-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା, ପୁସ୍ତକ ପଠନର ଭାବ ଲୋକଙ୍କୁ ଜୀବନାନ୍ବେଷୀ କରୁ   (27-Mar-2023)       ||     

HOME   ଜିଲ୍ଲା

ଚାଷୀର ଶୋଷଣ ନୀତି କୁ ନେଇ ଉଭୟ ସରକାର ସହ ଜିଲ୍ଲା ପ୍ରଶାସନ କୁ ତାଗିଦ କଲେ ଚାଷୀ

03-Dec-2022



ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଲାଙ୍ଗୀର ବିଗତ କାହିଁ କେତେ ବର୍ଷରୁ ଚାଷ ଓ ଚାଷୀ ମଧ୍ୟରେ ଅନେକ ପ୍ରଶ୍ନ ଛିଡା ହେଉଥିବା ବେଳେ ପ୍ରାୟତଃ ସମୟରେ ଚାଷୀକୁଳ ହରଡ଼ଘଣାରେ ପଡି ଦୁର୍ଦ୍ଦିନରେ କାଳାତିପାତ କରିଆସୁଛି। କେତେବେଳେ ଚାଷ  ସମ୍ଭନଦୀୟ ସମସ୍ୟା ତ କେତେବେଳେ ଚାଷବାସ ର ଉଚିତ ପ୍ରାପ୍ୟ ପାଇଁ,ଆୟଦିନ ନାହିଁଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛି ଚାଷୀକୁଳ।ତେବେ ବାଦ ବିବାଦ ଦେଇ ଚାଷୀ ସମୂହ ରହି ଆସୁଛନ୍ତି ଯାହାର କୌଣସି ନିର୍ଣ୍ଣାୟକ ପଦ୍ଧତି କି ପ୍ରକିୟା ମଧ୍ୟ ଉଭୟ ସରକାର ଏପ୍ରଯନ୍ତ ନେଉନଥିବା ଚିତ୍ର ସାମ୍ନା କୁ ମଧ୍ୟ ଆସୁଥିବାର ଦୃଶ୍ୟ ମାନ ହେଉଛି।ଯାହା ଫଳରେ ପରିଶେଷରେ ଚାଷୀକୁଳ ନିଜ ହକ ର ଲଢେଇ  ପାଇଁ ରାଜ ରାସ୍ତା ରେ ଆନ୍ଦୋଳନ କୁ ଓଲ୍ଲାଇ ଧାରଣା ଦେବା ସହ ସଂଘର୍ଷ ଜାରି ରଖିଥାଏ।ବର୍ଷ ତମାମ ମୁଣ୍ଡ ଝାଳ ତୁଣ୍ଡରେ ମାରି ବେହାଲ ଭାବେ ରହିଥାଏ ଚାଷୀ।କିନ୍ତୁ ପରିତାପ ର ବିଷୟ ଏହା ସତ୍ୱେ ଉଭୟ ସରକାର ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖିବା ସହ ଏମାନଙ୍କ ହକର ଆର୍ଥିକ ସ୍ଥିତି ସ୍ୱଚଳ କରିବା ପରିବର୍ତ୍ତେ ଏମାନଙ୍କ ପାଇଁ  ଆଣିଥାନ୍ତି ତାର ବିପରୀତ ଚରମ ନିଷ୍ପତି।ଯାହାକୁ ନେଇ ଆଜି ବଲାଙ୍ଗୀର ଯାଦବ ଭବନ ପରିସରରେ ବିଲେଇସଡ଼ା ଗ୍ରାମର ଚାଷୀ ଭରତ ଭୂଷଣ ପ୍ରଧାନ ଓ ଶ୍ରୀ ବରାଡ଼ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସିଧାସଳଖ କେନ୍ଦ୍ର ସରକାର ଙ୍କୁ ଟାର୍ଗେଟ କରିଥିଲେ।ଚାଷ ଓ ଚାଷୀ ପ୍ରତି ହେଉଥିବା ବୈମାତୃକ ମନୋଭାବ ଓ ବିଭିନ୍ନ ସମୟରେ ଚାଷୀକୁଳ କୁ ପ୍ରତାରଣା ଭଳି ଜଟିଳ ତଥା ସଙ୍ଗୀନ ପରିସ୍ଥିତି ରେ ପକାଉଥିବା ସମସ୍ୟା ର ସମାଧାନ ପାଇଁ ପ୍ରଶ୍ନ କରିଛନ୍ତି ।