-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
05-Dec-2022
ବଲାଙ୍ଗିର, ବଲାଙ୍ଗିର ର ସାମାଜିକ ସଂଗଠନ ଜେସିଆଇ ବଲାଙ୍ଗିର ସିଟିର ୧୫ ତମ ଅଧିଷ୍ଠାପନ ଦିବସ ମାରୱାରୀ ସେବା ସଦନରେ ପାଳିତ ହୋଇଯାଇଛି । ଜେସିଆ ବଲାଙ୍ଗିର ସିଟିର ସଭାପତି ଜେସି ପରେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସଂଗଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରପାଳିକା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ସ୍କୁଲ ଏବଂ କଲେଜ ଅଧ୍ୟୟନ ବ୍ୟତିତ ନିଜେ ପରିପକ୍ୱତା ଆଣିବା ପାଇଁ ଜେସିଆ ଏକ ଶକ୍ତିଶାଳୀ ମାଧ୍ୟମ । ଅନ୍ୟତମ ଅତିଥି ଜୋନାଲ ମୁଖ୍ୟ ଜେସି ଆକାଶ ସୁନ୍ଦରାଣୀ କହିଛନ୍ତି ଯେ ଅଧିକରୁ ଅଧିକ ଲୋକ ଜେସିଆ ରେ ଯୋଗ ଦେଇ ସମାଜ ତଥା ଦେଶର ସେବା ରେ ସହଯୋଗ କରିବା ଉଚିତ ବୋଲି କହିଥିଲେ । ଜେସିଆଇ ଜୋନାଲ ଉପାଧ୍ୟକ୍ଷ ଜେସି ପଲାଶ ଜୈନ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଜେସିଆଇ ବଲାଙ୍ଗିର ସିଟି ସଭାପତି ପରେଶ ଅଗ୍ରୱାଲ ୨୦୨୨ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ରଖିଥିଲେ । ଏହା ପରେ ବର୍ଷସାରା କାର୍ଯ୍ୟ କରୁଥିବା କାର୍ଯ୍ୟନିର୍ବାହୀ ସଦସ୍ୟ ଏବଂ ପୂର୍ବତନ ଅଧ୍ୟକ୍ଷମାନଙ୍କୁ ସମ୍ମାନିତ କରିଥିଲେ । ଜେସି ପରେଶ ଅଗ୍ରୱାଲ ୨୦୨୩ ଅଧ୍ୟକ୍ଷ ସୃଷ୍ଟି ଅଗ୍ରୱାଲ ଙ୍କୁ ଶପଥ ପାଠ କରାଇଥିଲେ । ନୂତନ ଅଧ୍ୟକ୍ଷ ସୃଷ୍ଟି ଅଗ୍ରୱାଲ କହିଛନ୍ତି ସେ ଜେସିଆଇ ସମସ୍ତ ସଦସ୍ୟଙ୍କ ସହ ବର୍ଷସାର ବିଭିନ୍ନ କାର୍ଯ୍ୟକ୍ରମ କରି ଜେସିଆଇ ବଲାଙ୍ଗିର ସିଟି କୁ ଏକ ନୂତନ ଉଚ୍ଚତାକୁ ନେଇଯିବେ ଏବଂ ସମାଜରେ ଏକ ଭିନ୍ନ ପରିଚୟ ଦେବାକୁ ଚେଷ୍ଟା କରିବେ । ଜେସି ସୃଷ୍ଟି ଅଗ୍ରୱାଲ ନୂତନ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ନୂତନ ଭାବେ ଜେସିର ସଦସ୍ୟତା ଗ୍ରହଣ କରିଥିବା ଆଠ ଜଣ ସଦସ୍ୟ ଅରବିକ ମହାନ୍ତି, ପ୍ରିୟଙ୍କା ଭମର, ଶିବ ଅଗ୍ରୱାଲ, ରିତେଶ ଅଗ୍ରୱାଲ, ରିଚା ଅଗ୍ରଓା୍ୱଲ, ନୀତେଶ ଜୈନ, ମନିଷା ଜୈନ ଏବଂ ଶୁଭମ୍ ଅଗ୍ରୱାଲ ଙ୍କ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜେସି ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଜେସି ଅଭିଳାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।