-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
04-Dec-2022
ବିନିକା(ହିମାଂଶୁ ଶେଖର ପୁଟେଲ)ଅଭାବ ଅନାଟନରେ ଜୀବନ ବିତାଉଥିବା ପରିବାରର ଦୟନୀୟ ସ୍ଥିତିରେ ସୁଧାର ଆଣିବା ସହ ମୁହଁରେ ହସ ଫୁଟାଇବା ନେଇ ଘରର ଏକମାତ୍ର ରୋଜଗାର କ୍ଷମ ୨୨ବର୍ଷିଆ ଯୁବକ କମାଇବାକୁ ସୁଦୂର ଆନ୍ଦ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଞ୍ଚଳରେ ।ଫଳରେ ଏଭଲି ଅଚାନକ ଅଫେରା ରାଇଜକୁ ସବୁଦିନ ପାଇଁ ଚାଲିଯିବା ଘଟଣାକୁ ନେଇ ପରିବାର ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି ।ଘଟଣାଟି ହେଉଛି ବିନିକା ବିଜ୍ଞାପିତ ପରିଷଦ ୧୦ନଂ ୱାର୍ଡ ଉଲ୍ଲେ ଗ୍ରାମର ।ଗ୍ରାମର ଗରିବ ସନ୍ତୋଷ ବେହେରା ଓ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ।ଘରର ଆର୍ଥିକ ସ୍ଥିତିର ସୁଧାର ବାପା ସନ୍ତୋଷର ସ୍ବପ୍ନକୁ ସାକାର କରିବାର ଲକ୍ଷ୍ୟ ନେଇ ପ୍ରାୟ ୧୦ଦିନ ତଳେ ୨୨ବର୍ଷିଆ ପୁଅ ମନୋଜ ପୋଡଶି ରାଜ୍ୟ ଆନ୍ଧ୍ରପ୍ରଦେଶକୁ ମଜୁରୀ(ଦାଦନ) କରି ଯାଇଥିଲେ । ପୁଅ କମାଇବାକୁ ଯିବା ପରେ ଘରକୁ ଟଙ୍କା ଆସିବ,ପରିବାର ମୁହଁରେ ହସ ଫୁଟିବ,ଘର ସ୍ଥିତି ସୁଧୁରିବ ଆଦି ଅନେକ କଥା ଭାବି ପରିବାର ନି ଚିନ୍ତାରେ ଜୀବନ କାଟୁଥିଲେ। ଚଞ୍ଚଳ ମନରେ ପୁଅ ମନୋଜ କାମ ବି ଆରମ୍ଭ କଲା ହେଲେ ତାର ଦିନେ ଦୁଇଦିନ ପରେ ପେଟରେ ଯନ୍ତ୍ରଣା ଅନୁଭବ କଲା ସାଥି ଯୁବକ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଇଲେ ।ଭଳ ହେଲା ପୁଣି ଦୁଇଦିନ ପରେ ପୁନର୍ବାର ପେଟରେ ଯନ୍ତ୍ରଣା ହେବାରୁ ଭଳ ଲାଗୁନାହିଁ କହି ଘରକୁ ଛାଡିଯିବାକୁକୁ ସାଙ୍ଗ ସାଥି ଙ୍କୁ କହିଲା ।ତାର ସାଥି ସହିତ ନିଜ ଜନ୍ମ ମାଠି ଘରକୁ ଫେରୁଥିବା ବେଳେ ବିଜୟୱାଦା ରେଳ ଷ୍ଟେସନ ଠାରେ ହଠାତ ଦେହ ଅସୁସ୍ଥ
ହେଲା ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।ପରେ ଆମ୍ଭୁଲେନ୍ସ ଯୋଗେ ମନୋଜର ଶବକୁ ଧରି ଗାଁ ଅଭିମୁଖେ ଅଣାଯାଇଥିଲା ।ଆଜି ସକାଳେ ମନୋଜର ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା ।ପୁଅକୁ ହରାଇ ପରିବାର କାନ୍ଦ ବୋବାଲିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ପାଖ ପୋଡଶୀଙ୍କ ଆଖିରୁ ମଧ୍ୟ ଲୁହ ଝରୁଥିବା ଦେଖାଯାଇଥିଲା ।ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଧାରଣରେ ଦାବି ହୋଇଛି ତେବେ ସ୍ଥାନୀୟ ଶ୍ୱସାନରେ ମନୋଜର ଶେଷକୃତ ସଂପନ୍ନ କରାଯାଇଛି ।