-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
05-Dec-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଦର ସ୍ଥିତ ଲକ୍ଷ୍ମିନଗର ଠାରେ ନେହେରୁୁ ଯୁବକେନ୍ଦ୍ର ଓ ଯୁବମହାସଂଘର ମିଳିତ ଆନୁକୁଲ୍ୟରେ ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି । ଯୁବ ମହାସଂଘର ସଭାପତି ମହେଶ ରଂଜନ ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିରୋଧ ଭୂଷଣ ରାଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱେଚ୍ଛାସେବୀ ଦିବସ ପାଳନର ଉଦ୍ୟେଶ୍ୟ ଓ ଲକ୍ଷ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ବିଡିଏମ ନରେନ୍ଦ୍ର ଦେହେରୀ, ଅଚ୍ୟୁତାନନ୍ଦ ବେହେରା ଏବଂ ବିଶ୍ୱ ମୋହନ ପୁରୋହିତ ଯୋଗଦେଇ ମଂଚାସୀନ ହୋଇଥିଲେ । କାର୍ଯ୍ୟକ୍ରମକୁ ସମ୍ଭୁରାଜ କର୍ଣ୍ଣ ପରିଚାଲନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସ୍ଥାନରୁ ୫୮ ଜଣ ସଦସ୍ୟ ଯୋଗଦେଇଥିଲେ । ସୁଶିଲ ଥାଟୀ ଧନ୍ୟବାଦ ଦେଇଥିଲେ