-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
28-Nov-2022
ବଲାଙ୍ଗିର-ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ, ବାରପୁଡୁଗିଆ ଆନୁକୁଲ୍ୟରେ ୧୮ ତମ ଫୁଟବଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଜ୍ୟୋତି ରଂଜନ ସ୍ମାରକୀ ଉଦ୍ଯାପିତ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଚାଣ୍ଟିମୁଣ୍ଡାଦଳ ବାରପୁଡୁଗିଆ ଦଳକୁ ହରାଇ ଫାଇନାଲ କୁ ପ୍ରବେଶ, ଦ୍ୱିତୀୟ ମ୍ୟାଚ କୁଟୁମଡୋଳା ଦଳ ଇଲେଭେନ ଷ୍ଟାର ବାରପୁଡୁଗିଆ ଦଳ କୁ ହରାଇ ଫାଇନାଲ କୁ ପ୍ରବେଶ କରିଥିଲା । ତୃତୀୟ ମ୍ୟା ଚାଣ୍ଟିମୁଣ୍ଡା ଦଳକୁ ହରାଇ କୁଟୁମଡୋଳା ଦଳ ବିଜୟୀ
ହୋଇଥିଲେ । ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ଅଧିକାରୀ, ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର, ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପ୍ରମୋଦ କର୍ମୀ, କୈଳାଶ ମିଶ୍ର, ଗୋଲାପ ବାଗ, ଶରତ ନନ୍ଦ ପ୍ରମୁଖ ଯୋଗ ଦେଇ ବିଜୟୀ ଦଳକୁ
ଚମ୍ପିୟାନ ଟ୍ରଫି ପ୍ରଦାନ ସହ ଉତ୍ସାହିତ କରିଥିଲେ । ଦେବରାଜ ନାହାକ, ବୈକୁଣ୍ଠ ଜେନା, ମଣ୍ଟୁ, ଦୀପକ ଖେଳ ପରିଚାଳନା କରିଥିଲେ । ସଭାପତି ଜୟକୃଷ୍ଣ ମିଶ୍ର, ସଦସ୍ୟ ସଞ୍ଜୟ ନାଏକ, ବିକାଶ ନାଏକ, ସଦାନନ୍ଦ ମହଲା, ପ୍ରକାଶ ନାଏକ, ବିଜୟ ମହଳା, ଦିଲିପ ସାହୁ, ଲବ ନାଗ, କାଳିକା, ରୀଙ୍କୁ ନାଏକ, ଦିନେଶ, ଜଗବନ୍ଧୁ ସହଯୋଗ କରିଥିଲେ ।