-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
08-Dec-2022
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସରିଛି ଭୋଟ୍ ଗଣତି । ଏଯାବତ୍ ଫଳାଫଳ ଅନୁସାରେ, ମାଡ଼ି ମାଡ଼ି ଚାଲିଛି ବିଜେଡି । ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ରହୁଛନ୍ତି । ୧୫ତମ ରାଉଣ୍ଡ ସୁଦ୍ଧା ୨୭,୫୩୩ ଖଣ୍ଡ ଭୋଟରେ ଆଗୁଆ ବର୍ଷା । ବିଜେଡି ୫୧,୯୩୭ ଖଣ୍ଡ, ବିଜେପି ୭୯,୪୭୦ଖଣ୍ଡ ଓ କଂଗ୍ରେସ ୨୫୪୩ ଭୋଟ୍ ରେ ଆଗୁଆ ରହିଛନ୍ତି । ୧୪ତମ ରାଉଣ୍ଡ ସୁଦ୍ଧା ୨୬,୩୫୨ ଭୋଟରେ ବିଜେଡି ଆଗୁଆ ଥିଲା । ବିଜେଡି ୪୮,୩୧୪ ଖଣ୍ଡ ଭୋଟ୍, ବିଜେପି ୭୪,୬୬୬ ଓ କଂଗ୍ରେସ ୨୩୯୩ ଭୋଟରେ ଆଗୁଆ ଥିଲେ । ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ୫୪୧୬, ପ୍ରଦୀପ ପୁରୋହିତ ୩୧୨୨ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ୮୯ ଭୋଟ୍ ଆଗୁଆ ଥିଲେ ।