ତେବେ ସୂଚନା ଅନୁସାରେ ବିଗତ ୨୫ତାରିଖରୁ ଜିଲ୍ଲାର ମଣ୍ଡି ଆରମ୍ଭ ହୋଇଥିବା ସତ୍ୱେ ଜିଲ୍ଲାର ବିଭିନ୍ନ ମଣ୍ଡି ଗୁଡ଼ିକରେ ଅବ୍ୟବସ୍ଥା ସହ ଚାଷୀକୁଳ ଙ୍କୁ ହରଡ଼ଘଣାରେ ପକାଇଛନ୍ତି।ଯାହା ଧାନ ଅମଳ ନ ହୋଇଥିଲେ ସୁଦ୍ଧା ମଣ୍ଡି ଗୁଡିକରେ  ସିଧାସଳଖ ଏଣ୍ଟ୍ରି ହେଇଥିବା ଦର୍ଶାଇଛନ୍ତି।ଯେଉଁଥିରେ ଚାଷୀ ପଞ୍ଜିକରଣ ତ୍ରୁଟି,ଧାନ ଦର ମିଳୁନଥିବା,ଏଫଏକ୍ୟୁ ବାହାନାରେ ୫/୬କେଜି କଟନୀ ଛଟନୀ,ହେଉଥିବାବେଳେ ପ୍ରଶାସନ ଏଫଏକ୍ୟୁ ମାନ ର ଧାନ ରେ କଟନୀ ଛଟନୀ ନ ହେବା ନେଇ ଦର୍ଶାଉଛି ଯାହା ମିଲରସ ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ନୀତି ଜାରି ରହି ସମୂହ ଚାଷୀକୁଳ କୁ ଶୋଷଣ ର ପନ୍ଥା ଆପଣାଇଥିବା ଅଭିଯୋଗ କରିଛନ୍ତି।ସେହିପରି ଆଟ ଜମିରେ ଚାଷ ହେଉଥିଲେ ମଧ୍ୟ କାର୍ଡ ରୁ ବାଦ ପଡୁଛନ୍ତି ଚାଷୀ।ଏକର ପ୍ରତି ୨୦/୨୨କ୍ୟୁଣ୍ଟାଲ ଧାନ ଅମଳ ହେଉଥିବାବେଳେ ଟୋକନ ରେ ଏକର ପ୍ରତି ୧୩କ୍ୟୁଣ୍ଟାଲ ବିକ୍ରି ରହିଛି ସରକାରୀ ନିର୍ଦେଶ।ତେବେ ଅବଶିଷ୍ଟ ଧାନ ତଥା ବଡ଼ ଚାଷୀ କେଉଁଠି ବିକ୍ରି କରିବେ।ଚାଷୀଙ୍କୁ ବସ୍ତା ଅଖା ଟଙ୍କା ମଧ୍ୟ ମିଳୁନି।ଧାନ ଚାଷରେ ଖର୍ଚ୍ଛାନ୍ତ ଅନୁପାତରେ ଧାନ ବିକ୍ରି ମୁଲ୍ୟ ବୃଦ୍ଧି ହେଉନି। ଏବଂ ମିଲରସ ପ୍ୟାକସ କର୍ମଚାରୀ ମନମୁତାବକ ଅମଳ ଧାନ ରେ କଟନୀ ଛଟନୀ ପ୍ରକିୟା ଜାରି ରଖିଛନ୍ତି।ଯାହା ଚାଷୀକୁ ଚିନ୍ତାରେ ପକାଇବା ସହ ଦୁର୍ଦିନରେ କାଳାତିପାତ କରିବା ପାଇଁ ବାଧ୍ୟ କରିବା ଭଳି ପରିସ୍ଥିତି  ସୃଷ୍ଟି କରି ସମୂହ ଚାଷୀକୁଳ କୁ ଶୋଷଣ କରିବା ନୀତି ଆପଣେଇଛନ୍ତି। ଯାହାର ଆମେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ଚେତାଇ ଦେଉଛୁ।ଏଭଳି ବୈମାତୃକ ମନୋଭାବ ଯଦି ଜାରି ରୁହେ ତେବେ ଆଗାମୀ ଦିନରେ ଏହାର ପରିଣାମ ଭୟାବହ ହେବ ଓ ଜିଲ୍ଲାର ସମସ୍ତ ମଣ୍ଡି କୁ ଆମେ ସମ୍ପୂର୍ଣ୍ଣ ବନ୍ଧ କରିବା ପାଇଁ ବାଧ୍ୟ ହେବୁ ଭଳି ଚେତାବନୀ ଦେଇଛନ୍ତି ଶ୍ରୀ ପ୍ରଧାନ ଓ ସମ୍ମିଳନୀ ଆୟୋଜନ କରିଥିବା ଦିଲ୍ଲୀପ ବରାଡ଼।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023
  ଜିଲ୍ଲା  
ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି   28-Mar-2023

You Might Also Like