-+91-9937148622 |
prerana_bgr@rediffmail.com |
Thursday 28th March 2024 |
R.N.I. Regd No. ODIODI/2010/46693
Breaking News
07-Dec-2022
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) : ସମବାୟ ବିଭାଗ ଚିଠି ନମ୍ବର ୧୦୫୫୦, ତା.୧୬.୧୧.୧୨ ଅନୁସାରେ ସମବାୟ ଅଡିଟର ଉନ୍ନତି ନିମନ୍ତେ ଯେଉଁ ୩୦ ଗୋଟି ସର୍କଲ ହେବ ଏବଂ ସେହି ସର୍କଲମାନଙ୍କ ମଧ୍ୟରୁ ଯେଉଁ ୧୦ଟା ସର୍କଲକୁ ଗ୍ରେଡ-୧ ପାହ୍ୟା ଦିଆଯିବ ସେଥିରେ ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ ଓ କୋରାପୁଟକୁ ଗ୍ରେଡ-୧ ପାହ୍ୟା ଦେବାକୁ ଅନୁରୋଧ କରାଯାଉଛି । ପ୍ରସ୍ତାବିତ ଯେଉଁ ୩୦ଗୋଟି ମଧ୍ୟରୁ ଦଶ ଗୋଟି ଗ୍ରେଟ -୧ ହେବ ସେଥିରେ ଏହି ସବୁ ସର୍କଲକୁ ଗ୍ରେଡ-୧ କରାଯାଉ । ବିଶିଷ୍ଟ ସମାଜସେବୀ ରମେଶ ଚନ୍ଦ୍ର ପଧାନ ଯିଏକି ସ୍ୱତନ୍ତ୍ର ସମବାୟ ଅଡିଟ୍ ଓଡିଶାରେ ଖୋଲିବା କ୍ଷେତ୍ରରେ ବହୁ ଚେଷ୍ଟା କରିଥିଲେ ଏବଂ ଗତ ୨୫ ବର୍ଷ ହେଲା ଭାରତର ସମବାୟ, କୃଷି ଓ ସମାଜର ଉନ୍ନତି ନିମନ୍ତେ ବହୁ କାର୍ଯ୍ୟ କରିଆସୁଛନ୍ତି ସେ ଏହି ପୁରୁା ଓ ବଡ ସର୍କଲ ଗୁଡିକୁ ଗ୍ରେଡ-୧ ପାହ୍ୟା ଦେବାକୁ ସରକାରଙ୍କ ଠାରେ ଅନୁରୋଧ କରୁଛନ୍ତି ।