-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
27-Nov-2022
ବୌଦ୍ଧ (ଦୁର୍ଯ୍ଯୋଧନ ବିଶି) -ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ , ଏଥିରେ କର୍ମରତ ସାମ୍ବାଦିକ ମାନେ ସମାଜକୁ ଶୃଙ୍ଖଳିତ ଓ ସୁରକ୍ଷିତ ରଖିବା ପାଇଁ ଅନବରତ ପ୍ରୟାସ ଜାରି ରଖିଛନ୍ତି ଅନ୍ୟପକ୍ଷରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ସୁରକ୍ଷା ଏବଂ ସହଯୋଗ ଯୋଗାଇ ଦେବାରେ ଅବହେଳା କରିବା ଗଣତନ୍ତ୍ର ପ୍ରତି ଉପହାସ ସଦୃଶ୍ୟ , ସାମ୍ବାଦିକଙ୍କୁ ତାଙ୍କର
ମୌଳିକ ସୁବିଧା ଓ ସୁଯୋଗ ଯୋଗାଇବା ପାଇଁ ଆବଶ୍ୟକତା ପଡିଲେ ସରକାରଙ୍କ ବିରୁଦ୍ଧରେ ରାଜ୍ୟ ସାମ୍ବାଦିକ ୟୁନିଅନ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଆଜି ବୀର ନରସିଂହପୁର ଠାରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୟୁନିଅନ ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଚେତାବନୀ ଦେଇଛନ୍ତି , ଏଥି ସହ ରାଜ୍ୟରେ କର୍ମ ରତ ସାମ୍ବାଦିକଙ୍କୁ ଆଜୀବନ ସାମ୍ବାଦିକ ଭାବେ ଘୋଷଣା ଓ ମୌଳିକ ସୁବିଧା ପ୍ରଦାନ, ସାମ୍ବାଦିକ ଙ୍କ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, କଲ୍ୟାଣ ପାଣ୍ଠିର ସହଯୋଗ ରାଶି ବୃଦ୍ଧି, ସାମ୍ବାଦିକଙ୍କ ସୁବିଧା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକ ଭବନ ନିର୍ମାଣ କରାଯିବା ସହ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରି ଥିବା ସ୍ୱଳ୍ପ ମିଆଦି ସୁଧରେ ବାସ ଗୃହ ସହ ଅନ୍ୟାନ୍ୟ ଋଣ, ସାମ୍ବାଦିକଙ୍କ ପିଲା ଛୁଆ ଙ୍କୁ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହଯୋଗ ଯୋଗାଇ ଦେବାର ବ୍ୟବସ୍ଥା ଅତି ଶୀଘ୍ର କାର୍ଯ୍ୟକାରୀ କରାଯାଉ ବୋଲି ଏହି ଅବସରରେ ୟୁନିଅନ ପକ୍ଷରୁ ଦାବୀ କରା ଯାଇଛି | ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ଅତିଥି ଭାବେ ୟୁନିଅନର ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ ଉପ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ଦୁଷ୍ମତ ପଣ୍ଡା, ସମରେଶ ମିଶ୍ର ଏବଂ ସହ ସମ୍ପାଦକ
ମହେନ୍ଦ୍ର ଦର୍ଜୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତା କାନ୍ତି ବଳିୟାର ସିଂ, ଜିଲ୍ଲା ପ୍ରେସ କ୍ଳବ ସଭାପତି ବରୋଜ କୁମାର ବେହେରା ପ୍ରମୁଖ ମଂଚାସୀନ ଥିଲେ | ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିଅନ ର ସଭାପତି ଶ୍ରୀ ନରେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ଦୁର୍ୟୋଧନ ବିଷି ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଥିଲେ, ସଦସ୍ୟ ସତ୍ୟଜିତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଆଶୁତୋଷ ଦାସ ଧନ୍ୟବାଦ ଅର୍ପଣ କରି ଥିଲେ | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ଥିଲେ |