-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
05-Dec-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ବିଜାପାଟି ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ସୋମବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ କୃଷକ ସାଥି ସାମନ୍ତ ଦୀପ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ମାଟି ଚିନ୍ହଟ ଓ ମାଟି ଅନୁସାରେ ଫସଲ ତଥା ମାଟି ପରୀକ୍ଷା ଉପରେ ଆଲୋକପାତ କରିଥିଲେ।ତେବେ ମାଟିର ସୁରକ୍ଷା ପାଇଁ ଚାଷୀମାନେ ଶପଥ ନେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗୌରୀ ଦୀପ, ଶ୍ରଦ୍ଧାଞ୍ଜଳି ବାଗ,ଭାନୁମତି ପ୍ରଧାନ, ଜୀବର୍ଦ୍ଧନ ସାହୁ,ବାଲ୍ମୀକି ଛତ୍ରୀଆ,ପ୍ରବୀଣ ଭୋଇ, ସତ୍ୟ ସାଇ ପଧାନ, କ୍ଷୀର ସାଗର କୁମାର ଓ ଅନ୍ୟ ଚାଷୀ ମାନେ ଅଂଶ ଗ୍ରହଣ କରିଥିଲେ ।