-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
01-Dec-2022
ସମ୍ବଲପୁର(ସଞ୍ଜୀବ କୁମାର ପାଣିଗ୍ରାହୀ) ଆଜି ବିଶ୍ୱ ଏଡ୍ସ ଦିବସ I ସମ୍ବଲପୁର ଜିଲ୍ଲାରେ ଏଡ୍ସ ରୋଗ ଏ ପର୍ଯ୍ୟନ୍ତ ୪୬୫ ଜଣଙ୍କ ଜୀବନ ନେଇସାରିଲାଣି। ତେବେ, ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାରେ ୩୩୩ ଜଣ ଏଚ୍ଆଇଭି ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି I ରାଜ୍ୟରେ ଏଡ୍ସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶା ଏଡ୍ସ ନିୟନ୍ତ୍ରଣ ସୋସାଇଟି ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ଚିହ୍ନଟ ସହ ସେମାନଙ୍କ ଆବଶ୍ୟକ ସହୟତା ଯୋଗାଇବା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର(ଆଇସିଟିସି) ଖୋଲାଯାଇଛି। ରକ୍ତ ପରୀକ୍ଷା ପରେ ଏଚ୍ଆଇଭିରେ ଆକ୍ରାନ୍ତ ହୋଇଥିଲହେଁ ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦିଆଯାଉଛି। ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବୁର୍ଲା, ରେଢ଼ାଖୋଲ, କୁଚିଣ୍ଡା ଓ ଲଇଡ଼ାରେ ଆଇସିଟିସିର କେନ୍ଦ୍ର ରହିଛି। ସମ୍ବଲପୁର ସଦର ଡାକ୍ତରଖାନା କେନ୍ଦ୍ରରେ ୨୦୦୨ ମସିହାରୁ ରକ୍ତ ନମୁନା ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ ୨୦୦୨ ମସିହାରୁ ୨୦୨୨ ମସିହା ମଧ୍ୟରେ ଗତ ୨୦ ବର୍ଷ ମଧ୍ୟରେ ୪୬୫ ଜଣ ଏଡ୍ସ ରୋଗୀଙ୍କ ମତ୍ୟୁ ଘଟିଥିବା ବେଳେ ୩୯୫୭ ଜଣ ବ୍ୟକ୍ତି ଏଚ୍ଆଇଭି ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି। ଅକ୍ଟୋବର ୨୦୨୨ ସୁଦ୍ଧା ଜିଲ୍ଲାରେ ସର୍ବମୋଟ ୩୯୫୭ ଜଣ ଏଚ୍ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବହୁତ ଅଧିକ ରହିଛି I ଗତ ୨୦୧୭ ମସିହା ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୩୬ରେ ସୀମିତ ଥିବା ବେଳେ ଗତ ୫ ବର୍ଷ ମଧ୍ୟରେ ଆହୁରି ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଏଚ୍ଆଇଭି/ଏଡ୍ସ ରୋଗୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସହ ଚାଉଳ, ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ଟଙ୍କା ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି। ମାତ୍ର ସବୁ ରୋଗୀଙ୍କୁ ଏହି ସୁବିଧା ମିଳିପାରୁ ନାହିଁ। ବହୁ ରୋଗୀ ଲୋକଲଜ୍ଜା ଭୟରେ ଏସବୁ ଯୋଜନାର ଫାଇଦା ନନେଇ ଘୋର ଅସୁବିଧା ମଧ୍ୟରେ କାଳାତିପାତ କରୁଛନ୍ତି I