-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
06-Dec-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ସ୍ଥିତ ପୁରୁଣା ଜ଼ିଲ୍ଲାପାଳ ଅଫିସ ଶମ୍ବୁଖରେ ଥିବା ଉପ କାରାଗାର ରେ ସବ ଜେଲର ଡିଲେଶ୍ୱର ଜେନା ଓ ଧର୍ମ ପତ୍ନୀ ନିଳୀମା ସ୍ୱାଇଁ ଙ୍କ ପୌରହିତ୍ୟ ରେ ଏବଂ ମହନ୍ତ ଶ୍ରୀ ଶ୍ରୀ ସୁରେନ୍ଦ୍ର ଗିରି (ହନୁମାନ ବାବା) ଙ୍କ ତତ୍ୱାବଧାନ ରେ ଏକ ନୂତନ ହନୁମାନ ମନ୍ଦିର ଓ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ପ୍ରତ୍ୟହ ପରାୟଣ, ପ୍ରବଚନ
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରବଚକ ରମେଶ ପୁରୋହିତ, ଜଳନ୍ଧର ସାହୁ, ଲକ୍ଷ୍ମଣ ଦାଶ ମହାରାଜ ସୁନ୍ଦରଭାବେ ଭଜନ ସଂଗୀତ ମାଧ୍ୟମ ରେ ପ୍ରବଚନ ଦେଇଥିଲେ l ମାରୁତି ନନ୍ଦନ ପୂଜକ ଖଗେଶ୍ୱର ମିଶ୍ର, ମାନସ ଆଚାର୍ଯ୍ୟ, ନାରାୟଣ ମିଶ୍ର, ସୌରଭ ପାଣିଗ୍ରାହୀ, ଅକ୍ଷୟ ପାଣିଗ୍ରାହୀ, ନିଷ୍ଠା ର ସହିତ ପ୍ରତିଷ୍ଠା କାର୍ଯ୍ୟ ରେ ସହଯୋଗ କରିଥିଲେ l ପବନ ସୂତ ନିଜର ଅପୂର୍ବ ଶକ୍ତି ଦ୍ୱାରା ଅନେକ ଅସାଧ୍ୟ କାର୍ଯ୍ୟ କୁ ସାଧ୍ୟ କରି ପାରନ୍ତି ବୋଲି ପୁରାଣ କଥା ରୁ ଲୋକ ଙ୍କ ଦୃଢ଼ ବିଶ୍ୱାସ ରହିଛି l ସେ ସୌଭାଗ୍ୟ ବଶତଃ ହେଉ ବା ଦୁର୍ଭାଗ୍ୟ ବଶତଃ କୌଣସି କାରଣ ବା ଘଟଣା କୁ ନେଇ ବିଚାର ଧୀନ କଏଦୀ ଭାବେ ଏଠି ଜୀବନ ବିତାଉ ଥିବା ଏହି ଉପ କାରାଗାର ର କଏଦୀ ମାନଙ୍କ ଜୀବନ ଶୈଳୀ ଓ ବ୍ୟବହାର ରେ ପରିବର୍ତ୍ତନ ଓ ଆଧ୍ୟାତ୍ମିକ ଚିନ୍ତନ ର ବିକାଶ ପାଇଁ ଏବଂ କଏଦୀ ମାନଙ୍କ ମଧ୍ୟ ରେ ସଂସ୍କାର ଆଣିବା ସହିତ ସମାଜ ର ମୁଖ୍ୟ ସ୍ରୋତ କୁ ତାଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟ ରେ ଏଭଳି ଏକ ଉତ୍ସବ ପାଳନ କରିବା ପାଇଁ ବଲାଡି ମଠ ର ମହନ୍ତ ଶ୍ରୀ ହନୁମାନ ବାବା ମହାରାଜ ଙ୍କ ପରାମର୍ଶ ଥିଲା l ଯାହାକି ମହନ୍ତ ଶ୍ରୀ ହନୁମାନ ବାବା ଙ୍କ ଏହି ପ୍ରସ୍ତାବ କୁ ସମର୍ଥନ ଜଣାଇ ସବ ଜେଲର ଶ୍ରୀ ଜେନା ଙ୍କ ନେତୃତ୍ୱ ରେ ସବ ଜେଲ ର ଖିରୋଦ ଦାଶ ଓ ସମସ୍ତ କର୍ମଚାରୀ ଙ୍କ ସମେତ ରିଜର୍ଭ ପୋଲିସ ମନୋଜ ପଣ୍ଡା, ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, କୃଷକ ନେତା ବୈକୁଣ୍ଠ ଶତପଥୀ ଏହି ତିନି ଦିନିଆଁ
ଉତ୍ସବ ରେ ସମ୍ପୂର୍ଣ ସହଯୋଗ କରିଥିଲେ l ମହାବୀର ମନ୍ଦିର ପୂଜା କମିଟି ପକ୍ଷରୁ ଆୟୋଜିତ ଏ ଉତ୍ସବ ରେ କଳସ ଯାତ୍ରା, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା, ନ୍ୟାସ ହନୁମାନଙ୍କ ସହସ୍ର ନାମ, ଦେବତା ମାନଙ୍କ ରତ୍ନ ସିଂହାସନ ଆରୋହଣ, ଗୀତl ହୋମ ପୂର୍ଣ୍ଣାହୁତି ସମେତ ମହନ୍ତ ଶ୍ରୀ ହନୁମାନ ବାବାଙ୍କୁ ଭକ୍ତ ଙ୍କ ଦର୍ଶନ ଓ ତାଙ୍କ ଉପସ୍ଥିତି ସମେତ ଶେଷ ସମୟ ର ଝୁଲ ରେ ହାତୀ ଝୁଲ ସଂଗୀତ ର ତାଳେ ତାଳେ ନାଚୁଥିବା ଆୟୋଜକ ଓ କଲୋନୀ ର ସମସ୍ତ ମହିଳା ପୁରୁଷଙ୍କ ନାଚଗୀତ ଖୁବ ଆକର୍ଷଣୀୟ ଥିଲା l ଯାହାକି ହଜାର ଭକ୍ତ ଙ୍କ ମନ କୁ ଛୁଇଁ ପାରିଥିଲା ଏବଂ ସହରେ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l