-+91-9937148622 |

prerana_bgr@rediffmail.com |

  Thursday 28th March 2024 |

| | | |

R.N.I. Regd No. ODIODI/2010/46693

Breaking News

୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (29-Mar-2024)       ||      ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   (29-Mar-2024)       ||      ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    (28-Mar-2024)       ||      ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ    (28-Mar-2024)       ||      ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   (28-Mar-2024)       ||      ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   (28-Mar-2024)       ||      ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ    (28-Mar-2024)       ||      ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ    (28-Mar-2024)       ||      ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   (28-Mar-2024)       ||      ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   (28-Mar-2024)       ||      କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    (27-Mar-2024)       ||      ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   (27-Mar-2024)       ||      କଣ୍ଟାମାଳ ପାଇଁ ମହୀଧର ରଣା ବିଜେଡି ପ୍ରାର୍ଥୀ ଘୋଷିତ   (27-Mar-2024)       ||      ଇଣ୍ଟରନ୍ୟାସନାଲ ଥିଏଟର କଣ୍ଟାମାଳ ଶାଖାର ବିଶ୍ୱନାଟ୍ୟ ଦିବସ   (27-Mar-2024)       ||      ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ - ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା I   (27-Mar-2024)       ||      ପଞ୍ଚସଖା ଗଳି ରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ    (27-Mar-2024)       ||      ମର୍ମନ୍ତୁଦ ସଡ଼କ ଦୃଘଟଣା,  ସରକାରୀ ବସ ଚକା ତଳେ ୨ ବନ୍ଧୁ ଙ୍କ ମୃତ୍ୟୁ      (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||      ସରକାରୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଗଲା    (27-Mar-2024)       ||     

HOME   ରାଜ୍ୟ

ବିଡିସିସି ବ୍ୟାଙ୍କ ସଭାପତି ନିର୍ବାଚନ,ଯୁବନେତାଙ୍କ କଳାକାରନାମାକୁ ନେଇ ଚର୍ଚ୍ଚା ବିଜେଡିରେ ବେଇମାନ କିଏ?

