-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
06-Dec-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଆଦିବାସୀ ଭବନ ଠାରେ ଦଳିତ ବର୍ଗକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭବେ ଯୋଗ ଦେଇଥିଲେ ସମାଜସେବୀ ବିଜୟ ମହାନନ୍ଦ l ଜଦି ବି ଦଳିତ ବର୍ଗ ଗୋଟିଏ ହେଲେ ସେମାନଙ୍କ ସଂସ୍ଥା ଓ କାର୍ଯ୍ୟକଳାପ ଅଲଗା l ଅନେକ ଲୋକ ସାମାଜିକ, ରାଜନୈତିକ ଓ ଅର୍ଥନୈତିକକୁ ନେଇ ଆଗକୁ ବଢ଼ି ଚାଲିଛନ୍ତି l ଏଣୁ ବିଭିନ୍ନ ପଥକୁ ନ ଯାଇ ଏକଜୁଟ ହୋଇ ସଂଘଠିତ ଭାବରେ କାର୍ଯ୍ୟ କରିବା ଯେପରିକି ଗୋଟିଏ କାଠକୁ ସହଜରେ ଭାଙ୍ଗି ହୁଏ କିନ୍ତୁ 10ଟି କାଠ ଏକଜୁଟ ହେଲେ ତାକୁ ଭାଙ୍ଗିବା କଷ୍ଟକର l ଦଳିତ ବର୍ଗଙ୍କୁ ଏଭଳି ଆହ୍ୱାନ ଦେଇଥିଲେ ସମାଜସେବୀ ବିଜୟ ମହାନନ୍ଦ l ଦଳିତ ବର୍ଗର ଉପସ୍ଥିତ ଥିଲେ ମନୋଜ କୁମାର କଲେତ, ଲକ୍ଷ୍ମନ ସୁନା, ଶିବପ୍ରସାଦ ନାଗ, ରମାକାନ୍ତ ନାଗ, ହେମନ୍ତ ଗଡ଼ତିଆ, କାହ୍ନl ସୁନା, ସରମ ମେହେର, ବାଳକିଶୋର ଛତର, ପ୍ରହଲ୍ଲାଦ ମହାନନ୍ଦ ପ୍ରମୁଖ l