-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
05-Dec-2022
ସୁବଲୟା(ପ୍ରେରଣା ଖବର)- ବୀରମହାରାଜାପୁର ବ୍ଲକ ଅନ୍ତର୍ଗତ ସରକାରୀ ଅପ ଗ୍ରେଡେଡ ହାଇସ୍କୁଲ, ପିତାମହୁଲ ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକ ସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଆକସ୍ମିକା ବଢେଇ ସ୍ୱନ୍ତ୍ରତ ଅତିଥି ଭାବରେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି ଅଭିଯାନକୁ ଉଦଘାଟନ କରିଥିଲେ । ବୀରମହାରାଜାପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସାନ୍ତନୁ କୁମ୍ଭକାର ମୁଖ୍ୟଆତିଥି ଭାବରେ ଯୋଗଦେଇ ଜୁନିଅର ରେଡକ୍ରସର ମାନବୀୟ ସେବାରେ ସମସ୍ତ ପରାମର୍ଶଦତା ମାନେ ଉଦବୁଦ୍ଧ ହେବାକୁ ମତବ୍ୟକ୍ତ କରିଥିଲେ । ଆୟୋଜିତ ହୋଇଥିବା ଭବ୍ୟ ସଭାରେ ବାଦ ଅପିତାମହୁଲ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରି ମଂଜୁଲତା ଜଗଦଲା ଅଧ୍ୟକ୍ଷତା କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ସାଧନକର୍ମି ଚନ୍ଦ୍ରମଣି ବାଘ ପରିଚାଳନା କରିଥିଲେ । ବୀରମହାରାଜପୁର ନୋଡାଲ ହାଇସ୍କୁର ପ୍ରଧାନଶିକ୍ଷକ ନିରଂଜନ ଦାଶ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଆଗାମୀ ଦିନରେ ବ୍ଲକ ତଥା ଜିଲ୍ଲାର ସମସ୍ତ ହାଇସ୍କୁଲ ଏବଂ ଅପର ପ୍ରାଇମେରୀ ସ୍କୁଲରେ ୬ଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱବ୍ୟାପୀ ସେବା ସଂଗଠନ ରେଡକ୍ରସର ସପ୍ତନୀତିରେ ଉଦବୁଦ୍ଧ କରାଯିବ ଏବଂ ସେମାନେ କିଭଳି ଭବିଷ୍ୟତରେ ସ୍ୱେଚ୍ଛାକୃତ ଭାବରେ ମାନବୀୟ ସେବା ପ୍ରଦାନ କରିବାରେ ଦକ୍ଷ ହେବେ ସେ ଦିଗରେ ଜୁନିଅର ରେଡକ୍ରସ କାର୍ଯ୍ୟ ସଂପାଦନ କରିବାକୁ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ବିରମହାରାଜାପୁର ବ୍ଲକ ଅନ୍ତର୍ଗତ ୨୨ ଟି ହାଇସ୍କୁଲ ର ଜୁନିଅର ରେଡକ୍ରସ ପରାମର୍ଶଦତା ମାନେ ଅଭିଯାନରେ ଯୋଗଦେଇଥିଲେ ।
ସାଧନକର୍ମି ଚନ୍ଦ୍ରମଣି ବାଘ, ବଳରାମ ପୁରୋହିତ, ଆଶିଷ ନାଏକ ପ୍ରମୁଖ ରେଡକ୍ରସର ଆନ୍ଦୋଳନ, ଜୁନିଅର ରେଡକ୍ରସର ସେବା ମୂଳକ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା ସଂପର୍କିତ ରକ୍ଷକ ଯୋଜନାର ଉପଯୋଗିତା ବିଷୟରେ ଶିବିରାର୍ôଥ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ବିଚିତ୍ରା ନନ୍ଦ ମଲ୍ଲିକ, କ୍ଷିରେଶ୍ୱର ବାରିକ, ମଧୁସୁଦନ ନାଏକ, କାର୍ତିକ ମଲ୍ଲିକ, ଆଲୋକ ପଧାନ, ସୌମ୍ୟ ରଂଜନ ପଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ହେମନ୍ତ ସେଠି ଧନ୍ୟର୍ପଣ କରିଥିଲେ ।