-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
05-Dec-2022
ସୁବର୍ଣ୍ଣପୁର - ସାମ୍ପ୍ରତିକ ସମାଜ ରେ କେବଳ ସୁବର୍ଣ୍ଣପୁର ନୁହେଁ ସାରା ଭାରତ ରେ ନିତିଦିନ ସୁବର୍ଣ୍ଣପୁର ର ଏ ଆତ୍ମହତ୍ୟା ଘଟଣା ଭଳି ଘଟୁଛି ନୁଆଁ ନୁଆଁ କୌଶଳ ରେ ବିଭିନ୍ନ ସାଇବର ଅପରାଧ l ସାଇବର ଅପରାଧୀଙ୍କ ବ୍ଲାକମେଲିଂରେ ପୀଡିତ ଯୁବ ପିଢୀ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଉଥିବା ସବୁଠି ଏବେ ଦେଖିବାକୁ ମିଳୁଛି ।ରାଜସ୍ଥାନ ଅଲୱର ସହରର ଦୁଇଜଣ ସାଇବର ଅପରାଧୀଙ୍କ ବ୍ଳାକମେଲିଂ ଯୋଗୁଁ ବରପାଲି ପିଏନବି ବ୍ୟାଙ୍କ ମେନେଜର ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତ ପରେ ଆଜି ପର୍ଦାଫାଶ କରିଛି l ବ୍ଳାକମେଲିଂ କରି ଅପରାଧୀମାନେ ବିଭିନ୍ନ ସମୟରେ ଦିବ୍ୟ ରଂଜନଙ୍କ ପାଖରୁ ୨୬ ଲକ୍ଷ ୧୫ହଜାର ୭୧୦ ଟଙ୍କା ଠକି ନେଇନେବା ପରେ ଦିବ୍ୟ ରଂଜନ ମାନସିକ ଚାପଗ୍ରସ୍ତ ହୋଇ ଗତ
ସେପଟେମ୍ବର ୧୩ ତାରିଖରେ ଡୁଂଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ନିକଟସ୍ଥ ଅଂଗନଦୀରେ ଆତ୍ମହତ୍ୟା କରିଥିଲେ ।ପୋଲିସ ଏହି ଘଟଣାର ତଦନ୍ତ କରି ଦିବ୍ୟ ରଂଜନଙ୍କୁ ଅପରାଧୀମାନେ ଲାଇଭ କଲ କରି ନଗ୍ନ ଚିତ୍ର ଉତ୍ତୋଳନ କରି ଟଂକା ଆଦାୟ କରୁଥିବା ପୋଲିସ ଜାଣିବାକୁ ପାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଡ଼ିଏସପି ସତ୍ୟଜିତ ମିଶ୍ର ଙ୍କ ନେତୃତ୍ୱ ରେ ଏକ ସ୍ବତନ୍ତ୍ର ଦଳ ଏହାର ଅନୁସଂଧାନ କରି ରାଜସ୍ଥାନରୁ ଦୁଇ ସାଇବର ଅପରାଧୀଙ୍କୁ ଗିରଫ କରିବା ସହିତ ଦିବ୍ୟ ରଂଜନଙ୍କ ପାଖରୁ ଆଦାୟ କରିଥିବା ଟଂକାରେ କିଣାଯାଇଥିବା ଏକ ଚାରିଚକିଆ ଯାନ ଓ ଏକ ମୋବାଇଲ ଫୋନକୁ ଜବତ କରିବାରେ ପୋଲିସ ସଫଳ ହୋଇଛି ।ସାଇବର ଅପରାଧୀ ଦ୍ବୟ ରାଜସ୍ଥାନ ଅଲୱର ସହରର କିଙ୍ଗପିନ ମେହେବୁବ ଓ ଆଦିଲ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି ।ଆଜି ଅପରାଧି ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ଫେକ ସିବିଆଇ ଅଫିସର ଭାବେ ଉକ୍ତ ଏଟିଏମ ସାଇବର ଗ୍ରୁପ ଗତ ଜୁନ ୨୧.୨୦୨୨ ରୁ ବ୍ଲାକ ମେଲିଂ ଆରମ୍ଭ କରି ଟଙ୍କା ଆଦାୟ ମଧ୍ୟ ଆରମ୍ଭ କରିଥିବା ଏବଂ ରାଜସ୍ଥାନ ର ଭିୱାଡି ଏସପି ଙ୍କ ସମ୍ପୂର୍ଣ ସହଯୋଗ ରେ ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ଏ ଅପରାଧୀ ଙ୍କୁ ଧରିବାରେ ସଫଳ ହୋଇଥିବା ଜଣାଯାଇଛି l ଘଟଣା ରେ ସମ୍ପୃକ୍ତ ଅନ୍ୟ ଅପରାଧୀ ମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି l ସେ ପୁଅ ହେଉ କିମ୍ବା ଝିଅ ର କୌଣସି ଅଜଣା ଫୋନ କଲ ଓ ଭିଡିଓ କଲ ପ୍ରତି ସାବଧାନ ରହି ସେଥିରୁ ସମ୍ପୂର୍ଣ ଦୁରେଇ ରହି ବାକୁ ଏବଂ ନିଜର ବହୁମୂଲ୍ୟ ସୁନ୍ଦର ମଣିଷ ଜୀବନ କୁ ସୁରକ୍ଷିତ ରଖିବାକୁ ମିଡ଼ିଆ ଜରିଆରେ ଆଜି ଏସପି ଶ୍ରୀ ପଣ୍ଡା ଆଗାମୀ ଯୁବ ପିଢୀ ଙ୍କୁ ସଚେତନ ଓ ନିବେଦନ କରିଛନ୍ତି l