-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
06-Dec-2022
ସୁବର୍ଣ୍ଣପୁର// ସୁବର୍ଣ୍ଣପୁର ଜ଼ିଲ୍ଲା ର ହରଡ଼ଖୋଲ ପଞ୍ଚାୟତ ଠାରେ ଥିବା ତାରାତାରିଣୀ ବେକରି ର ଶିଳ୍ପ ଉଦ୍ୟୋଗୀ ଶୁକ୍ଲାମ୍ବର ପାଣିଗ୍ରାହୀ( ପିଣ୍ଟୁ ) ରାଜ୍ୟ ମାଇକ୍ରୋ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସ୍ତରୀୟ ମେକ ଇନ ଓଡିଶା କଂକ୍ଳେପ 2022 ଉତ୍ସବ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି l ଏହି ଉତ୍ସବ ରେ 5 T ସଚିବ ଭି କେ ପାଣ୍ଡିଆନ ଙ୍କ ସମେତ ଏମ ଏସ ଏମ ଇ ସଚିବ ଶାଶ୍ୱତ ମିଶ୍ର,ଡ଼ବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଅତିରିକ୍ତ ସଚିବ ସରୋଜ ହୋତା, ପ୍ରଭୁ ଚୌଧୀରି, ସୁବର୍ଣ୍ଣପୁର ଜି ଏମ ଡି ଆଇ ସି ବଳଭଦ୍ର ନାଏକ ଉପସ୍ଥିତ ଥିଲେ l ଆଜି ଶିଳ୍ପ ଉଦ୍ୟୋଗୀ ଶ୍ରୀ ପାଣିଗ୍ରାହୀ ସୁବର୍ଣ୍ଣପୁର ମାଟି କୁ ଫେରିବା ପରେ ବିଭିନ୍ନ ବ୍ୟବସାୟୀ ସଂଗଠନ ସମେତ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l