-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
08-Dec-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲାରେ ନିଶା ର କୁପରିଣାମ ଓ ସମାଜରେ ଏହାର ଭୟାବହତl କୁ ଦୃଷ୍ଟି ରେ ରଖି ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଏକ ନିଶା ନିବାରଣ ସଚେତନତା ରଥକୁ ଜିଲ୍ଳା ପରିକ୍ରମଣ ପୂର୍ବକ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ ଶୁଭାରମ୍ଭ କରାଯାଇଛି l ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ ଏହି ସଚେତନତା ରଥ କୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଳା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତୀ ତ୍ରିପାଠୀ, ବିଭାଗୀୟ ସମସ୍ତ ଅଧିକାରୀ, ଓମ ଶାନ୍ତି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ଡେପୁଟି କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡା, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରି ଜନସାଧାରଣ ଙ୍କୁ ନିଶା ର କୁପରିଣାମ ଉପରେ ସଚେତନତା କରାଇବ l