-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
01-Dec-2022
ସ୍ଥାନୀୟ ଇମ୍ପେରିଆଲ କଲେଜ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତି ତଥା ବିଖ୍ୟାତ ଲେଖକ ତୁଷାର ଗାନ୍ଧୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ I ଅଧ୍ୟାପିକା ଝରଣା ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ବସୁନ୍ଧରା ଦୀପ ଓ ଅନ୍ୟ ଛାତ୍ରୀମାନେ ପ୍ରଥମେ ଗାନ୍ଧୀ ଭଜନ ପରିବେଷଣ କରିବା ପରେ ମତ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ସହିତ ମତ ବିନିମୟ କରିବା ସମୟରେ ଗାନ୍ଧୀ ବିଭିନ୍ନ ଶବ୍ଦର ବ୍ୟାଖ୍ୟା କରିଥିଲେ।ସେ କହିଥିଲେ ଯେ ରାଗିବା ହେଉଛି ଏକ ଶକ୍ତି ତେଣୁ ରାଗକୁ ମଣିଷ ଖରାପ ଭାବରେ ବ୍ୟବହାର ନ କରି ନିଜ ଭିତରେ ଥିବା ଶକ୍ତିକୁ
ସଦ୍ଉପାୟରେ ବିନିଯୋଗ କଲେ ଏହାର ସୁଫଳ ମିଳିପାରିବ। ପୃଥିବୀରେ ସମସ୍ତଙ୍କର ବଞ୍ଚିବାର ଇଚ୍ଛା ଥିବାରୁ ଜୀବଜନ୍ତୁ ଗଛପତ୍ର ପ୍ରତି ଅମାନବୀୟ ବ୍ୟବହାର କଲେ ତାହା ମଧ୍ୟ ହିଂସା ତେଣୁ ପ୍ରକୃତ ଅହିଂସାର ବ୍ୟବହାର ଆମେ କଲେ ପୃଥିବୀକୁ ସୁରକ୍ଷିତ ରଖିବା ସହ ମାନବ ସମାଜରେ ମଧ୍ୟ ଭାଇଚାରାର ବାତାବରଣ ସୃଷ୍ଟି ହେବ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଜଣେ ସାଧାରଣ ମଣିଷ ଥିଲେ ତେଣୁ ତାଙ୍କର ସେହି ସରଳ ଜୀବନ ଯାପନ ପ୍ରଣାଳୀକୁ
ଆମେ ଯଦି ଅନୁସରଣ କରିବା ତାହେଲେ ଜୀବନରେ ପ୍ରକୃତ ଶାନ୍ତି ପାଇପାରିବା ।କାର୍ଯ୍ୟକ୍ରମ ଶେଷରେ ଇମ୍ପେରିଆଲ କଲେଜର ଅଧ୍ୟକ୍ଷ ଦୂର୍ଗେଶ ଶତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଚେୟାରମେନ୍ ଦୀପକ ଗୋୟଲ୍ ଅତିଥିଙ୍କୁ ଏକ ଶ୍ରୁତି ଫଳକ ସ୍ୱରୂପ ଗାନ୍ଧୀ ଚିତ୍ର ପ୍ରଦାନ କରିଥିଲେ ।