07-Dec-2022



ବଲାଙ୍ଗିର -ବଲାଙ୍ଗୀର ଜିଲ୍ଲା କେନ୍ଦ୍ରସମବାୟ ବ୍ୟାଙ୍କ ନିର୍ବାଚନ ସରିଯାଇଛି । ଗତଥର ଭଲି ଚଳିତ ନିର୍ବାଚନରେ ମଧ୍ୟ ଶାସକ ବିଜେଡିଦଳ ଧୂଳି ଚାଟିଛି । ଯଦିଓ ନିର୍ଦ୍ଦେଶକ ନିର୍ବାଚନରେ ୧୫ଟି ଆସନରୁ ୧୩ଟି ପଦବୀ ଶାସକ ବିଜେଡିଦଳର ସମର୍ଥକ ଜିଣିଛନ୍ତି । କିନ୍ତୁ ସଭାପତି ପଦ ନିର୍ବାଚନ ବେଳେ କିଛି ନିର୍ଦ୍ଦେଶକଙ୍କ (କ୍ରସଭୋଟିଂ)ବେଇମାନି କାରଣରୁ ଶାସକଦଳକୁ ଧୂଳି ଚାଟିବାକୁ ପଡିଛି । ତେବେ ସଭାପତି ଚୟନରେ ପାତରଅନ୍ତର ନେଇ ଦଳରେ ଅସନ୍ତୋଷ ଦେଖାଦେଇଥିଲା ଓ ଶେଷରେ ଏହା ହିଁ ଶାସକଦଳକୁ ଘାତକ ସାଜିଲା । କିଛିନେତାଙ୍କ ମନମାନି କାରଣରୁ ଦଳକୁ ପରାଜୟ ହେବାକୁ ପଡିଲା । ଏହି ନିର୍ବାଚନରେ ମାତ୍ର ଦୁଇଟି ନିର୍ଦ୍ଦେଶକ  ରଖିଥିବା ନରସିଂହ ମିଶ୍ରଙ୍କ ଭାଇପୁଅ ସ୍ମାରକ ମିଶ୍ର(ଟିଟୁ) ଆଉ ୬ଜଣ ନିର୍ଦ୍ଦେଶକଙ୍କ ସମର୍ଥନ ଯୋଗାଡ କରି ୮ଟି ଭୋଟ ପାଇ ସଭାପତି ହୋଇଛନ୍ତି । ଶାସକ ବିଜେଡିଦଳର ୧୩ଜଣ ନିର୍ଦ୍ଦେଶକ ଥାଇ ମାତ୍ର ୨ଜଣ ନିର୍ଦ୍ଦେଶକ ଥିବା ପ୍ରାର୍ଥୀଙ୍କ ଠାରୁ ହାରିବା ଘଟଣାକୁ ବହୁଲୋକ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଚଳିତଥର ଶାସକଦଳର ଅନେକ ଦକ୍ଷ ନିର୍ଦ୍ଦେଶକ ରହିଥିଲେ । ପ୍ରାୟ ୩ରୁ ୪ଜଣ ନିର୍ଦ୍ଦେଶକ ସଭାପତି ପଦ ପାଇଁ ଆଶାୟୀ ରହିଥିଲେ । କିନ୍ତୁ ସେମାନଙ୍କୁ ସମସ୍ତଙ୍କୁ ଅଣଦେଖା କରି କୁଆଡେ ଅର୍ଥମନ୍ତ୍ରୀ ନିରଂଜନ ପୂଜାହାରୀ ଜଣେ କମପଢା ମହିଳା ପଦ୍ମାବତି ପାତ୍ରଙ୍କୁ ବ୍ୟାଙ୍କ ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଚୟନ କରିଥିଲେ । ବର୍ଷକୁ ୧୨୦୦କୋଟି ଟଙ୍କାର ବ୍ୟବସାୟ କରୁଥିବା ବିଡିସିସି ବ୍ୟାଙ୍କରେ ଜଣେ କମପଢା ମହିଳା ସଭାପତି ହେବେ ଏହାକୁ ଅନେକନେତା ଗ୍ରହଣ କରିପାରୁନଥିଲେ । ଶେଷରେ ଏଭଳି ଅବସ୍ଥା ହେଲା ଯେ,ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ବିଧାୟକ ସୁଶାନ୍ତ ସିଂଙ୍କ ଅନୁଗତ ଅକ୍ଷୟ ରାଉତ ବିଦ୍ରୋହୀ ପ୍ରାର୍ଥି ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମୋଟ ଉପରେ ଶାସକଦଳର ଚୟନରେ ପଦ୍ମାବତି ପାତ୍ର ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡିର ବିଦ୍ରୋହୀ ପ୍ରାର୍ଥି ଭାବରେ ଅକ୍ଷୟ ରାଉତ ଓ କଂଗ୍ରେସ ସମର୍ଥିତ ସ୍ମାରକ ମିଶ୍ର ନାମାଙ୍କରପତ୍ର ଦାଖଲ କରିଥିଲେ । ସ୍ମାରକଙ୍କ ସହିତ ମାତ୍ର ଜଣେ ଚିନ୍ତାମଣୀ ଭୋଇ ପ୍ରସ୍ତାବକ ରହିଥିଲେ । ତାଙ୍କ ସମର୍ଥକ ଭାବରେ ବିଜେଡିଦଳର ଜିଣିଥିବା ଜଣେ ମହିଳା ନିର୍ଦ୍ଦେଶକ ରହିଥିଲେ । ଏହା ସହିତ ବିର୍ଦୋହୀ ପ୍ରାର୍ଥି ହୋଇଥିବା ଅକ୍ଷୟଙ୍କ ପ୍ରସ୍ତାବକ ଓ ସମର୍ଥକ ସୋନପୁର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରୁ ଆସିଥିବା ଦୁଇଜଣ ନିର୍ଦ୍ଦେଶକ ରହିଥିଲେ । ତେବେ ନାମାଙ୍କନ ପରେ ପରେ ଲବି ଆରମ୍ଭ ହୋଇଯାଇଥିଲା । ପ୍ରଥମେ ପ୍ରଥମେ ଅକ୍ଷୟଙ୍କ ପାଇଁ କୁଆଡେ ଶାସାକଦଳର ଜଣେ ଯୁବବିଜେଡିର ନେତା ଲବି ଆରମ୍ଭ କରିଥିଲେ । ସେ ଏବେ କୁଆଡେ ନିଜ ବସକୁ ଛାଡି ଭିନ୍ନ ଗୋଠରେ ଯୋଗଦେଲେଣି । ତେଣୁ ବାହାର ଜିଲ୍ଲାର ନେତାଙ୍କ ଇସାରାରେ ନିଜ ଜିଲ୍ଲାର ନେତାଙ୍କୁ ଧୋକାଦେବାକୁ ଅକ୍ଷୟ ପାଇଁ ନିର୍ଦ୍ଦେଶକମାନଙ୍କୁ ଲବି ଆରମ୍ଭ କରିଦେଲେ । ଶେଷରେ ସ୍ଥିତି ଏପରି ହେଲା ଯେ,ନିଜେ ଅକ୍ଷୟ କଂଗ୍ରେସ ସମର୍ôଥତ ସଭାପତି ପ୍ରାର୍ଥିଙ୍କ ସହିତ ଭିତିରି ବୁଝାମଣା କରିଦେଲେ । ତାଙ୍କ ହାତରେ ଥିବା ଦୁଇଜଣ  ନିର୍ଦ୍ଦେଶକଙ୍କୁ ସ୍ମାରକଙ୍କ ପାଖରେ ବିକ୍ରି କରିଦେଲେ । ଏହା