-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
08-Dec-2022
ସମ୍ବଲପୁର(ସଂଜୀବ ପାଣିଗ୍ରାହୀ) କୁଚିଣ୍ଡା ଉପଖଣ୍ଡକୁ ଆଦିବାସୀ ଜିଲ୍ଲା ଗଠନ ଦାବି କରି ଆଜି କୁଚିଣ୍ଡା ବାର ଆସୋସିଏସନ ସମ୍ମୁଖ ପଡିଆରେ ଓକିଲ ସଂଘ ସଭାପତି ପ୍ରମୋଦ କୁମାର ଛୁରିଆଙ୍କ ସଭାପତିତ୍ବରେ ଉପଖଣ୍ଡ ସ୍ତରୀୟ ଏକ ସର୍ବଦଳୀୟ ସଭାରେ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, ଜିଲ୍ଲାପରିଷଦ ସଭାପତି କୁମୁଦିନୀ ନାୟକ, କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ନାୟକ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ବାମରା ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା ବିଜେଡି ନେତା ମୁନୁ ମିଶ୍ର, ଜମନକିରା ବ୍ଲକ ବିଜେଡି ସଭାପତି ସ୍ନିଗ୍ଧା ପଟେଲ, ବାମରା ବ୍ଲକ କଂଗ୍ରେସ ସଭାପତି କ୍ଷୀରୋଦ ସା, କୁଚିଣ୍ଡା ବ୍ଲକ ସଭାପତି ଲବଣୀଧର ନାଏକ, ବିଜେପି ଜିଲ୍ଲା ସାଧରଣ ସମ୍ପାଦକ ସୁଶୀଲ କର, ସାମ୍ବାଦିକ ସଂଘ (ଓୟୁଜେ) ଜିଲ୍ଲା ସଭାପତି ପ୍ରଭାତ ବେହେରା, ଓଡିଶା ସାମ୍ବାଦିକ ସଂଘ (ଓଜେୟୁ ) ସମ୍ବଲପୁର ଜ଼ିଲ୍ଲା ଶାଖା କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀ, ଯୁବ ବିଜେଡି ନେତା ମିଳନ ଖୁଣ୍ଟିଆ, ଶ୍ରମିକ ନେତା ମହମ୍ମଦ ମୁର୍ତୂଜା ପ୍ରମୁଖ ବିଭିନ୍ନ ବ୍ଲକ ଓ ସଙ୍ଗଠନରୁ ୨୫ ଜଣ ପ୍ରତିନିଧି ମାନେ ଉଦବୋଧନ ଦେଇ ଦାବି ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ,ପଞ୍ଚାୟତ , ଏନଏସି, ସାମାଜିକ ସଂଗଠନ, ମହିଳା ସଂଗଠନ, ଛାତ୍ର ସଂଗଠନ, ବିଭିନ୍ନ ଦଳ ପକ୍ଷରୁ ଦାବି ସପକ୍ଷରେ ପ୍ରସ୍ତାବ ଗ୍ରହଣ କରିବା, ଗଣଧାରଣା ଓ ସଭା, ଶୋଭାଯାତ୍ରା କରିବାକୁ ମତ ପ୍ରକାଶ ପାଇଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମକୁ ବରିଷ୍ଟ ଓକିଲ ହୃଦାନନ୍ଦ ଶର୍ମା, ସଚ୍ଚିଦାନନ୍ଦ ଶର୍ମା ପ୍ରମୁଖ ମଂଚାସୀନ ରହି ସଞ୍ଚାଳନ କରିଥିଲେ। ଏଥିରେ କୁଚିଣ୍ଡା ସମେତ ଜମନକିରା ଏବଂ ବାମରା ବ୍ଲକ ଅଞ୍ଚଳରୁ ଶତାଧିକ ମାନ୍ୟଗଣ୍ୟ, ବୁଦ୍ଧିଜୀବୀ, ସମାଜ ସେବୀ, ବିଭିନ୍ନ ଦଳୀୟ ନେତା ଯୋଗଦେଇଥିଲେ।