-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
06-Dec-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ମାର୍କେଟୟାଡ ପରିସରରେ ଜୟ ମାଁ ତୁଳସୀ ସ୍ଵୟଂ ସହାୟକ ଗୋଷ୍ଟି ଏବଂ ସେବା ସମବାୟ ସମିତି ପକ୍ଷରୁ ଆଜିଠାରୁ ଚଳିତ ଖରିଫ ରିତୁର ଧାନକିଣା ପର୍ବ ଆରମ୍ଭ ହୋଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ
ନିଶି ପୁନମ ମିଞ୍ଚି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ଜିଲ୍ଲା ଯୋଗାଣ ବିଭାଗର ବିଭିନ୍ନ ପଦାଧିକାରୀ,ସ୍ଵୟଂ ସହାୟକ ଗୋଷ୍ଟିର ସମସ୍ତ ସଦସ୍ୟାଙ୍କ ସମେତ ଚାଷୀ,ମିଲର ଉପସ୍ଥିତ ଥିଲେ । ଆଜି ପ୍ରଥମ ଦିନରେ ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଗୁଲୁଣ୍ଡା ଗ୍ରାମର ସତ୍ୟ ନାରାୟଣ ଜଗଦଲା ୨୩୮କୁଇଣ୍ଟାଲ ଏବଂ ସେବା ସମବାୟ ସମିତି ପକ୍ଷରୁ ଜବଦା ଗ୍ରାମର ବିନୋଦ ବିହାରୀ ବାଘ ୩୭.୨୪ କେଜି ୯୦ ପ୍ୟାକେଟ ଧାନ ବିକ୍ରୟ କରିଥିବା ଜଣାପଡିଛି ।ସେହିପରି ଅନ୍ୟପକ୍ଷରେ ଚରଦା ମଣ୍ଡି ସରପଞ୍ଚ ବୃନ୍ଦାବତୀ ନାୟକଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିବା ବେଳେ ଶଙ୍କରା ମଣ୍ଡି ସମବାୟ ସଭାପତି ଧର୍ମରାଜ ପଣ୍ଡାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି ।