-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
05-Dec-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ସୋମବାର ଉଦଘାଟିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ସିଆଳି (ସୋନପୁର ), ଟକର୍ଲା, ଭବାନୀପାଟଣା ସ୍ପୋର୍ଟ୍ସହଷ୍ଟେଲ, ତୁଷୁରା ଏଲୋଭେନଷ୍ଟାର, ରାଜା ଖରିଆର, ଜୁନାଗଡ଼, ଚିଚର୍ଲା ତୁର୍ଲା(ଟିଟିଲାଗଡ଼ )ଅଂଶଗ୍ରହଣ କରିବା କୁ ଥିବା ବେଳେ ଉଦଘାଟନ ମ୍ୟାଚ ଶିଆଳି (ସୋନପୁର )ଓ ଟକରର୍ଲା (କଳାହାଣ୍ଡି )ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ନିର୍ଦ୍ଧାରିତ ସମୟମଧ୍ୟରେ ସୋନପୁର ଦଳ ୨/୦ ଗୋଲରେ ଟକର୍ଲା ଦଳକୁ ପରାସ୍ତ କରି ବିଜୟୀ ହୋଇଛି l ମ୍ୟାଚ କୁ ଲଳିତ ସାହୁ, ଲଳିତ ଦାସ , ସନ୍ଦୀପ ତରାଇ, ପିଙ୍କୁ ଚନ୍ଦନ ପରିଚାଳନା କରିଥିଲେ l
ଏହି ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୁବନେତା ନୀଳମାଧବ ସିଂହଦେଓ , ସ୍ୱତନ୍ତ୍ର ଅତିଥି ଭାବେ ମ ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁଚରଣ ବେହେରା(ସିନୁ )ଗ୍ରାମ୍ୟକମିଟି ସଭାପତି ତଥା ସାମ୍ବାଦିକ ନରୋତ୍ତମ ସେଲମା , ନାଏବ ସରପଞ୍ଚ ନରେଶ ଦାସ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ , ସାମ୍ବାଦିକ ସତ୍ୟ ନାରାୟଣ କୁମାର,ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, ଲିପୁନ ରଣା, ଲିଲୁ ନାଏକ, ବୁଲୁ ଭୋଇ,ଦେବେନ୍ଦ୍ର ଲେଙ୍କା,ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ଗିରିଶ ଚନ୍ଦ୍ର ସୁନା, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ ବଣ୍ଟି ନାଏକ,ଗୋବର୍ଦ୍ଧନ ମାଝୀ, ରାଜେଶ ଗଡାତିଆ, ବବଲୁ ଦଣ୍ଡସେନା,ପ୍ରମୁଖ ସହଯୋଗ କରିଥିବାବେଳେ ସାମ୍ବାଦିକ କମ୍ବୁପାଣିସାହୁ ଏବଂ ମଧୁବାଗ ଧାରବିବାରଣୀ ପ୍ରଦାନ କରିଥିଲେ, ସ୍କୋରବୋର୍ଡଦାଇତ୍ୱ ରେ ସୁଧାଂଶୁ ବାରିକ ଥିଲେ l ମଙ୍ଗଳବାର ଭବାନୀପାଟଣା ସ୍ପୋର୍ଟ୍ସହଷ୍ଟେଲ ବନାମ ତୁଷୁରା ଏଲୋଭେନ ଷ୍ଟାର ମଧ୍ୟରେ ହେଵ ବୋଲି ସଭାପତି ନରୋତ୍ତମ ସେଲମା ସୂଚନାଦେଇଛନ୍ତି l