-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
01-Dec-2022
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା): ଜୀବନକୁ ଆଖିଠାର ମାରି ବିପଦକୁ ଡାକୁଛି ମନ୍ଦାକିନୀ ସେତୁ ! ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ l ଏହି ଦୃଶ୍ୟ ହେଉଛି ନୟାଗଡ ଜ଼ିଲ୍ଲା ରଣପୁର ଠାରେ ଥିବା ମନ୍ଦାକିନୀ ସେତୁର l ଏହି ପୋଲ ଟି ୫୫ନଂ ଜାତୀୟ ରାଜପଥ ଏବଂ ୧୬ନଂ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ବେଳେ ପ୍ରତିଦିନ ଏହି ରାସ୍ତା ଦେଇ ସହସ୍ର ସଂଖ୍ୟକ ଭାରିଯାନ ଯାତାୟାତ କରିଥାଏ l ପୋଲର ତଳ ଅଂଶ ଫାଟି ଆଁ କରିଥିବା ବେଳେ ମଝି ଵିମରେ ମଧ୍ୟ ଫାଟ ସୃଷ୍ଟି ହୋଇଛି l ତେବେ ଦୁର୍ବଳ ପୋଲ ଉପରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକେ ବିପଦଜ୍ଜନକ ଅବସ୍ଥାରେ ଯାତାୟାତ କରୁଛନ୍ତି ! କେତେବେଳେ ଯେ ପୋଲଟି ଭାଙ୍ଗି ବଡ଼ ଧରଣର ଦୁର୍ଘଟଣା ଘଟିଯିବ ତାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସୀ l ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦାକିନୀ ସେତୁର ପୁନଃନିର୍ମାଣ ପାଇଁ ଗଣମାଧ୍ୟମ ଆଗରେ ଦାବୀ କରିଛନ୍ତି ଜନସାଧାରଣ ଏପରିକି ଯୁଦ୍ଧକାଳୀନ ଭିତ୍ତିରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ରାଜରାସ୍ତାକୁ ଓହ୍ଲାଇ ଧାରଣା ଦେବାପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି| ଲୋକଙ୍କ ସୁରକ୍ଷା ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନକରି ସେତୁକୁ ବିପଦ ସଂକୁଳ ଦର୍ଶାଇ ମୁକ ପାଲଟିଯାଇଛି ପୂର୍ତ୍ତ ବିଭାଗ l ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ସହିତ ସେତୁନିର୍ମାଣ ପାଇଁ ଯଥାସମ୍ଭବ ବ୍ୟବସ୍ଥା ଗ୍ରହଣ କରିବାପାଇଁ ସମାଜସେବୀ ମାନେ ମତ ପୋଷଣ କରିଛନ୍ତି |