-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
05-Dec-2022
ବୌଦ୍ଧ ::ବୌଦ୍ଧ ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । । ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୬୨ ଗୋଟି ଆପି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୫୫ ଗୋଟି ବ୍ୟକ୍ତିଗତ ମାମଲା ଓ ୭ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ସେଥିମଧ୍ୟରୁ ୭ ଜଣଙ୍କୁ ଜିଲା ରେଡକ୍ରସ ପାଣ୍ଠିରୁ ୨୭ ହଜାର ଟଙ୍କା ଓ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ୧୮ ଗୋଟି ଅଭିଯୋଗର ତôତକାଳ ସାମଧାନ କରାଯାଇଥିଲା । କୁଲତାଖଲିର ଶାନ୍ତି ମୁଦୁଲି, ତପସ୍ୟା ରାଉତ, ରୁପ ମୁଦୁଲି , ଲକ୍ଷ୍ମୀ ପ୍ରସାଦର ହେମଲତା ମେହେର, ଓ ତେଲିବନ୍ଧର ଗଜେନ୍ଦ୍ର ପେରାଙ୍କୁ ଶିବିରରେ ଜିଲାପାଳ ଶ୍ରୀ ସାହୁ ଭା କାର୍ଡ ଦେବା ସହ ୫୦୦ ଟଙ୍କା ଲେଖାଁଏ ପ୍ରଦାନ କରିଥିଲେ । ବୌଦ୍ଧ ବ୍ଳକର ଆମ୍ବଝରି ପାୟତ ଅର୍ନ୍ତଗତ ଗଣପଦର ଗ୍ରାମର ନମି କୁମ୍ଭାରଙ୍କୁ ବିଧବା ଭା କାର୍ଡ ସହ ୫୦୦ ଟଙ୍କା ଜିଲାପାଳ ପ୍ରଦାନ କରିଥିଲେ ଏହା ସହ ଜାତୀୟ ପରିବାର ମଙ୍ଗଳ ଯୋଜନା ପାଣ୍ଠିରୁ ୨୦ ହଜାର ଟଙ୍କା ୭ ଦିନ ମଧ୍ୟରେ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଳାଦ ସହାୟ ମିନା, ଅତିରିକ୍ତ ଜିଲାପ।।ଳ ବବିତାରାଣି ଦଳବେହେରା, ଜିଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅଶ୍ୱନି କୁମାର ମେହେର, ଉପଜିଲାପାଳ ସନତ କୁମାର ନାଏକ, ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଜିଲା ମତ୍ସ୍ୟବିଭାଗ ଅଧିକାରୀ ଲିପସା ପଟନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ସେବାଷି୍ଥିଆନ କୁଜୁର, ଡ଼ା. ବି କେ ଆର ସି ହେମ୍ବ୍ରମ ଓ ବୌଦ୍ଧ ସିଡିପିଓ ମୀନତି ଦେଓଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶିବିରକୁ ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ ଓ ତହସିଲଦାର ଦେବୀ ପ୍ରସାଦ ଦାଶ ଓ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ କୁମାର ସାହୁ ପରିଚାଳନା କରିଥିଲେ । ସମାଧାନ ଶିବିର ପରେ ସମସ୍ତ ଅଧିକାରୀ ମାନେ ବୌଦ୍ଧ ବ୍ଳକର ମିଶନ ଶକ୍ତି ଫେଡେରେସନର ସଭ୍ୟ ସଭ୍ୟା ମାନଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ସାମଗ୍ରୀ ପ୍ରଦର୍ଶନ କରିବା ସହ ଅତିଥି ମାନଙ୍କୁ ମାଣ୍ଡିଆର ସୁସାଦୁ ଖାଦ୍ୟ ମଣ୍ଡା, ପୋଡପିଠା, କେକ, ପକୁଡି, ଆରିସା, ଜୁଜ ଆଦି ଖାଇବାକୁ ଦେଇଥିଲେ ।