭାଗବତ ଗୀତା ଜୟନ୍ତୀ ଅଧ୍ୟକ୍ଷ ଡ଼ଃ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ସିଦ୍ଧାର୍ଥ କନିଷ୍ଠ କଲେଜର ଓଡ଼ିଆ ବିଭାଗ ଅଧ୍ୟାପକ ନିରଞ୍ଜନ ପାଣ୍ଡିଆ
ଯୋଗଦେଇ ଶ୍ରୀମଦ୍ଭାଗବତ ଗୀତାରେ ପ୍ରତିପାଦିତ ବିଶ୍ଵରୂପ ଦର୍ଶନ ଉପରେ,ସମ୍ମାନୀତ ବକ୍ତା ରାଜନୀତି ବିଭାଗ ଅଧ୍ୟାପକ ରୁଦ୍ରନାରାୟଣ ଦାସ ଗୀତାରେ ପ୍ରତିପାଦିତ ମନ ଉପରେ ଏବଂ ମୁଖ୍ୟଅତିଥି ଇଂରାଜୀ ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ବାଳ ଗୀତାରେ ପ୍ରତିପାଦିତ ଆତ୍ମ ତତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ସଭାକାର୍ଯ୍ୟ ପରିଚାଳନା ଓ ବେଦପାଠ କରିଥିଲେ। ଅଚ୍ୟୁତାନନ୍ଦ ସାହୁ, ପ୍ରସାନ୍ତ ନାୟକ,ସୁନିତା ମହାକୁର,ହିମାଦ୍ରୀ ଭୋଇଙ୍କ ସମେତ ସଂସ୍କୃତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ସଭା ପ୍ରାରମ୍ଭରେ ଶ୍ରୀମଦ୍ଭାଗବଦ ଗୀତାର ପ୍ରଥମ ଅଧ୍ୟାୟ ପାଠ କରିଥିଲେ। ଶେଷରେ ସଂସ୍କୃତ ବିଭାଗ କନିଷ୍ଠ ଅଧ୍ୟାପକ ସାଧୁରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।