ପରେ ପରେ ଶାସକଦଳର କ୍ୟାମ୍ପରେ ଥିବା ୯ଜଣ ନିର୍ଦ୍ଦେଶକ ନିର୍ଦ୍ଦେଶିକାଙ୍କ ମଧ୍ୟରୁ ସେହି ଯୁବନେତାଙ୍କ ଜରିଆରେ ଲବି କରି ବିରୋଧିଙ୍କୁ ୩ଜଣଙ୍କ ଭୋଟ କରାଇବାରେ ସଫଳ ହେଲେ । ଏହି ନିର୍ବାଚନରେ ପ୍ରାୟ ଜଣପିଚ୍ଛା ୩୦ଲକ୍ଷର କାରବାର ହୋଇଥିବା ଓ ଉକ୍ତ ଯୁବନେତା ଏଥିରୁ ଭଲ କମିଶନ ପାଇଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଦଳରେ ରହି ଦଳୀୟ ପଦ ପଦବୀ ହାତେଇ ଶେଷରେ ନିଜଦଳକୁ ଧୋକାଦେଇଥିବା ଯୁବନେତାଙ୍କୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି । ତେବେ ସବୁଠୁ ବେଶି ଚର୍ଚ୍ଚାରେ ରହିଛନ୍ତି ଅକ୍ଷୟ ରାଉତ । ସେ ପୂର୍ବରୁ ବିଜେଡିରେ ନଥିଲେ । ଜଣେ ଠିକଦାର ତଥା ବାଲି ବ୍ୟବସାୟୀ ଭାବରେ ଜଣାଶୁଣା ଥିଲେ । ସୁଶାନ୍ତ ସିଂ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ବେଳେ ଅକ୍ଷୟ ଓ ତାଙ୍କର କିଛି ସହଯୋଗୀ ପ୍ରଭାବଶାଳୀ ହୋଇଗଲେ । ଏପରିକି ପୁଇଁତଳା ବ୍ଲକ ଅଧ୍ୟକ୍ଷ ପଦରେ ସରୋଜଙ୍କୁ ବସାଇବାରେ ତାଙ୍କର ଭୂମିକା ରହିଥିଲା । ସେଥିପାଇଁ ଚଳିତଥର ନିଜେ ବ୍ୟାଙ୍କ ନିର୍ଦ୍ଦେଶକ ହୋଇ ସଭାପତି ପଦ ହାତେଇବାକୁ ଆଶା ରଖିଥିଲେ । ସୁଶାନ୍ତଙ୍କ ସୁପାରିଶରେ ନିର୍ଦ୍ଦେଶକ ପ୍ରାର୍ଥି ହେଲେ ଓ ଶେଷରେ ବିଜେଡିକୁ ଧୋକା ମଧ୍ୟ ଦେଇ ବିରୋଧି କ୍ୟାମ୍ପର ପ୍ରାର୍ଥିଙ୍କୁ ସଭାପତି ପଦରେ ଜିଣିବାରେ ସହାୟକ ହେଲେ । ଏବେ ଜିଲ୍ଲା ତଥା ରାଜ୍ୟରେ ଗୋଟିଏ ଚର୍ଚ୍ଚା ବିଜେଡିରେ ବେଇମାନ କିଏ? କାହା ଇଙ୍ଗିତରେ ଏଭଳି କାରନାମା ହେଲା ଓ ବିଜେଡିଦଳକୁ ଅପବାଦ ମିଳିଲା । ଏବେ ପଦ୍ମପୁର ନିର୍ବାଚନ ଚାଲିଥିବା ବେଳେ ବଲାଙ୍ଗୀର ବିଜେଡିରେ ଫାଟକୁ ନେଇ ବେଶ ରୋଚକ ଆଲୋଚନା ଚାଲିଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯୭୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2024
  ଜିଲ୍ଲା  
ଖଟଖଟିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ,   29-Mar-2024
  ଜିଲ୍ଲା  
ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ, ସ୍ବାମୀ ଅଟକ    28-Mar-2024
  ରାଜନୀତି  
ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ   28-Mar-2024
  ଜିଲ୍ଲା  
ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା*- ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଆରମ୍ଭ କଲେ ପରିବାର ସମ୍ପର୍କ ଅଭିଯାନ   28-Mar-2024
  ଜିଲ୍ଲା  
ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା   28-Mar-2024
  ରାଜନୀତି  
ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମସିଏମସି ସେଲ   28-Mar-2024
  ଜିଲ୍ଲା  
ବୌଦ୍ଧ : କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କଲେ ବୌଦ୍ଧ ଜିଲାପାଳ   28-Mar-2024
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର   28-Mar-2024
  ଜିଲ୍ଲା  
ଚିକିଲି ଗ୍ରାମରେ ସମ୍ପୂର୍ଣ ଆଦିବାସୀ ପରମ୍ପରାରେ ନିଆରା ଢଙ୍ଗରେ ଶିବରାତ୍ରି ପାଳିତ   28-Mar-2024
  ଜିଲ୍ଲା  
କଣ୍ଟାମାଳରେ ୧୦୮ ହନୁମାନ ଚାଳିଶା ଓ ଶୁଭସ୍ତମ୍ଭ ସ୍ଥାପନ    27-Mar-2024
  ଜିଲ୍ଲା  
ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ , ନାଟକ ଆଜିର ସମୟର ଅପରିହାର୍ଯ୍ଯ ଆବଶ୍ୟକତା।   27-Mar-2024

You Might Also Like