-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
27-Nov-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ କୁଡାପଡା ମାଁ ଭଗବତୀ କ୍ଳବ ଅଷ୍ଟମ ରାଜ୍ୟ ସ୍ତରୀୟ ବୈଷ୍ଣବ ସ୍ମାରକୀ ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ। ଦ୍ଵିତୀୟ ଦିବସରେ ଦେବଗଡ ମୋନରମା କ୍ଳବକୁ ପରାସ୍ତ କରି
ସମ୍ବଲପୁର ସରଲାକାନୀ ଦଲ ବିଜୟୀ ହୋଇଥିଲା। ସମ୍ବଲପୁର ଲିଟିଲ୍ ଷ୍ଟାରକୁ ଟ୍ରାଇବ୍ରେକର ରେ ୧-୦ ଗୋଳରେ ପରାସ୍ତ କରି ସୋନପୁର- ୧୧ ଷ୍ଟାର ବିଜୟୀ ହୋଇଥିଲା। ଅପରାହ୍ନରେ ସମୟରେ ବରଗଡ଼ ମେଟାକାନୀ - (ଏଫ ସି )ଓ ସୋନପୁର-୧୧ ଷ୍ଟାର ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ସୋନପୁର-୧୧ଷ୍ଟାର ୨-୦ ଗୋଳରେ ବରଗଡ ମେଟାକାନୀ( ଏଫ ସି)ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା,ଜଟେସିଂହା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତ୍ରୀପୁରାରୀ ରଥ , କୁଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ପୁରସ୍କାର ବିତରଣ କରିଥିଲେ। ସୁନିଲ ବେହେରା,ଜିତୁ ପଣ୍ଡା, ଅଶ୍ଵିନୀ ମେହେର,ସାନ ବିଶ୍ଵାଳ
ସାଗର ବେହେରା ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଚନ୍ଦ୍ର ଶେଖର ମହାଲିକ, ରିଙ୍କୁ ବିଶ୍ଵାଳ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ ।କମିଟିରରିଙ୍କୁ,ଲକ୍ଷ୍ମଣ,ଧିରେନ,ମଣ୍ଟୁ,ଗୋବିନ୍ଦ,ସାନୁଜ,ବବୁଲ,ଆଲୋକ,ଶ୍ରିକାନ୍ତ, ଚନ୍ଦ୍ର, ରବି, ମିଙ୍କୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।