-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
08-Dec-2022
ଲକ୍ଷ୍ନୌ: ମୈନପୁରୀ ଆସନରେ ବାଜିମାତ କରିଛନ୍ତି ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପାରମ୍ପରିକ ଆସନ ମୈନପୁରରେ ମୁଲାୟମଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ହୋଇଥିଲା। ଏହି ଆସନରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିଲେ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ । ଅନ୍ୟପକ୍ଷେ ବିଜେପି ପ୍ରାର୍ଥୀ କରିଥିଲା ରଘୁରାଜ ସିଂହ ଶକାୟାଙ୍କୁ । ତେବେ ସମାଜବାଦୀ ପାର୍ଟିର ପାରମ୍ପରିକ ଆସନରେ ଦମଦାର ପ୍ରଦର୍ଶନ କରି ଏକତରଫା ବିଜୟ ହାସଲ କରିଛନ୍ତି ଡିମ୍ପଲ ।
ଏହି ଉପ ନିର୍ବାଚନରେ ଡିମ୍ପଲ ଯାଦବ ମୋଟ ୬,୧୮,୧୨୦ ଖଣ୍ଡ ଭୋଟ ପାଇଥିବା ବେଳେ ରଘୁରାଜ ପାଇଛନ୍ତି ୩,୨୯,୬୫୯ ଖଣ୍ଡ ଭୋଟ । ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଡିମ୍ପଲ ଏହି ଉପନିର୍ବାଚନ ଜିତିଛନ୍ତି। ଏହା ବ୍ୟତୀତ ଭାରତୀୟ କୃଷକ ଦଳର ପ୍ରମୋଦ କୁମାର ଯାଦବ ୩,୮୦୧, ଆରଏସଏସପିର ଭୂପେନ୍ଦର କୁମାର ଧାଙ୍ଗର ୨୧୩୭, ସ୍ୱାଧୀନ ପ୍ରାର୍ଥୀ ସୁରେଶ ଚନ୍ଦ୍ର ୨୩୦୩, ସ୍ୱାଧୀନ ପ୍ରାର୍ଥୀ ସୁଷମା ଦେବୀ ୨୪୦୯ ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ୬,୧୨୫ ଭୋଟ ପଡ଼ିଛି