-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
01-Dec-2022
କୋରାପୁଟ (ପ୍ରେରଣା ଖବର) କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ମହିଳା ଡି଼ଗ୍ରି ମହା ବିଦ୍ୟାଳୟ ଓ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ମିଳିତ ଆନୂକୁଲ୍ୟରେ ଏକ ସଚେତନତା ରେଲି ତଥା ସଭା ଅନୁଷ୍ଠିତ ହେଇଯାଇଅଛି । ବିଶ୍ୱ ଏଡସ୍ ଦିବସ ଅବସର ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼. ଉମାଶଙ୍କର ପ୍ରସାଦ ପାତ୍ର ଉଦଘାଟନ କରିଥିଲେ । କଲେଜ ପରିସର ଆରମ୍ଭ ହୋଇଥିବା ଏହି ସଚେତନତା ପଦଯାତ୍ରା ହନୁମାନ ବଜାର ଦେଇ ସହର ଉପକଣ୍ଠରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ସମାପ୍ତ ହୋଇଥିଲା । ସ୍ୱାସ୍ଥ୍ୟ ଅଧିକାରୀ ୟୋସନୀ ଖେସ୍ ଛାତ୍ରୀ ତଥା ଉପସ୍ଥିତ ପ୍ରତିଭାଗୀଙ୍କୁ ଏଡସ୍ ନିରାକରଣ ପଛରେ ଯୁବ ସମାଜର କିଭଳି ଭୂମିକା ରହିଛି ସେହି ବିଷୟରେ ଅବଗତ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଉଷାରାଣୀ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୱାଇଆରସି ସଂଯୋଜିକା ସରିତା ପରିଡ଼ା , ସେବାସଂସ୍ଥା ସଂଯୋଜିକା ବାସନ୍ତି ପଟ୍ଟନାୟକ, ଗ୍ରନ୍ଥାଗାରିକ ପ୍ରହଲ୍ଲାଦ ପ୍ରଧାନ, ସହଯୋଗୀ ସଂସ୍ଥା ପରିଚାଳକ ଦେବନାଥ ମଣ୍ତଳ ତଥା ଅଶୋକ କୁମାର ମଣ୍ତଳ ପ୍ରମୁଖ ସହଯୋଗ କରିଥିଲେ ।