-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
04-Dec-2022
ପଦ୍ମପୁର(ନରହରି ବଗର୍ତ୍ତୀ) : ପଦ୍ମପୁର ବ୍ଲକ ବରିହାପାଲି ଗାଁର ଲକ୍ଷ୍ମୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଖବର ପାଇ ଗାଁ ଲୋକେ ପାଖକୁ ଆସି କଥା ହୋଇଥିଲେ । ମୋ ପ୍ରତି ଲୋକଙ୍କ ଶ୍ରଦ୍ଧା ରହିଛି, ମୋ ପାଖକୁ ସେମାନେ ସ୍ୱତଃପ୍ରବୃତ୍ତ ମୋ ପାଖକୁ ଆସିଛନ୍ତି । ମୁଁ ଆଚରଣ ବିଧି ଉଲ୍ଲଂଘନ କରିନାହିଁ । ଏପରି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।
ଗତକାଲି ୪ଟା ପରେ ବି ସେ ପ୍ରଚାର କରୁଥିବା ଅଭିଯୋଗ କରିଥିଲେ ଜଣେ ଟିଭି ସାମ୍ୱାଦିକ ଓ ତାଙ୍କୁ ବିଜେପିକର୍ମୀ ମାଡ଼ ମାରିଥିବା କଥା କହିଥିଲେ । ଯାହାକୁ ଖଣ୍ଡନ କରି ପ୍ରଦୀପ ପୁରୋହିତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମନ୍ଦିର ଦର୍ଶନକୁ ଯାଇଥିବାବେଳେ ସମ୍ପୃକ୍ତ ସାମ୍ୱାଦିକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ତାଙ୍କ ବାହାକୁ ଧରି ବଳପୂର୍ବକ ପ୍ରଶ୍ନ କରିଚାଲିଥିଲେ । ଆହୁରି ସେ ଉପସ୍ଥିତ ମହିଳାମାନଙ୍କୁ ବି ଅସଦାଚରଣ କରିଥିଲେ । ତେଣୁ ତାଙ୍କ ନାଁରେ ଏଫଆଇଆର୍ ଦିଆଯିବ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି । ସାମ୍ୱାଦିକଙ୍କ ଏପରି ବ୍ୟବହାରକୁ ସେ ଦୃଢ ନିନ୍ଦା କରିଛନ୍ତି ।