-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
06-Dec-2022
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରାଯାଉ । ଗଠନ ହେଉ ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ୍ । ଏହି ୨ଟି ପ୍ରମୁଖ ଦାବିକୁ ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ପୂର୍ବରୁ କୋଶଳ ରାଜ୍ୟ ଗଠନ ପାଇଁ ଦାବି ହୋଇ ଆସୁଥିବା ବେଳେ ଏବେ ହିରାଖଣ୍ଡ ରାଏଜ ଗଠନ ସ୍ୱର ଦିଲ୍ଲୀରେ ଉଠିଛି । ଯନ୍ତରମନ୍ତରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକ ଧାରଣା ଦେଇଛନ୍ତି । ଆନ୍ଦୋଳନକାରୀ କହିଛନ୍ତି, ସରକାର ଆମକୁ ଅଣଦେଖା କରୁଛନ୍ତି । ସମ୍ବଲପୁରୀ ଭାଷାକୁ ମାନ୍ୟତା ଦିଅନ୍ତୁ ।
ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ମାନ୍ୟତା ଦେବାକୁ ଗ୍ରୀନ ସିଗନାଲ୍ ମିଳିବା ପରେ ଏବେ ପଶ୍ଚିମ ଓଡ଼ିଶା କାହିଁକି ସାରା ଓଡ଼ିଶାର ବିଭିନ୍ନ ଦାବି ଉଠିବାରେ ଲାଗିଲାଣି ।