-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
01-Dec-2022
ଭବାନୀପାଟଣା(ପ୍ରେରଣା ଖବର): ବହୁଚର୍ଚ୍ଚିତ ମମିତା ମେହେର ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ସହ ଅଧ୍ୟାପକ କୃତି ଚନ୍ଦନଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଛି । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି
୨୦୨୧ ଅକ୍ଟୋବର ୮ ତାରିଖରେ ବଲାଙ୍ଗିର ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ମହାଲିଙ୍ଗ ଇଂରାଜୀ ମିଡିୟମ ସ୍କୁଲକୁ ଯିବା ପାଇଁ ଘରୁ ବାହାରି ନିଖୋଜ ହୋଇ ଯାଇଥିଲେ । ନିଖୋଜ ନେଇ ମମିତାଙ୍କ ଘର ଲୋକ ଅକ୍ଟୋବର ୧୯ରେ ପୋଲିସରେ ଅଭିଯୋଗ କରିଥିଲେ । ପରେ ପୋଲିସ ସ୍କୁଲ୍ ପରିସରରେ ଥିବା ଷ୍ଟାଡିୟମ ପରିସର ଖୋଳିବା ପରେ ମମିତାଙ୍କ କଙ୍କାଳ ମିଳିଥିଲା ।
ଏହି ମାମଲାରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଗିରଫ ଜେଲ୍ ପଠାଇଥିଲା । ରିମାଣ୍ଡ ବେଳେ ପୋଲିସକୁ ହତ୍ୟାର ଡେମୋ ଦେଖାଇଥିଲା ଗୋବିନ୍ଦ । କିଭଳି ମମିତାଙ୍କୁ ମାରିବା ପରେ ପୋଡ଼ି ଦେଇ ମୋବାଇଲ୍ ଫୋନ୍ ଓ ଅନ୍ୟ ପ୍ରମାଣ ନଷ୍ଟ କରିଥିଲା କହିଥିଲା ।